Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌: ଭୁଲ୍ ସୁଧାରିବା ପାଇଁ ପଡ଼ିଆ ଛାଡ଼ିଥିଲେ ବିରାଟ କୋହଲି

ଭାରତ ଜିତିଲା ଟସ୍‌। ବ୍ୟାଟିଂ କରୁଛି ପାକିସ୍ତାନ।

ଅଦ୍ୟତନ ହୋଇଛି
Sachin and Kohli

Sachin and Kohli

Advertisment

ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟରେ ଆଜି ଚାଲିଛି କ୍ରିକେଟ ବିଶ୍ବକପର ଅନ୍ୟତମ ହାଇଭୋଲଟେଜ୍ ମ୍ୟାଚ୍‌। ଭାରତ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ କରୁଛି ପାକିସ୍ତାନ। ତେବେ ଖେଳ ଚାଲିଥିବା ବେଳେ କିଛି ସମୟ ପାଇଁ ବିରାଟ କୋହଲି ପଡ଼ିଆରୁ ଉଭାନ ହୋଇଯାଇଥିଲେ। କାରଣ ସେ ଭୁଲ୍ ଜର୍ସୀ ପିନ୍ଧି ପଡ଼ିଆକୁ ଆସିଥିଲେ।

Advertisment

ଭାରତୀୟ ଟିମ୍‌ର ଅନ୍ୟ ସଦସ୍ୟଙ୍କ ଜର୍ସୀରେ କାନ୍ଧରେ ତ୍ରିରଙ୍ଗା ଷ୍ଟ୍ରିପ୍ ଥିବା ବେଳେ କୋହଲି ପିନ୍ଧିଥିବା ଜର୍ସୀରେ କେବଳ ଧଳା ରଙ୍ଗର ତିନିଟି ଷ୍ଟ୍ରିପ୍ ଥିଲା। କୋହଲି ତାଙ୍କ ତ୍ରୁଟି ସମ୍ପର୍କରେ ଜାଣିବା ପରେ ଏହାକୁ ତୁରନ୍ତ ସୁଧାରିବାକୁ ସେ ପଡ଼ିଆ ଛାଡ଼ିଥିଲେ। କିଛି ସମୟ ପରେ ସେ ଠିକ୍ ଜର୍ସୀ ପିନ୍ଧି ପଡ଼ିଆକୁ ଆସିଥିଲେ। ସେତେବେଳେ ଦର୍ଶକମାନେ ବଡ଼ ପାଟି କରି ତାଙ୍କୁ ସ୍ବାଗତ କରିଥିଲେ।

ଖବର ଲେଖାଯିବା ପର୍ଯ୍ୟନ୍ତ ପାକିସ୍ତାନ 29.4 ଓଭରରେ 3ଟି ଓ୍ବିକେଟ୍ ହରାଇ 155 ରନ୍ କରିଛି। ମହମ୍ମଦ ସିରାଜ 2ଟି ଓ୍ବିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଓ୍ବିକେଟ୍ ନେଇଛନ୍ତି।

Advertisment

Virat Kohli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe