Advertisment

ଟେଷ୍ଟ କ୍ରିକେଟକୁ ପୁଣି ଫେରିବେ କି ବିରାଟ କୋହଲି?

ବିରାଟ ସମ୍ଭବତଃ ପୁଣି ଟେଷ୍ଟ କ୍ରିକେଟକୁ ଫେରି ପାରନ୍ତି। ସେ ସମ୍ଭବତଃ ନିଜର ଅବସର ନିଷ୍ପତ୍ତି ବଦଳାଇ ପାରନ୍ତି ବୋଲି କ୍ଲାର୍କ ମତ ରଖିଛନ୍ତି।

Virat

Virat

Advertisment

ସମସ୍ତଙ୍କୁ ଚକିତ କରି ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଅଧିନାୟକ ମାଇକେଲ କ୍ଲାର୍କ ଏହାକୁ ନେଇ ବଡ଼ କଥା କହିଛନ୍ତି। ବିରାଟ ସମ୍ଭବତଃ ପୁଣି ଟେଷ୍ଟ କ୍ରିକେଟକୁ ଫେରି ପାରନ୍ତି। ସେ ସମ୍ଭବତଃ ନିଜର ଅବସର ନିଷ୍ପତ୍ତି ବଦଳାଇ ପାରନ୍ତି ବୋଲି କ୍ଲାର୍କ ମତ ରଖିଛନ୍ତି।

Advertisment

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସ୍କ୍ୱାଡ ଘୋଷଣା ହେବାର କିଛି ଦିନ ପୂର୍ବରୁ ବିରାଟ ନାଲି ବଲ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୩୬ ବର୍ଷୀୟ ବିରାଟ ଦେଶ ପାଇଁ ୧୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୯୨୩୦ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୪୬.୮୫ ରହିଛି। ବିରାଟ ହଠାତ ଟେଷ୍ଟ କ୍ରିକେଟକୁ ଅଲବିଦା କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କିନ୍ତୁ କ୍ଲାର୍କଙ୍କ କହିବା କଥା ଯେ ଯଦି ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିବ, ତା’ହେଲେ ବିରାଟ ଅବସର ନିଷ୍ପତ୍ତି ବଦଳାଇବେ।

ଗୋଟିଏ ପୋଡକାଷ୍ଟରେ କ୍ଲାର୍କ କହିଛନ୍ତି, “ମୋର ବିଶ୍ୱାସ ରହିଛି। ଯଦି ଭାରତୀୟ ଟିମ ଇଂଲଣ୍ଡରେ ଫ୍ଲପ ହେବ, ଯଦି ଭାରତୀୟ ଟିମ ୦-୫ରେ ଇଂଲଣ୍ଡ ଠାରୁ ହାରିଯିବ, ତା’ହେଲେ ଫ୍ୟାନ୍ସ ନିଶ୍ଚିତ ଭାବେ ବିରାଟ କୋହଲିଙ୍କୁ ଅବସର ନିଷ୍ପତ୍ତି ବଦଳାଇବାକୁ ଓ ତାଙ୍କୁ ପୁଣି ଟେଷ୍ଟ କ୍ରିକେଟ ଖେଳିବାକୁ କହିବେ। ମୁଁ ମଧ୍ୟ ଭାବୁଛି ଯେ ଯଦି ତାଙ୍କୁ କ୍ୟାପ୍ଟେନ, ଚୟନକର୍ତ୍ତା ଓ ଫ୍ୟାନ୍ସ ସମର୍ଥନ କରିବେ, ତା’ହେଲେ ବିରାଟ ପୁଣି ଫେରିବେ। ସେ ଏବେ ବି ଟେଷ୍ଟ କ୍ରିକେଟକୁ ଭଲ ପାଉଛନ୍ତି। ଟେଷ୍ଟ କ୍ରିକେଟ ପାଇଁ ତାଙ୍କର ସମ୍ମାନ ଏବେ ବି ରହିଛି। ଟେଷ୍ଟ କ୍ରିକେଟ ପାଇଁ ସେ ପ୍ରୟୋଗ କରିଥିବା ଶବ୍ଦ ବାସ୍ତବ। ତେଣୁ ସେ ପୁଣି ଟେଷ୍ଟ କ୍ରିକେଟକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି।”

Advertisment

ବିରାଟଙ୍କ ଅନୁପସ୍ଥିତି ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭାରତ ଅନୁଭବ କରିବ ବୋଲି ମଧ୍ୟ କ୍ଲାର୍କ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଭାରତ ଗୋଟିଏ କ୍ରିକେଟ ପାଗଳ ଦେଶ। ସେମାନେ ସବୁବେଳେ ନିଜ ଟିମର ବିଜୟ ଚାହାନ୍ତି।

ବିରାଟ ଓ ରୋହିତ ଶର୍ମାଙ୍କ ବିନା ତିଆରି ହୋଇଥିବା ଭାରତୀୟ ଟିମ ମଧ୍ୟ ଇଂଲଣ୍ଡକୁ ତା’ ଗଡ଼ରେ ମାତ ଦେଇପାରିବ। ଏହା ଗୋଟିଏ ଭଲ ଟିମ। କିନ୍ତୁ ଯଦି ସେମାନେ ହାରି ଯାଆନ୍ତି କିମ୍ବା ନୈରାଶ୍ୟଜନକ ପ୍ରଦର୍ଶନ କରନ୍ତି, ତା’ହେଲେ ବିରାଟ କୋହଲିଙ୍କ ଉପରେ ଅବସର ନିଷ୍ପତ୍ତି ବଦଳାଇବାକୁ ଚାପ ସୃଷ୍ଟି କରାଯିବ।

Virat Kohli Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe