Advertisment

ଲାରାଙ୍କୁ ପଛରେ ପକାଇଲେ ବିରାଟ କୋହଲି

ବିରାଟ ଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିବାରୁ ଭାରତ ତା’ର ପ୍ରଥମ ଇନିଂସରେ ୪୩୮ ରନ କରିବାକୁ ସକ୍ଷମ ହୋଇଛି। ବିରାଟ ୧୨୧ ରନ କରି ଅଲଜାରି ଯୋଶେଫଙ୍କ ସିଧା ଥ୍ରୋରେ ରନ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ।

author-image
Hemant Lenka
Virat

Virat

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆର ଦ୍ୱିତୀୟ ଦିନରେ ସେ ଶତକ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର ୨୯ତମ ଓ ଅନ୍ତର୍ଜାତୀୟ କ୍ୟାରିୟରର ୭୬ତମ ଶତକ।

Advertisment

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବିରାଟ ୮୭ ରନରେ ଅପରାଜିତ ରହିଥିଲେ। ତେବେ ଦ୍ୱିତୀୟ ଦିନରେ ସେ ନିଜ ଇନିଂସକୁ ଆଗକୁ ନେଇଥିଲେ ଓ ଶାନନ ଗାବ୍ରିଏଲଙ୍କୁ ଚୌକା ମାରି ସେଞ୍ଚୁରୀ ହାସଲ କରିଥିଲେ।

ବିରାଟ ୪ନଂରେ ବ୍ୟାଟିଂ କରି ଶତକ ହାସଲ କରିବାରେ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟର ବ୍ରାଏନ ଲାରାଙ୍କୁ ଅତିକ୍ରମ କରି ଯାଇଛନ୍ତି। ଏହି ସ୍ଥାନରେ ଖେଳି ବିରାଟ ୨୫ଟି ଶତକ ହାସଲ କରିଥିବା ବେଳେ ଲାରାଙ୍କ ନାଁରେ ୨୪ଟି ଶତକ ରହିଛି।

Advertisment

ଏହି ବିରଳ ତାଲିକାର ୧ନଂ ସ୍ଥାନରେ ସଚିନ ତେନ୍ଦୁଲକର ରହିଛନ୍ତି। ସଚିନ ଟେଷ୍ଟ ମ୍ୟାଚ୍‌ରେ ୪ନଂରେ ବ୍ୟାଟିଂ କରି ୪୪ଟି ଶତକ ହାସଲ କରିଥିବା ବେଳେ ତାଙ୍କ ତଳକୁ ଦକ୍ଷିଣ ଆଫ୍ରିକାର ଜ୍ୟାକ କ୍ୟାଲିସ(୩୫) ଓ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧେନ(୩୦) ରହିଛନ୍ତି। ତାଲିକାର ୪ର୍ଥ ସ୍ଥାନରେ ବିରାଟ ଓ ୫ମରେ ଲାରା ଅଛନ୍ତି।

ଏମାନଙ୍କ ବ୍ୟତୀତ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଓ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ୪ନଂରେ ବ୍ୟାଟିଂ କରି ୧୯ଟି ଲେଖାଏ ଶତକ ହାସଲ କରିଛନ୍ତି।

ବିରାଟ ଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିବାରୁ ଭାରତ ତା’ର ପ୍ରଥମ ଇନିଂସରେ ୪୩୮ ରନ କରିବାକୁ ସକ୍ଷମ ହୋଇଛି। ବିରାଟ ୧୨୧ ରନ କରି ଅଲଜାରି ଯୋଶେଫଙ୍କ ସିଧା ଥ୍ରୋରେ ରନ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେ ୨୦୬ ବଲର ସମ୍ମୁଖୀନ ହୋଇଥିବା ବେଳେ ୧୧ଟି ଚୌକା ସହ ୧୨୧ ରନର ଇନିଂସ ଖେଳିଛନ୍ତି।

Indian Cricket Team Virat Kohli Cricket Team India