Advertisment

ବିରାଟ କୋହଲି ମୋ ଅଧୀନରେ ଖେଳୁଥିଲେ, କାହିଁକି ଏମିତି କହିଲେ ତେଜସ୍ୱୀ ଯାଦବ?

ତେଜସ୍ୱୀ ଯାଦବ ତାଙ୍କ କ୍ରିକେଟିଂ କ୍ୟାରିୟରରେ ଗୋଟିଏ ପ୍ରଥମ ଶ୍ରେଣୀ, ୨ଟି ଲିଷ୍ଟ ଏ ଓ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

author-image
Hemant Lenka
Virat

Virat

ଆରଜେଡିର ବରିଷ୍ଠ ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଗୋଟିଏ ବୟାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜ କ୍ରିକେଟିଂ ଯାତ୍ରା ସମ୍ପର୍କରେ ମତ ରଖଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ ହେଉଛନ୍ତି ତେଜସ୍ୱୀ।

Advertisment

ସେ ଦାବି କରିଛନ୍ତି, ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ଏକଦା ତାଙ୍କ କ୍ୟାପ୍ଟେନ୍ସିରେ ଘରୋଇ କ୍ରିକେଟ ଖେଳୁଥିଲେ। କିନ୍ତୁ ଘରୋଇ କ୍ରିକେଟରେ ଦମ ଦେଖାଇଥିବା ତେଜସ୍ୱୀଙ୍କ କ୍ରିକେଟିଂ କ୍ୟାରିୟର ସମ୍ପର୍କରେ କେହି ଆଲୋଚନା କରୁ ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଜସ୍ୱୀ ଆହୁରି ଦାବି କରିଛନ୍ତି ଯେ ଭାରତୀୟ ଟିମରେ ଏବେ ଖେଳୁଥିବା ଅଧିକାଂଶ ଖେଳାଳି ତାଙ୍କ ସହ ଖେଳୁଥିଲେ।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ତେଜସ୍ୱୀ କହିଛନ୍ତି,. “ମୁଁ ଜଣେ କ୍ରିକେଟର ଥିଲି ଓ ଏ ବିଷୟରେ କେହି ବି ଆଲୋଚନା କରୁ ନାହାନ୍ତି। ବିରାଟ କୋହଲି ମୁଁ କ୍ୟାପ୍ଟେନ୍ସିରେ ଖେଳୁଥିଲେ। କେହି ଏହା ଉପରେ ଆଲୋଚନା କରୁଛନ୍ତି କି?

Advertisment

ଜଣେ ପ୍ରଫେସନାଲ ହିସାବରେ, ମୁଁ ଭଲ କ୍ରିକେଟ ଖେଳୁ ଥିଲି। ଅଧିକାଂଶ ଟିମ ଇଣ୍ଡିଆର ଖେଳାଳି ମୋ ବ୍ୟାଚମେଟ ରହିଥିଲେ। ମୋର ଦୁଇଟି ଯାକ ଲିଗାମେଣ୍ଟ ଭାଙ୍ଗି ଯିବାରୁ ମୋତେ କ୍ରିକେଟ ଛାଡ଼ିବାକୁ ପଡ଼ିଥିଲା। ଛାଡ଼ନ୍ତୁ ସେସବୁ କଥା।”

ତେଜସ୍ୱୀଙ୍କ ଏହି ବୟାନ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ତାଙ୍କୁ କଟାକ୍ଷ କରିଛନ୍ତି।

ତେଜସ୍ୱୀ ଯାଦବ ତାଙ୍କ କ୍ରିକେଟିଂ କ୍ୟାରିୟରରେ ଗୋଟିଏ ପ୍ରଥମ ଶ୍ରେଣୀ, ୨ଟି ଲିଷ୍ଟ ଏ ଓ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଘରୋଇ କ୍ରିକେଟରେ ଝାରଖଣ୍ଡ ପକ୍ଷରୁ ଖେଳୁଥିବା ତେଜସ୍ୱୀ ବିର୍ଦ୍ଦଭା ବିପକ୍ଷରେ ଡେବ୍ୟୁ କରିଥିଲେ।

୨୦୦୯ ନଭେମ୍ବର ମାସରେ ସେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ୨୦୧୦ ଫେବୃଆରୀରେ ସେ ତ୍ରିପୁରା ଓ ଓଡ଼ିଶା ବିପକ୍ଷରେ ୨ଟି ଲିଷ୍ଟ ଏ ମ୍ୟାଚ୍‌ ଖେଳିଥିଲେ। ଧନବାଦରେ ସେ ଓଡ଼ିଶା, ଆସାମ, ବେଙ୍ଗଲ ଓ ତ୍ରିପୁରା ବିପକ୍ଷରେ ୪ଟି ଯାକ ଟି-୨୦ ମ୍ୟାଚରେ ନଜର ଆସିଥିଲେ।

୨୦୦୮ରୁ ୨୦୧୨ ଯାଏ ଆଇପିଏଲରେ ସେ ଦିଲ୍ଲୀ ଡେୟାର ଡେଭିଲ୍ସ ପାଇଁ କିଣା ହୋଇଥିଲେ। ହେଲେ ୨୦୦୮ରୁ ୨୦୧୨ ଯାଏ ତାଙ୍କୁ କେବଳ ବେଞ୍ଚରେ ବସିବାକୁ ପଡ଼ିଥିଲା। ସେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇ ନଥିଲେ।

Tejashwi Yadav Indian Cricket Team Virat Kohli Cricket RJD