Advertisment

କୋହଲି ଦ୍ୱିତୀୟ, ଧୱନଙ୍କୁ ବିପୁଳ ଫାଇଦା

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ କ୍ୟାପଟେନ୍ ପଦ ଛାଡ଼ିଥିବା ବିରାଟ୍ କୋହଲି ସଦ୍ୟ ଜାରି ହୋଇଥିବା ଆଇସିସି ଦିନିକିଆ ରାଙ୍କିଙ୍ଗରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା କୋହଲି ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ଦୁଇଟି ଅର୍ଦ୍ଧଶତକ ସହ ୧୧୬ ରନ୍ କରିଥିଲେ। ଭାରତୀୟ ସୀମିତ ଓଭର ଟିମର କ୍ୟାପଟେନ୍ ହୋଇଥିବା ରୋହିତ୍ ଶର୍ମା ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ […]

ଅଦ୍ୟତନ ହୋଇଛି
କୋହଲି ଦ୍ୱିତୀୟ, ଧୱନଙ୍କୁ ବିପୁଳ ଫାଇଦା

kohli-and-dhawan

Advertisment

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ କ୍ୟାପଟେନ୍ ପଦ ଛାଡ଼ିଥିବା ବିରାଟ୍ କୋହଲି ସଦ୍ୟ ଜାରି ହୋଇଥିବା ଆଇସିସି ଦିନିକିଆ ରାଙ୍କିଙ୍ଗରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା କୋହଲି ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ଦୁଇଟି ଅର୍ଦ୍ଧଶତକ ସହ ୧୧୬ ରନ୍ କରିଥିଲେ।

Advertisment

ଭାରତୀୟ ସୀମିତ ଓଭର ଟିମର କ୍ୟାପଟେନ୍ ହୋଇଥିବା ରୋହିତ୍ ଶର୍ମା ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିପାରିନଥିଲେ। କିନ୍ତୁ ଆଇସିସି ରାଙ୍କିଙ୍ଗରେ ସେ ତାଙ୍କର ତୃତୀୟ ସ୍ଥାନ କାଏମ ରଖିଛନ୍ତି। କୋହଲିଙ୍କର ୮୩୬ ରେଟିଂ ଥିବା ବେଳେ ରୋହିତଙ୍କର ୮୦୧ ପଏଣ୍ଟ ରହିଛି। ଦୀର୍ଘ ଦିନ ପରେ ଟିମ୍ ଇଣ୍ଡିଆକୁ ଫେରିଥିବା ଓପନିଂ ବ୍ୟାଟର୍ ଶିଖର ଧୱନ ରାଙ୍କିଙ୍ଗରେ ଲମ୍ବା ଜମ୍ପ କରିଛନ୍ତି। ସିରିଜରେ ୧୬୯ ରନ୍ କରିଥିବା ଧୱନ୍ ୧୫ଶ ସ୍ଥାନରେ ପହଞ୍ଚି ଯାଇଛନ୍ତି। ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ପ୍ରଥମ ସ୍ଥାନ କାଏମ ରହିଛନ୍ତି। ସେହିପରି ଋଷଭ ପନ୍ତ ୫ଟି ସ୍ଥାନ ଉପରକୁ ଉଠି ୮୨ତମ ସ୍ଥାନରେ ପହଞ୍ଚିଛନ୍ତି।

https://twitter.com/ICC/status/1486249736785084417?s=20

ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ଓ ରାସି ଭାନ୍ ଡର୍ ଡୁସେନଙ୍କୁ ରାଙ୍କିଙ୍ଗରେ ବିପୁଳ ଫାଇଦା ମିଳିଛି। ଡି’କକ୍ ରାଙ୍କିଙ୍ଗର ଟପ୍-୫ରେ ପ୍ରବେଶ କରିଛନ୍ତି। ଡି’କକ୍ ୪ଟି ସ୍ଥାନ ଉଠି ପଞ୍ଚମରେ ପହଞ୍ଚିଥିବା ବେଳେ ଡୁସେନ୍ ଦଶମକୁ ଉଠିଛନ୍ତି। ଭାରତ ବିପକ୍ଷ ଦିନିକିଆ ସିରିଜରେ ଡି’କକ୍ ସର୍ବାଧିକ ୨୨୯ ରନ୍ ଓ ଡୁସେନ୍ ୨୨୮ ରନ୍ କରିଥିଲେ। କ୍ୟାପଟେନ୍ ତେମ୍ବା ବାଭୁମା ୨୧ଟି ସ୍ଥାନ ଉଠି ୫୯ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ସିରିଜରେ ୧୫୩ ରନ୍ କରିଥିଲେ।

Advertisment

ବୋଲିଂରେ ଯଶପ୍ରୀତ ବୁମ୍ରା ସପ୍ତମ ସ୍ଥାନ ବଜାୟ ରଖିଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ଫାଷ୍ଟ ବୋଲର ଲୁଙ୍ଗି ଏନଗିଡି ଟପ୍-୨୦ରେ ପ୍ରବେଶ କରିଛନ୍ତି। ସିରିଜରେ ୫ ୱିକେଟ୍ ନେଇଥିବା ଏନଗିଡି ୨୦ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ସ୍ପିନର କେଶବ ମହାରାଜ କ୍ୟାରିୟରର ଶ୍ରେଷ୍ଠ ୩୩ତମ ଓ ଆଣ୍ଡିଲେ ଫେଲୁକୱାୟୋ ୫୨ତମ ସ୍ଥାନରେ ପହଞ୍ଚିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe