Advertisment

୨୭ ହଜାର ରନ କ୍ଲବରେ ବିରାଟ, ପଛରେ ପଡ଼ିଲେ ସଚିନ

ପ୍ରଥମ ଟେଷ୍ଟରେ ଯଥାକ୍ରମେ ୬ ଓ ୧୭ ରନ କରିଥିବା ବିରାଟ ଆଜି ୩୫ ରନ କରିବା କ୍ଷଣି ନୂଆ ରେକର୍ଡର ଅଧିକାରୀ ହୋଇଥିଲେ।

Virat

Virat

Advertisment

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩୫ ବଲରେ ୪୭ ରନ କରିଥିବା ବିରାଟ କୋହଲି ନୂଆ ରେକର୍ଡ କରିଛନ୍ତି। ସେ ବିଶ୍ୱର ଦ୍ରୁତତମ ବ୍ୟାଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ପ୍ରଥମ ଟେଷ୍ଟରେ ଯଥାକ୍ରମେ ୬ ଓ ୧୭ ରନ କରିଥିବା ବିରାଟ ଆଜି ୩୫ ରନ କରିବା କ୍ଷଣି ନୂଆ ରେକର୍ଡର ଅଧିକାରୀ ହୋଇଥିଲେ। ଏହାପରେ ସେ ଆଉ ୧୨ ରନ କରି ସାକିବ ଅଲ ହାସନଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ।

ବିରାଟ ଦ୍ରୁତତମ ତଥା ବିଶ୍ୱର ୪ର୍ଥ ବ୍ୟାଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ କରିଛନ୍ତି। ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସଚିନ ୬୨୩ଟି ଇନିଂସ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ କରିପାରିଥିଲେ।

Advertisment

କିନ୍ତୁ ବିରାଟ ୫୯୪ଟି ଇନିଂସରେ ଏପରି ରେକର୍ଡର ଅଧିକାରୀ ହୋଇଛନ୍ତି। ସଚିନ ଓ ବିରାଟଙ୍କ ବ୍ୟତୀତ କୁମାର ସାଙ୍ଗାକାର ୬୪୮ଟି ଇନିଂସ ଓ ରିକି ପଣ୍ଟିଂ ୬୫୦ଟି ଇନିଂସରେ ୨୭ ହଜାର ରନ ହାସଲ କରିଥିଲେ।

ଅନ୍ୟପକ୍ଷରେ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୭୮୨ଟି ଇନିଂସରେ ୩୪,୩୫୭ ରନ କରିଥିବା ବେଳେ ତାଙ୍କ ପଛକୁ ସାଙ୍ଗାକାରା ୬୬୬ ଇନିଂସରେ ୨୮,୦୧୬ ରନ, ୬୬୮ ଇନିଂସରେ ରିକି ପଣ୍ଟିଂ ୨୭,୪୮୩ ରନ, ବିରାଟ କୋହଲି ୫୯୪ ଇନିଯସରେ ୧୭,୦୧୨ ରନ, ମାହେଲା ଜୟବର୍ଦ୍ଧନେ ୭୨୫ ଇନିଂସରେ ୨୫,୮୫୭ ରନ କରିଛନ୍ତି।

Virat Kohli Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe