Advertisment

ଟି-୨୦ କ୍ରିକେଟରେ ପ୍ରଥମ: ଇତିହାସ ରଚିଲେ ବିରାଟ କୋହଲି

ବିରାଟଙ୍କ ପଛକୁ ବାଂଲାଦେଶର ମୁସଫିକର ରହିମ ଓ ମହମୁଦୁଲ୍ଲା ରହିଛନ୍ତି।

Virat Kohli

Virat Kohli

Advertisment

ଷ୍ଟାର କ୍ରିକେଟର ବିରାଟ କୋହଲି ଚଳିତ ଆଇପିଏଲରେ ନିଜର ପଞ୍ଚମ ଅର୍ଦ୍ଧଶତକ ହାସଲ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ତାଙ୍କ ଦଳ ଆରସିବି ମ୍ୟାଚ୍‌ ହାରି ଯାଇଛି। ଗୁରୁବାର ଆରସିବି ୨୦୧ ରନର ପିଛା କରୁଥିବା ବେଳେ ବିରାଟ ୩୭ ବଲରେ ୫୪ ରନ କରିଥିଲେ। କନ୍ତୁ ମ୍ୟାଚ ଜିତାଇବାକୁ ଏହି ଇନିଂସ ସକ୍ଷମ ହୋଇ ନଥିଲା। ବିରାଟଙ୍କ ବ୍ୟତୀତ ମହିପାଲ ଲୋମରୋର ୧୮ ବଲରେ ୩୪ ରନ କରିଥିଲେ। ତଥାପି ଆରସିବି ୨୧ ରନରେ କୋଲକାତା ଠାରୁ ହାରି ଯାଇଛି।

Advertisment

ତେବେ ବେଙ୍ଗାଲୁରୁରେ ବିରାଟ ୫୪ ରନର ଇନିଂସ ଖେଳି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଟି-୨୦ କ୍ରିକେଟର ବିଶ୍ୱ ରେକର୍ଡ କରିଛନ୍ତି। ସେ ଗୋଟିଏ ଭେନ୍ୟୁରେ, ତା’ ପୁଣି ଟି-୨୦ କ୍ରିକେଟରେ ୩ ହଜାର ରନ ପୂରଣ କରିଛନ୍ତି। ସେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୯୨ଟି ଇନିଂସରେ ମୋଟ ୩୦୧୫ ରନ କରିଛନ୍ତି। ବିରାଟଙ୍କ ବ୍ୟତୀତ ବିଶ୍ୱର ଆଉ କୌଣସି ଖେଳାଳି ଏପରି ରେକର୍ଡ କରି ନାହାନ୍ତି।

ବିରାଟଙ୍କ ପଛକୁ ବାଂଲାଦେଶର ମୁସଫିକର ରହିମ ଓ ମହମୁଦୁଲ୍ଲା ରହିଛନ୍ତି। ରହିମ ମୀରପୁରର ଶେର-ଇ-ବାଙ୍ଗଲା ଷ୍ଟାଡିୟମରେ ୧୨୧ ଇନିଂସ ଖେଳି ୨୯୮୯ ରନ ଓ ମହମୁଦୁଲ୍ଲା ସମାନ ଭେନ୍ୟୁରେ ୧୩୦ ଇନିଂସ ଖେଳି ୨୮୧୩ ରନ କରିଛନ୍ତି।

Advertisment

ତାଲିକାର ୪ର୍ଥ ସ୍ଥାନରେ ଇଂଲଣ୍ଡର ଆଲେକ୍ସ ହେଲ୍ସ ରହିଛନ୍ତି। ସେ ନଟ୍ଟିଂହାମର ଟ୍ରେଣ୍ଟ ବ୍ରିଜ୍‌ରେ ୯୦ ଟି-୨୦ ଇନିଂସରେ ୨୭୪୯ ରନ କରିଛନ୍ତି। ମୀରପୁରରେ ୨୭୦୬ ରନ ସହ ତାମିମ ଇକବାଲ ତାଲିକାର ୫ମ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି।

କୋଲକାତା ଠାରୁ ହାରିବା ପରେ ବିରାଟ ନିଜ ଟିମର ଖେଳାଳିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଦର୍ଶନକୁ ଦେଖିଲେ ସେମାନେ ହାରିବାକୁ ଯୋଗ୍ୟ ବୋଲି କହିଛନ୍ତି। ଆହତ ସମସ୍ୟା ଯୋଗୁ ଆରସିବିର ନିୟମିତ ଅଧିନାୟକ ଫାଫ ଡୁପ୍ଲେସିସ କେବଳ ଇମ୍ପାକ୍ଟ ଖେଳାଳି ଭାବେ ବ୍ୟାଟିଂ କରିବାକୁ ସକ୍ଷମ ହେଉଛନ୍ତି। ଏଥିପାଇଁ ବିରାଟ କୋହଲି କ୍ରମାଗତ ତୃତୀୟ ଥର ପାଇଁ ଦଳର କମାଣ ସମ୍ଭାଳିଥିଲେ। ଆରସିବି ବିରାଟଙ୍କ ନେତୃତ୍ୱରେ ଦୁଇଟି ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏରେ ହାରିଛି।

Virat Kohli IPL RCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe