Advertisment

ସାକିବଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ବିରାଟ, ଫଟୋ ଭାଇରାଲ

ମୀରପୁରରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଟେଷ୍ଟ ପରେ ସେ ନାଲି ବଲ କ୍ରିକେଟରୁ ବିଦାୟ ନେବେ। କିନ୍ତୁ ଏଥିରେ ତାଙ୍କ ଯୋଗଦାନକୁ ନେଇ ସସପେନ୍ସ ରହିଛି।

Virat Kohli Gifts

Virat Kohli Gifts

Advertisment

କାନପୁରରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଭାରତ ୭ ୱିକେଟରେ ଜିତିବା ସହ ସିରିଜକୁ ୨-୦ରେ କ୍ଲିଇନ ସୁଇପ କରିଛି। ଏହି ଟେଷ୍ଟ ପୂର୍ବରୁ ବାଂଲାଦେଶର କିମ୍ବଦନ୍ତୀ କ୍ରିକେଟର ନିଜର ଅବସର ନେଇ ବଡ଼ ଘୋଷଣା କରିଥିଲେ।

Advertisment

ମୀରପୁରରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଟେଷ୍ଟ ପରେ ସେ ନାଲି ବଲ କ୍ରିକେଟରୁ ବିଦାୟ ନେବେ। କିନ୍ତୁ ଏଥିରେ ତାଙ୍କ ଯୋଗଦାନକୁ ନେଇ ସସପେନ୍ସ ରହିଛି। କାରଣ ବାଂଲାଦେଶରେ ଏବେ ରାଜନୀତିକ ଅସ୍ଥିରତା ଲାଗି ରହିଛି। ସାକିବଙ୍କ ନାଁରେ ମଧ୍ୟ ଏକାଧିକ ହତ୍ୟା ମାମଲା ରୁଜୁ ହୋଇଛି। ତେଣୁ ବାଂଲାଦେଶରେ ଖେଳିବା ସାକିବଙ୍କ ପକ୍ଷରେ ସମ୍ଭବ ହୋଇ ନପାରେ। 

ଏହାର ଅର୍ଥ ଭାରତ ବିପକ୍ଷରେ ସାକିବ ସମ୍ଭବତଃ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ମ୍ୟାଚ୍‌ ଖେଳିଛନ୍ତି। ଏଥିପାଇଁ ଆଜିର ମ୍ୟାଚ୍‌ ପରେ ବିରାଟ କୋହଲି ତାଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ସେ ନିଜର ବ୍ୟାଟରେ ଦସ୍ତଖତ କରି ସାକିବଙ୍କୁ ଉପହାର ଆକାରରେ ପ୍ରଦାନ କରିଛନ୍ତି। ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଭାରତ ମ୍ୟାଚ୍‌ ଜିତିବା ପରେ ବିରାଟ ସ୍ୱତନ୍ତ୍ର ଭାବେ ସାକିବଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ତାଙ୍କ ସହ କଥା ହେବା ସହ ନିଜ ବ୍ୟାଟକୁ ଉପହାର ଆକାରରେ ଦେଇଥିଲେ। ଏହାକୁ ସୋଶାଲ ମିଡିଆରେ ଅନେକ ପ୍ରଶଂସା କରିଛନ୍ତି। ସାକିବ ମଧ୍ୟ ବ୍ୟାଟ ପାଇ ବିରାଟଙ୍କୁ କୃତଜ୍ଞତା ଜଣାଇଛନ୍ତି।

ମ୍ୟାଚର ଦ୍ୱିତୀୟ ଓ ତୃତୀୟ ଦିନ ବର୍ଷା ଲାଗି ରହିବାରୁ ଗୋଟିଏ ବି ବଲ ପଡ଼ି ନଥିଲା। ପ୍ରଥମ ଦିନ କେବଳ ୩୫ ଓଭର ଖେଳା ଯାଇଥିଲା। ଏହି ସମୟରେ ବାଂଲାଦେଶ ୩ ୱିକେଟ ହରାଇ ୧୦୭ ରନ କରିଥିଲା। ୪ର୍ଥ ଦିନ ଖେଳ ଆରମ୍ଭ ହେବାରୁ ମ୍ୟାଚ୍‌ ଡ୍ର ଅଭିମୁଖେ ଯିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଭାରତ ସମସ୍ତକୁ ଚକିତ କରି ୫ମ ଦିନର ଟି ବ୍ରେକ ପୂର୍ବରୁ ମ୍ୟାଚ୍‌କୁ ଜିତି ନେଇଛି।

ବାଂଲାଦେଶକୁ ଦଳ ପ୍ରଥମ ଇନିଂସରେ ୨୩୩ ରନରେ ଅଲଆଉଟ କରିଥିଲେ। ସେହି ଦିନ ଭାରତ ଦ୍ରୁତଗତିରେ ରନ ସଂଗ୍ରହ କରିବା ସହ ୪ର୍ଥ ଦିନ ଶେଷ ହେବା ପୂର୍ବରୁ ୨୮୫/୯ରେ ପାଳି ଘୋଷଣା କରି ଦେଇଥିଲା। ବାଂଲାଦେଶ ୪ର୍ଥ ଦିନ ଦ୍ୱିତୀୟ ଇନିଂସ ଆରମ୍ଭ କରି ୨ଟି ୱିକେଟ ହରାଇଥିଲା। ଶେଷ ଦିନର ଲଞ୍ଚ ପୂର୍ବରୁ ଭାରତ ୧୪୬ ରନରେ ବାଂଲାଦେଶକୁ ଅଲଆଉଟ କରି ଦେଇଥିଲା। ଏହାପରେ ୯୫ ରନର ବିଜୟ ଲକ୍ଷ୍ୟକୁ ଅତି ସହଜରେ ୩ ୱିକେଟ ହରାଇ ହାସଲ କରିଥିଲା।

Test Match Virat Kohli Test Cricket Shakib Al Hasan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe