Advertisment

ବୁଧବାର ବିରାଟଙ୍କ ନାଁରେ ଯୋଡ଼ି ହୋଇପାରେ ଆଉ ଏକ ରେକର୍ଡ

ପ୍ରଥମ ଭାରତୀୟ ବ୍ୟାଟର ଭାବେ ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହେବାକୁ ଯାଉଛି ଏକ ରେକର୍ଡ।

Virat Kohli

Virat Kohli

Advertisment

ବିରାଟ କୋହଲିଙ୍କ ନାଁରେ ଅନେକ ରେକର୍ଡ ରହିଛି। ଆସନ୍ତାକାଲି ସେ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ପାରନ୍ତି, ଯାହା ପୂର୍ବରୁ କୌଣସି ଭାରତୀୟ ବ୍ୟାଟରଙ୍କ ନାଁରେ ନାହିଁ।

Advertisment

ଆସନ୍ତାକାଲି ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଚଳିତ ଟିଟ୍ୱେଣ୍ଟି ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳିବ। ଯଦି ଏହି ମ୍ୟାଚ୍‌ରେ ବିରାଟ କୋହଲି ୬ ରନ୍ କରନ୍ତି, ତା’ହେଲେ ତାଙ୍କ ନାଁରେ ଆଉ ଏକ ମାଇଲଖୁଣ୍ଟ ବା ରେକର୍ଡ ଯୋଡ଼ି ହୋଇଯିବ। ଟିଟ୍ୱେଣ୍ଟି ଫର୍ମାଟ (ଟିଟ୍ୱେଣ୍ଟି ଅନ୍ତର୍ଜାତୀୟ ଓ ଲିଷ୍ଟ୍ ଏ ଗେମ୍‌ସ ମିଶି)ରେ ସେ ପ୍ରଥମ ଭାରତୀୟ ବ୍ୟାଟର ଭାବେ ୧୨ ହଜାର ରନ୍ ପୂରଣ କରିବେ। ଅନ୍ୟପକ୍ଷରେ ପୂରା ବିଶ୍ୱରେ ଏହି ମାଇଲଖୁଣ୍ଟ ଛୁଇଁବାରେ ବନିଯିବେ ଚତୁର୍ଥ ବ୍ୟାଟର।

କୋହଲି ଏହି ଫର୍ମାଟରେ ବର୍ତ୍ତମାନ ସୁଦ୍ଧା ୩୭୫ଟି ମ୍ୟାଚ୍ ଖେଳି ୧୧,୯୯୪ ରନ୍ କରିଛନ୍ତି। ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍‌ ୪୬୩ଟି ଟିଟ୍ୱେଣ୍ଟି ମ୍ୟାଚ୍‌ରୁ ୧୪,୫୬୨ ରନ୍ କରିଛନ୍ତି। ସେ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଦ୍ୱିତୀୟରେ ଅଛନ୍ତି ପାକିସ୍ତାନର ସୋଏବ ମଲିକ। ସେ ୫୨୫ଟି ମ୍ୟାଚ୍‌ରୁ ୧୨,୯୯୩ ରନ୍ କରିଛନ୍ତି। କିରନ ପୋଲାର୍ଡ ୬୩୯ଟି ମ୍ୟାଚ୍‌ରୁ ୧୨,୪୩୦ ରନ୍ କରି ତୃତୀୟ ସ୍ଥାନରେ ଅଛନ୍ତି।

Advertisment

୧୪ ମାସ ପରେ ଟିଟ୍ୱେଣ୍ଟି ଫର୍ମାଟକୁ ଫେରିଛନ୍ତି ବିରାଟ କୋହଲି। ଗତ ରବିବାର ସେ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳିଥିଲେ। ସେ ୧୬ଟି ବଲ୍‌ରୁ ୨୯ ରନ୍ କରିଥିଲେ। ତିନିଟି ମ୍ୟାଚ୍ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ୍‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଏହାକୁ କବଜା କରି ସାରିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe