କୋହଲିଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ଜୋହାନସବର୍ଗ: ବିରାଟ୍ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକାରେ ପାଦ ଥାପିଛି। ଟିମ୍ ଇଣ୍ଡିଆ ଡିସେମ୍ବର ୨୬ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) କ୍ୟାପଟେନ୍ କୋହଲି ଓ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ସମେତ କିଛି ଖେଳାଳିଙ୍କ ଫଟୋ ପୋଷ୍ଟ କରି ଟ୍ୱିଟ୍ କରି ଲେଖିଛି, ଦକ୍ଷିଣ ଆଫ୍ରିକାରେ ପହଞ୍ଚିଗଲୁ। କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ମୁମ୍ବାଇରୁ ଦକ୍ଷିଣ […]

kohli-and-dravid

Ranjit Kumar Jena
  • Published: Thursday, 16 December 2021
  • , Updated: 16 December 2021, 08:51 PM IST

ଜୋହାନସବର୍ଗ: ବିରାଟ୍ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକାରେ ପାଦ ଥାପିଛି। ଟିମ୍ ଇଣ୍ଡିଆ ଡିସେମ୍ବର ୨୬ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) କ୍ୟାପଟେନ୍ କୋହଲି ଓ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ସମେତ କିଛି ଖେଳାଳିଙ୍କ ଫଟୋ ପୋଷ୍ଟ କରି ଟ୍ୱିଟ୍ କରି ଲେଖିଛି, ଦକ୍ଷିଣ ଆଫ୍ରିକାରେ ପହଞ୍ଚିଗଲୁ।

କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲା। ଏହି ଗସ୍ତରେ ଭାରତ ଟେଷ୍ଟ ସିରିଜ୍ ବ୍ୟତୀତ ଦିନିକିଆ ସିରିଜ୍ ମଧ୍ୟ ଖେଳାଯିବ। କୋଭିଡ୍-୧୯ର ନୂଆ ଭାରିଏଣ୍ଟ ଓମିକ୍ରନ ବିପଦକୁ ଦୃଷ୍ଟିରେ ରଖି ଏହି ଗସ୍ତରେ ହେବାକୁଥିବା ଟି-୨୦ ସିରିଜକୁ ସ୍ଥଗିତ କରାଯାଇଛି। ଦୁଇ ଟିମ୍ ପୂରା ସିରିଜରେ ବାୟୋ-ବବଲରେ ରହିବେ।

ଦକ୍ଷିଣ ଆଫ୍ରିକା ଗସ୍ତ ବିରାଟ୍ କୋହଲିଙ୍କ ପାଇଁ ବହୁତ ଖାସ। କାରଣ ଏବେ ସେ ଦିନିକିଆ ଓ ଟି-୨୦ କ୍ୟାପଟେନ୍ ପଦରେ ନହାନ୍ତି। ଏବେ ତାଙ୍କ ପାଖରେ କେବଳ ଟେଷ୍ଟ ଟିମର କ୍ୟାପଟେନ୍ସି ରହିଛି। ଏଥିପାଇଁ ସେ ଟେଷ୍ଟ ସିରିଜ୍ ଜିତିବାକୁ ଚାହିଁବେ। ଏହାବ୍ୟତୀତ ଦକ୍ଷିଣ ଆଫ୍ରିକା ମାଟିରେ ଟିମ୍ ଇଣ୍ଡିଆକୁ ପ୍ରଥମଥର ଟେଷ୍ଟ ସିରିଜ୍ ଜିତିବାକୁ ମଧ୍ୟ କୋହଲି ଲକ୍ଷ୍ୟ ରଖିଛନ୍ତି।

https://twitter.com/BCCI/status/1471449010095357952?s=20

ଦକ୍ଷିଣ ଆଫ୍ରିକା ଗସ୍ତ ଟିମ୍ ଇଣ୍ଡିଆ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ହେବ। ହୁଏତ ଟିମ ଇଣ୍ଡିଆ ତା’ର ବିରୋଧୀ ଦଳ ତୁଳନାରେ ଅଧିକ ଅଭିଜ୍ଞ, କିନ୍ତୁ ଦକ୍ଷିଣ ଆଫ୍ରିକା ମାଟିରେ ସେମାନଙ୍କୁ ଜିତିବା ସେତେଟା ସହଜ ହେବନି। ବିରୋଧୀ ଟିମର ପେସ୍ ବ୍ୟାଟେରୀ ବେଶ୍ ଘାତକ। ଦକ୍ଷିଣ ଆଫ୍ରିକା ପାଖରେ କାଗିସୋ ରବାଡା, ଆନରିଚ୍ ନୋର୍ଜେ ଓ ଲୁଙ୍ଗି ଏନଗିଡିଙ୍କ ଭଳି ଦକ୍ଷ ପେସ୍ ବୋଲର ଅଛନ୍ତି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ରୋହିତ୍ ଶର୍ମାଙ୍କ ବିନା ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଖେଳିବ। ରୋହିତ୍ ଶର୍ମା ହାମଷ୍ଟ୍ରୀଙ୍ଗ ଇଞ୍ଜୁରୀ କାରଣରୁ ଗସ୍ତରୁ ଓହରି ଯାଇଛନ୍ତି। ଅନ୍ୟପକ୍ଷରେ ବିରାଟ୍ କୋହଲି, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଭଲ ଫର୍ମରେ ନାହାନ୍ତି, ଯାହା ଭାରତ ପାଇଁ ଚିନ୍ତାର ବିଷୟ।

ଲୋକେଶ ରାହୁଲ୍, ମୟଙ୍କ ଅଗ୍ରୱାଲ ଭଲ ଫର୍ମରେ ଅଛନ୍ତି। ଋଷଭ ପନ୍ତ, ଶ୍ରେୟସ ଆୟର୍ ମଧ୍ୟ ବାଉନ୍ସି ପିଚରେ ରନ୍ କରିବା ଜାଣନ୍ତି। କିନ୍ତୁ ଭାରତର ପେସ୍ ଆଟାକ୍ ଉପରେ ସବୁଠାରୁ ଆଶା ରହିଛି। ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଈଶାନ୍ତ ଶର୍ମାଙ୍କ ଭଳି ପେସ୍ ବୋଲର ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି।

https://twitter.com/BCCI/status/1471449660048822272?s=20

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ ତାରିଖରୁ ସେଞ୍ଚୁରିଅନରେ ଆରମ୍ଭ ହେବ। ଏହା ପରେ ଦ୍ୱିତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୩ରୁ ଜୋହାନସବର୍ଗ ଏବଂ ତୃତୀୟ ଟେଷ୍ଟ ଜାନୁଆରୀ ୧୧ରୁ କେପ୍ ଟାଉନରେ ଆରମ୍ଭ ହେବ। ଟେଷ୍ଟ ସିରିଜ୍ ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ।

https://twitter.com/BCCI/status/1471268857566269440?s=20

ଭାରତୀୟ ଟେଷ୍ଟ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ଲୋକେଶ ରାହୁଲ୍, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ପ୍ରିୟାଙ୍କ ପାଞ୍ଚାଲ, ଶ୍ରେୟସ ଆୟର୍, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଋଦ୍ଧିମାନ ସାହା (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ।

Related story