Advertisment

କ୍ରିକେଟ ଅଷ୍ଟ୍ରେଲିଆର ବିଶ୍ୱକପ ଟିମ: ନାହାନ୍ତି ରୋହିତ ଶର୍ମା, ବିରାଟ କୋହଲି ଅଧିନାୟକ

ଶ୍ରୀଲଙ୍କାର ଏକମାତ୍ର ଖେଳାଳି ଭାବେ ବାମହାତୀ ଦ୍ରୁତ ବୋଲର ଦିଲସାନ ମଧୁଶଙ୍କା ଟିମରେ ସ୍ଥାନ ପାଇଛନ୍ତି। ତାଙ୍କୁ ଦ୍ୱାଦଶ ଖେଳାଳି ଭାବେ ରଖାଯାଇଛି। ମଧୁଶଙ୍କା ଚଳିତ ବିଶ୍ୱକପରେ ୯ ମ୍ୟାଚ୍‌ ଖେଳି ୨୧ ୱିକେଟ ନେଇଛନ୍ତି।

Virat

Virat

Advertisment

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପର ଲିଗ୍‌ ପର୍ଯ୍ୟାୟ ମ୍ୟାଚ ରବିବାର ଶେଷ ହୋଇଛି। ଭାରତ ଏକମାତ୍ର ଦଳ ଭାବେ ଅପରାଜେୟ ସହ ସେମି ଫାଇନାଲକୁ ଯାଇଛି।

Advertisment

ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ସେମିକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବୁଧବାର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସେମି ଫାଇନାଲ ଖେଳାଯିବ। ସେହିପରି ଗୁରୁବାର ଦ୍ୱିତୀୟ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବ।

ଲିଗ ପର୍ଯ୍ୟାୟ ପରେ ସବୁଥର ଭଳି ଏଥର ବି କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ନିଜ ପସନ୍ଦର ବିଶ୍ୱକପ ଟିମ ବାଛିଛି। ଏହି ଟିମର ଅଧିନାୟକ ଭାବେ ବିରାଟ କୋହଲିଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ୧୨ ଜଣିଆ ସ୍କ୍ୱାଡରେ ବିରାଟଙ୍କ ବ୍ୟତୀତ ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିକେଟ ଅଷ୍ଟ୍ରେଲିଆର ବିଶ୍ୱକପ ଟିମରେ ଭାରତର ଅଧିନାୟକ ରୋହିତ ଶର୍ମା ନାହାନ୍ତି। ସେହିପରି ପାକିସ୍ତାନର କୌଣସି ଖେଳାଳିଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ତା’ର ବିଶ୍ୱକପ ଟିମରେ ରଖି ନାହିଁ।

ଶ୍ରୀଲଙ୍କାର ଏକମାତ୍ର ଖେଳାଳି ଭାବେ ବାମହାତୀ ଦ୍ରୁତ ବୋଲର ଦିଲସାନ ମଧୁଶଙ୍କା ଟିମରେ ସ୍ଥାନ ପାଇଛନ୍ତି। ତାଙ୍କୁ ଦ୍ୱାଦଶ ଖେଳାଳି ଭାବେ ରଖାଯାଇଛି। ମଧୁଶଙ୍କା ଚଳିତ ବିଶ୍ୱକପରେ ୯ ମ୍ୟାଚ୍‌ ଖେଳି ୨୧ ୱିକେଟ ନେଇଛନ୍ତି। ତାଙ୍କ ବୋଲିଂ ଇକୋନୋମି ୬.୭୦ ରହିଥିଲା। ଏଥିପାଇଁ ତାଙ୍କୁ ବିଶ୍ୱକପ ଟିମରେ ସୁଯୋଗ ମିଳିଛି।

କ୍ରିକେଟ ଅଷ୍ଟ୍ରେଲିଆର ବିଶ୍ୱକପ ଟିମ: କ୍ୱିଣ୍ଟନ ଡି’କକ(ଦକ୍ଷିଣ ଆଫ୍ରିକା), ଡାଭିଡ ୱାର୍ଣ୍ଣର(ଅଷ୍ଟ୍ରେଲିଆ), ରଚିନ ରବୀନ୍ଦ୍ର (ନ୍ୟୁଜିଲ୍ୟାଣ୍ଡ), ବିରାଟ କୋହଲି(ଭାରତ), ଏଡେନ ମାର୍କରମ(ଦକ୍ଷିଣ ଆଫ୍ରିକା), ଗ୍ଲେନ ମ୍ୟାକ୍ସୱେଲ(ଅଷ୍ଟ୍ରେଲିଆ), ମାର୍କୋ ୟାନସେନ(ଦକ୍ଷିଣ ଆଫ୍ରିକା), ରବୀନ୍ଦ୍ର ଜାଡେଜା(ଭାରତ), ମହମ୍ମଦ ଶାମି (ଭାରତ), ଆଡାମ ଜାମ୍ପା (ଅଷ୍ଟ୍ରେଲିଆ), ଯଶପ୍ରୀତ ବୁମ୍ରା(ଭାରତ) ଓ ଦ୍ୱାଦଶ ଖେଳାଳି ଦିଲସାନ ମଧୁଶଙ୍କା(ଶ୍ରୀଲଙ୍କା)।

Virat Kohli Rohit Sharma ICC ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe