Advertisment

ଅବିଶ୍ୱସନୀୟ! ଶତକରେ ବିରାଟଙ୍କ ଅର୍ଦ୍ଧଶତକ, ଭାଙ୍ଗିଲା ସଚିନ ସର୍ବକାଳୀନ ରେକର୍ଡ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ବିରାଟଙ୍କ ବ୍ୟାଟରୁ ବାହାରିଛି ଐତିହାସିକ ଶତକ।

ଅଦ୍ୟତନ ହୋଇଛି
Virat

Virat

Advertisment

ଅବିଶ୍ୱସନୀୟ। ଅପରାଜେୟ। ଅପ୍ରତିଦ୍ୱନ୍ଦ୍ୱୀ। ଯହା କହିଲେ ବି କମ ପଡ଼ିବ। କାରଣ ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲି କ୍ରିକେଟ ଜଗତରେ ଆରମ୍ଭ କରିଛନ୍ତି ନୂଆ ଅଧ୍ୟାୟ। ଇତିହାସ ରଚିଛନ୍ତି ବିରାଟ କୋହଲି। ବିଶ୍ୱର ସବୁ କ୍ରିକେଟରଙ୍କୁ ପଛରେ ପକାଇଲେ ରନ ମେସିନ। କିଙ୍ଗ କୋହଲି ରଚିଛନ୍ତି ନୂଆ କୀର୍ତ୍ତିମାନ। ବିଶ୍ୱର ପ୍ରଥମ ବ୍ୟାଟର ଭାବେ ସେ ଶତକରେ ହାସଲ କରିଛନ୍ତି ଅର୍ଦ୍ଧଶତକ।

Advertisment

ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଗରେ ଓ ତାଙ୍କ ହୋମ ଗ୍ରାଉଣ୍ଡରେ ବିରାଟ ତାଙ୍କର ସବୁ ରେକର୍ଡକୁ ଚୂରମାର କରି ଦେଇଛନ୍ତି। ଯେଉଁ ସଚିନଙ୍କୁ ନିଜର ଆଦର୍ଶ ଭାବେ ବିରାଟ ଗ୍ରହଣ କରିଥିଲେ ଆଜି ତାଙ୍କୁ ପଛରେ ପକାଇଛନ୍ତି। ଏଥିସହ କ୍ରିକେଟର ଦୁନିଆର ସେ ବେତାଜ ବାଦଶାହ ବନି ଯାଇଛନ୍ତି। 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ବିରାଟଙ୍କ ବ୍ୟାଟରୁ ବାହାରିଛି ଐତିହାସିକ ଶତକ। ସେ ଆଜିର ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମେ ୫୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ବିରାଟ ୯୦ ରନ କରିବା ପରେ ସାମାନ୍ୟ ଧିମା ପଡ଼ିଯାଇଥିଲେ। ସେ ୯୨ ରନ କରିଥିବା ବେଳେ କ୍ରାମ୍ପର ସମ୍ମୁଖୀନ ହୋଇଥିଲେ। ତଥାପି ମୁମ୍ବାଇର ୱାଙ୍ଖେଡେରେ ଶେଷ ହାର ମାନି ନଥିଲେ। କ୍ରାମ୍ପ ସତ୍ତ୍ୱେ ସେ ବ୍ୟାଟିଂ କରିଥିଲେ। ଏଥିସହ ୧୦୬ ବଲରେ ସେ ନିଜର ୫୦ତମ ଶତକ ହାସଲ କରିଥିଲେ। ନିଜେ ସଚିନ ମଧ୍ୟ ତାଳି ମାରି ବିରାଟଙ୍କ ଐତିହାସିକ ରେକର୍ଡକୁ ସ୍ୱାଗତ କରିଥିଲେ। 

Advertisment

ପତ୍ନୀ ଅନୁଷ୍କା ଶର୍ମା ପ୍ଲାଇଙ୍ଗ କିସ୍‌ ଦେଇ ବିରାଟଙ୍କୁ ଶୁଭେଚ୍ଛେ ଜଣାଇଥିଲେ। 

 ଏହି ଶତକ ପରେ ବିରାଟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଶତକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସଚିନ ଦିନିକିଆ କ୍ରିକେଟରେ ୪୯ଟି ଶତକ ହାସଲ କରିଥିଲେ। ଚଳିତ ବିଶ୍ୱକପର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ବିରାଟ ୪୯ତମ ଶତକ ହାସଲ କରିଥିଲେ।

ସଚିନଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ହେଲେ ଆଜି ବିଶ୍ୱକପର ନକଆଉଟରେ ବିରାଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶତକ ହାସଲ କରିଛନ୍ତି। ଏଥିସହ ସେ ସବୁ ଅପେକ୍ଷର ଅନ୍ତ ମଧ୍ୟ ଘଟାଇଛନ୍ତି। ଏକଦା ସଚିନ କହିଥିଲେ ଯେ ତାଙ୍କ ରେକର୍ଡକୁ କେବଳ ବିରାଟ କୋହଲି କିମ୍ବା ରୋହିତ ଶର୍ମା ଭାଙ୍ଗି ପାରିବେ। ଆଜି ଶତକକୁ ଶତକ ବିରାଟ ତାଙ୍କ ଦିନିକିଆ ଶତକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଥିଲେ। ଆଜି ୨୭୯ତମ ଇନିଂସରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି।

ରେକର୍ଡ ଉପରେ ଯଦି ନଜର ପକାଇବା ବିରାଟ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ନିଜର ୫୦ତମ ଶତକ ହାସଲ କରିଛନ୍ତି।

ସେ ଦିନିକିଆରେ ୫୦ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୯ଟି ଶତକ ହାସଲ କରିଛନ୍ତି। ସେହିପରି ଟି-୨୦ରେ ମଧ୍ୟ ସେ ଗୋଟିଏ ସେଞ୍ଚୁରି ମାରିଛନ୍ତି। ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ଆଜି ୮୦ରେ ପହଞ୍ଚି ଯାଇଛି।

Virat Kohli CWG 2022 ICC Men’s Cricket World Cup 2023 CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe