Advertisment

Virat Kohli: ବିରାଟ କୋହଲିଙ୍କ ଠାରୁ ୧ ନଂ ସ୍ଥାନ ଛଡ଼ାଇ ନେଲେ ଏହି ଖେଳାଳି

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ ଶତକ ମରିଥିଲେ ହେଁ ଭାରତକୁ ହାରିବାକୁ ପଡ଼ିଥିଲା। ନ୍ୟୁଜିଲ୍ୟାଣ୍ଡ ଦୀର୍ଘ ୩୭ ବର୍ଷ ପରେ ଭାରତରେ କୌଣସି ଦିନିକିଆ ସିରିଜ(୨-୧)କୁ ଜିତିଥିଲା।

Virat

ବିରାଟ କୋହଲି

Advertisment

ଦୀର୍ଘ ବର୍ଷ ପରେ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିଲେ ଷ୍ଟାର ବ୍ୟାଟର ବିରାଟ କୋହଲି। ଏହି ସ୍ଥାନରେ ମାତ୍ର ୭ ଦିନ ହିଁ ରହିବାକୁ ସକ୍ଷମ ହୋଇଛନ୍ତି ବିରାଟ। କାରଣ ଆଇସିସି ପକ୍ଷରୁ ଆଜି(ବୁଧବାର) ଜାରି ହୋଇଥିବା ଅପଡେଟ ରାଙ୍କିଙ୍ଗରେ ବିରାଟ(Virat Kohli) ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି।

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ ଶତକ ମରିଥିଲେ ହେଁ ଭାରତକୁ ହାରିବାକୁ ପଡ଼ିଥିଲା। ନ୍ୟୁଜିଲ୍ୟାଣ୍ଡ ଦୀର୍ଘ ୩୭ ବର୍ଷ ପରେ ଭାରତରେ କୌଣସି ଦିନିକିଆ ସିରିଜ(୨-୧)କୁ ଜିତିଥିଲା। ଆଉ ଏହି ଐତିହାସିକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କ୍ୱିୱି ଟିମର ଡାରେଲ ମିଚେଲ। ଏବେ ବିରାଟଙ୍କ ଠାରୁ ମିଚେଲ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନ ଛଡ଼ାଇ ନେଇଛନ୍ତି। ମିଚେଲ ବନି ଯାଇଛନ୍ତି ବିଶ୍ୱର ୧ ନଂ ଦିନିକିଆ ବ୍ୟାଟର। 

ତୃତୀୟ ଦିନିକିଆ ପରେ ବିରାଟଙ୍କ ରାଙ୍କିଙ୍ଗରେ ୧୦ ପଏଣ୍ଟ ବୃଦ୍ଧି ହୋଇଛି। ହେଲେ ଭାରତ ବିପକ୍ଷ ଦିନିକିଆ ସିରିଜରେ କ୍ରମାଗତ ଶତକ ହାସଲ କରିଥିବା ମିଚେଲଙ୍କ ପଏଣ୍ଟ ଦ୍ରୁତଗତିରେ ଆଗକୁ ଯାଇଛି। ତୃତୀୟ ଦିନିକିଆ ପୂର୍ବରୁ ତାଙ୍କ ପଏଣ୍ଟ ସଂଖ୍ୟା ୭୮୪ ରହିଥିଲା। ବିରାଟ ୭୮୫ ପଏଣ୍ଟ ସହ ୧ନଂରେ ରହିଥିଲେ। ଏବେ ବିରାଟଙ୍କ ପଏଣ୍ଟ ସଂଖ୍ୟା ୭୯୫ ରହିଥିବା ବେଳେ ମିଚେଲ ୮୪୫ ପଏଣ୍ଟ ସହ ୧ନଂରେ ପହଞ୍ଚି ଯାଇଛନ୍ତି। 

Advertisment

ଭାରତ ବିପକ୍ଷ ଦିନିକିଆ ସିରିଜରେ ମିଚେଲ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ। ସେ ୩ଟି ମ୍ୟାଚ୍‌ରେ ୩୫୨ ରନ କରିବା ସହ ତାଙ୍କ ବ୍ୟାଟିଂ ହାର ୧୭୬ ରହିଥିଲା। ସେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। 

ବିରାଟ କେବଳ ନିଜର ପ୍ରଥମ ସ୍ଥାନ ହରାଇ ନାହାନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ମଧ୍ୟ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ଗତ ସପ୍ତାହରେ ସେ ୩ ନମ୍ବରରେ ଥିବା ବେଳେ ଏବେ ୪ ନମ୍ବରକୁ ଖସି ଯାଇଛନ୍ତି।

ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ଆଫଗାନିସ୍ତାନର ଇବ୍ରାହିମ ଜର୍ଦାନ। ୫ମରେ ଭାରତର ଦିନିକିଆ ଅଧିନାୟକ ଶୁବମନ ଗିଲ ରହିଥିବା ବେଳେ ୬ଷ୍ଠରେ ପାକିସ୍ତାନର ବାବର ଆଜମ, ୭ମରେ ଆୟର୍ଲ୍ୟାଣ୍ଡର ହ୍ୟାରୀ ଟେକ୍ଟର, ୮ମରେ ଇଣ୍ଡିଜ ଟିମର ସାଇ ହୋପ, ୯ମରେ ଶ୍ରୀଲଙ୍କାର ଚରିତା ଅସଲଙ୍କା ଓ ୧୦ମ ସ୍ଥାନରେ ଭାରତର କେଏଲ ରାହୁଲ ଅଛନ୍ତି। 

ଗତ ସପ୍ତାହରେ ରାହୁଲ ୧୧ ନମ୍ବର ସ୍ଥାନରେ ଓ ଶ୍ରେୟସ ଆୟର ୧୦ ନମ୍ବର ସ୍ଥାନରେ ରହିଥିଲେ। ହେଲେ ଏବେ ରାହୁଲ ଟପ ୧୦ରେ ପ୍ରବେଶ କରିଥିବା ବେଳେ ଆୟର ୧୧ ନମ୍ବରକୁ ଚାଲି ଯାଇଛନ୍ତି। 

Virat Kohli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe