Advertisment

୧୦୦ତମ ଟେଷ୍ଟରେ ନୂଆ ମାଇଲଖୁଣ୍ଟ ହାସଲ କଲେ କୋହଲି

ମୋହାଲି: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର୍ ବିରାଟ୍ କୋହଲି ନିଜର ୧୦୦ତମ ଟେଷ୍ଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୮ହଜାର ରନ୍ ପୂରଣ କରିଛନ୍ତି। ପିସିଏ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ କୋହଲି ଏହି ଉପଲବ୍ଧି ଅର୍ଜନ କରିଛନ୍ତି। ଏଥିସହ କୋହଲି ଷଷ୍ଠ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ୮ହଜାର ରନ୍ ପୂରଣ କରିଛନ୍ତି। ୮ହଜାର ରନ୍ କରିବାରେ କୋହଲି ଏବେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର (୧୫୯୨୧), […]

author-image
Ranjit Kumar Jena
୧୦୦ତମ ଟେଷ୍ଟରେ ନୂଆ ମାଇଲଖୁଣ୍ଟ ହାସଲ କଲେ କୋହଲି

virat-kohli

ମୋହାଲି: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର୍ ବିରାଟ୍ କୋହଲି ନିଜର ୧୦୦ତମ ଟେଷ୍ଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୮ହଜାର ରନ୍ ପୂରଣ କରିଛନ୍ତି। ପିସିଏ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ କୋହଲି ଏହି ଉପଲବ୍ଧି ଅର୍ଜନ କରିଛନ୍ତି। ଏଥିସହ କୋହଲି ଷଷ୍ଠ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ୮ହଜାର ରନ୍ ପୂରଣ କରିଛନ୍ତି।

Advertisment

୮ହଜାର ରନ୍ କରିବାରେ କୋହଲି ଏବେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର (୧୫୯୨୧), ରାହୁଲ୍ ଦ୍ରାବିଡ୍ (୧୩୨୮୮), ସୁନୀଲ ଗାଭାସ୍କର (୧୦୧୨୨), ଭିଭିଏସ୍ ଲକ୍ଷ୍ମଣ (୮୭୮୧) ଓ ବୀରେନ୍ଦ୍ର ସେହ୍ୱାଗ (୮୫୮୬)ଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। ଏହାସହ ସେ ଦୁନିଆର ୩୩ତମ ବ୍ୟାଟ୍ସମ୍ୟାନ୍ ୮ହଜାର ସଂଗ୍ରହକାରୀ ବ୍ୟାଟର୍ ହୋଇଛନ୍ତି।

ଭାରତ ପକ୍ଷରୁ ଦ୍ରୁତ ୮ହଜାର ରନ୍ କରିବାରେ କୋହଲି ପଞ୍ଚମ ବ୍ୟାଟର୍ ହୋଇଛନ୍ତି। କୋହଲି ନିଜର ୧୬୯ତମ ଇନିଂସରେ ୮ହଜାର ରନ୍ ପୂରଣ କରିଛନ୍ତି। ତେବେ ସଚିନ୍ ଦ୍ରୁତ ୮ହଜାର ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟର୍ ହୋଇଛନ୍ତି। ସେ ନିଜର ୯୬ତମ ଟେଷ୍ଟର ୧୫୪ତମ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଥିବା ବେଳେ ତାଙ୍କ ପରକୁ ରାହୁଲ୍ ଦ୍ରାବିଡ୍ (୯୪ତମ ଟେଷ୍ଟ, ୧୫୮ ଇନିଂସ୍), ସେହ୍ୱାଗ (୯୫ତମ ଟେଷ୍ଟ, ୧୬୦ ଇନିଂସ୍), ଗାଭାସ୍କର (୯୫ତମ ଟେଷ୍ଟ, ୧୬୬ ଇନିଂସ୍) ୮ହଜାର ରନ୍ ପୂରଣ କରିଥିଲେ।

Advertisment

ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଦ୍ରୁତ ୮ହଜାର ରନ୍ କରିବାର ରେକର୍ଡ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ନାଁରେ ରହିଛି। ସାଙ୍ଗାକାରା ୧୫୨ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ। ଏପର୍ଯ୍ୟନ୍ତ ୩୨ଜଣ ଖେଳାଳି ୮ହଜାର ରନ୍ ପୂରଣ କରିସାରିଛନ୍ତି।

ତେବେ କୋହଲି ନିଜର ୧୦୦ତମ ଟେଷ୍ଟରେ ଶତକ ମାରିବାରେ ବିଫଳ ହୋଇଛନ୍ତି। କୋହଲି ମାତ୍ର ୪୫ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଫ୍ୟାନ୍ ତାଙ୍କ ଠାରୁ ଶତକର ଆଶା କରିଥିଲେ। ଏପରିକି ସେ ଭଲ ଷ୍ଟାର୍ଟ ମଧ୍ୟ କରିଥିଲେ। ହେଲେ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଶ୍ରୀଲଙ୍କା ସ୍ପିନର ଏମ୍ବୁଲଡେନିଆ କ୍ଲିନ୍ ବୋଲ୍ଡ କରିଥିଲେ।