Advertisment

ଦ୍ୱିତୀୟ ଟେଷ୍ଟରେ ଖେଳିବେନି ବିରାଟ କୋହଲି! ଚିନ୍ତା ବଢ଼ାଇଲା ସାମ୍ନାକୁ ଆସିଥିବା ଫଟୋ

ସାମ୍ନାକୁ ଆସିଥିବା ଗୋଟିଏ ଫଟୋରେ ବିରାଟଙ୍କ ଆଣ୍ଠୁ ପାଖରେ ବ୍ୟାଣ୍ଡେଜ ହୋଇଥିବା ଦେଖିବାକୁ ମିଳୁଛି।

author-image
Hemant Lenka
Virat

Virat

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ପୂର୍ବରୁ ଚିନ୍ତା ବଢ଼ାଇବା ଭଳି ଖବର ଆସିଛି। ପର୍ଥ ଟେଷ୍ଟରେ ଦମଦାର ଶତକ ହାସଲ କରିଥିବା ବିରାଟ କୋହଲିଙ୍କ ଅଭ୍ୟାସ ବେଳର ଫଟୋକୁ ଦେଖି ସମସ୍ତେ ଚିନ୍ତାରେ ପଡ଼ି ଯାଇଛନ୍ତି। ଆଡିଲେଡରେ ପିଙ୍କ ବଲ ଟେଷ୍ଟ ପାଇଁ ଭାରତ ପ୍ରସ୍ତୁତ ହେଉଥିବା ବେଳେ ବିରାଟ କୋହଲି ଆହତ ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି।

Advertisment

ସାମ୍ନାକୁ ଆସିଥିବା ଗୋଟିଏ ଫଟୋରେ ବିରାଟଙ୍କ ଆଣ୍ଠୁ ପାଖରେ ବ୍ୟାଣ୍ଡେଜ ହୋଇଥିବା ଦେଖିବାକୁ ମିଳୁଛି। ସେହିପରି ସାମ୍ନାକୁ ଆସିଥିବା ଭିଡିଓରେ ବିରାଟ ଥ୍ରୋର ଅଭ୍ୟାସ କରୁଥିଲେ ହେଁ ଠିକ ଭାବେ ଚାଲି ପାରୁ ନଥିବାରୁ ଦେଖାଯାଉଛି। ଆସନ୍ତା ୬ରୁ ଆଡିଲେଡରେ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ବିରାଟଙ୍କ ଆଣ୍ଠୁ ପାଖରେ ପଡ଼ିଥିବା ବ୍ୟାଣ୍ଡେଜ କେତେ ଗୁରୁତର ସେକଥା ଜଣାପଡ଼ିନି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଅଭ୍ୟାସ ବେଳେ ବିରାଟ ସମ୍ଭବତଃ ଆଣ୍ଠୁର ସାମାନ୍ୟ ତଳକୁ ସମସ୍ୟା ଅନୁଭବ କରିଥିଲେ। ଏଥିପାଇଁ ମେଡିକାଲ ଟିମ ତାଙ୍କର ଯାଞ୍ଚ କରିଥିଲା। ତଥାପି ସେ ସମସ୍ୟାରୁ ନ ମୁକୁଳିବାରୁ ଆଣ୍ଠୁର ସାମାନ୍ୟ ତଳକୁ ବ୍ୟାଣ୍ଡେଜ କରିବାକୁ ପଡ଼ିଛି।

Advertisment

ଅଭ୍ୟାସ ସେସନ୍ସ ସମୟରେ ବିରାଟଙ୍କ ଆଣ୍ଠୁରେ ବ୍ୟାଣ୍ଡେଜ କରାଯାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଡାହାଣ ଆଣ୍ଠୁ ପାଖରେ ବ୍ୟାଣ୍ଡେଜ କରିବା ପରେ ବିରାଟ ଥ୍ରୋର ଅଭ୍ୟାସ କରିଥିଲେ। ତେବେ ସେ ଚାଲିବାରେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି।

ପର୍ଥ ଟେଷ୍ଟରେ ବିରାଟ ଶତକ ମାରି ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ତେଣୁ ସେ ବର୍ତ୍ତମାନ ଭାରତର ପ୍ରମୁଖ ବ୍ୟାଟିଂ ଅସ୍ତ୍ର। ଏପରି ସ୍ଥିତିରେ ସେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଆହତ ସମସ୍ୟାରେ ପଡ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି।

ଗୋଟିଏ ପଟେ ବିରାଟ ଆହତ ସମସ୍ୟାରେ ପଡ଼ିଥିବା ବେଳେ ଅନ୍ୟପଟେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦଳକୁ ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିବା ମଧ୍ୟ ବଡ଼ କଥା। ଆଜି ସେ ଆଡିଲେଡରେ ବେଶ କିଛି ଘଣ୍ଟା ଧରି ଅଭ୍ୟାସ କରିଛନ୍ତି। ତଥାପି କୋହଲି ଯଦି ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଫିଟ ନ ହେବେ, ତା’ହେଲେ ଏହା ଦଳ ପାଇଁ ଶକ୍ତ ଝଟକା ସଦୃଶ ହେବ।

Virat Kohli Border Gavaskat Trophy