Advertisment

୨୦୨୨ରେ ରୋହିତ ଯାହା କରିଥିଲେ, ୨୦୨୩ରେ ବିରାଟ ତାହା କଲେ

ରବିବାର ଲକ୍ଷ୍ନୌରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ୨୨୯ ରନ କରିଥିଲେ ହେଁ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ମାଟି କାମୁଡ଼ିଛି।

Virat

Virat

Advertisment

ଚଳିତ ବିଶ୍ୱକପରେ ଭାରତ ଡିଫେଣ୍ତିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇବା ସହ ସେମି ଫାଇନାଲରେ ନିଜର ସ୍ଥାନ ଏକପ୍ରକାରର ପକ୍କା କରି ନେଇଛି। ରବିବାର ଲକ୍ଷ୍ନୌରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ୨୨୯ ରନ କରିଥିଲେ ହେଁ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ମାଟି କାମୁଡ଼ିଛି।

Advertisment

ଏଥିସହ ପୂରା ଟିମ କେବଳ ୧୨୯ ରନ କରିବାକୁ ସକ୍ଷମ ହୋଇଛି। ଭାରତୀୟ ବୋଲରଙ୍କ ବୋଲିଂରେ ଇଂଲଣ୍ଡ ଗୋଟିଏ ପରେ ଗୋଟିଏ ୱିକେଟ ହରାଉ ଥିବା ବେଳେ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ବେଶ ଖୁସି ମନାଉଥିଲେ। କିନ୍ତୁ ଦୁଇ ଜଣ ଏମିତି ଏକ ସେଲିବ୍ରେସନ ମୁଡକୁ ଚାଲି ଆସିଥିଲେ ଯେ ଏହାର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୨୦୨୨ ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ବିଜୟ ପରେ ରୋହିତ ଶର୍ମା ବ୍ୟାଟର ବିରାଟ କୋହଲିଙ୍କ ସହ ଯାହା କରିଥିଲେ, କାଲି ଇଂଲଣ୍ଡକୁ ହରାଇବା ପରେ ବିରାଟ ପଡ଼ିଆ ଭିତରେ ରୋହିତଙ୍କ ସହ ତାହା କରିଛନ୍ତି।

Advertisment

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିରାଟ ଦଳକୁ ଜିତାଇଥିଲେ। ଏଥିପାଇଁ ରୋହିତ ବେଶ ଉତ୍ସାହିତ ହୋଇ ବିରାଟଙ୍କୁ କୁଣ୍ଢାଇ ଟେକି ପକାଇ ଥିଲେ। କାଲି ଇଂଲଣ୍ଡକୁ ୧୦୦ ରନରେ ଭାରତ ହରାଇବା ପରେ ବିରାଟ ଦୌଡ଼ି ଯାଇ ରୋହିତଙ୍କୁ ଖୁସିରେ ଟେକି ପକାଇ ଥିଲେ। ରୋହିତ ମଧ୍ୟ ବିରାଟଙ୍କୁ ଖୁସିରେ ବେଶ କିଛି ସମୟ କୁଣ୍ଢାଇ ଧରିଥିଲେ। 

୨୦୨୨ ଓ ୨୦୨୩ର ଫଟୋକୁ ଲୋକମାନେ ସୋଶାଲ ମିଡିଆରେ ଶେୟାର କରି ବିରାଟ-ରୋହିତଙ୍କ ସେଲିବ୍ରେସନକୁ ବାଃବାଃ କରିବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ରବିବାର ମ୍ୟାଚ୍‌ରେ ଭାରତର ଅଧିକାଂଶ ବ୍ୟାଟର ଫେଲ ମାରିଥିଲେ।

କିନ୍ତୁ ରୋହିତ ଶର୍ମା ୮୭ ରନର ଦମଦାର ଇନିଂସ ଖେଳିଥିଲେ। ଏହି ରନ ହିଁ ଶେଷରେ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେଣୁ ବିରାଟ ମ୍ୟାଚ୍‌ ଶେଷ ହେବା ପରେ ରୋହିତଙ୍କୁ କୁଣ୍ଢାଇ ଖୁସିରେ ଟେକି ଧରିଥିଲେ।

ଅନ୍ୟପକ୍ଷରେ ୨୦୨୨ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ବିରାଟ ଶେଷ ଯାଏ ନଟଆଉଟ ରହିବା ସହ ଦଳକୁ ବିଜୟ କରାଇଥିଲେ।

Virat Kohli Rohit Sharma ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe