Advertisment

ଦ୍ରାବିଡ୍ ଦେଲେ ସ୍ପେଶାଲ୍ କ୍ୟାପ୍, କୋହଲି କହିଲେ ଏମିତି କଥା

ମୋହଲି: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି ଓ ଅଭିଜ୍ଞ ବ୍ୟାଟର୍ ବିରାଟ୍ କୋହଲି ଆଜି ନିଜର ୧୦୦ତମ ଟେଷ୍ଟ ଖେଳିଛନ୍ତି। ୧୦୦ତମ ଟେଷ୍ଟ ଅବସରରେ ବିସିସିଆଇ କୋହଲିଙ୍କୁ ସମ୍ମାନିତ କରିଛି। ତାଙ୍କୁ ଭାରତୀୟ ଟିମର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ସ୍ପେଶାଲ୍ କ୍ୟାପ୍ ପ୍ରଦାନ କରିଛନ୍ତି। ଜୈବିକ ସୁରକ୍ଷା କଟକଣା କାରଣରୁ ଦ୍ରାବିଡ୍ କୋହଲିଙ୍କୁ କ୍ୟାପ୍ ସହ ମୋମେଣ୍ଟୋ ପ୍ରଦାନ କରିଛନ୍ତି। ଏହି ଅବସରରେ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଓ ଭାଇ […]

ଦ୍ରାବିଡ୍ ଦେଲେ ସ୍ପେଶାଲ୍ କ୍ୟାପ୍, କୋହଲି କହିଲେ ଏମିତି କଥା

virat-kohli.jpg1

Advertisment

ମୋହଲି: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି ଓ ଅଭିଜ୍ଞ ବ୍ୟାଟର୍ ବିରାଟ୍ କୋହଲି ଆଜି ନିଜର ୧୦୦ତମ ଟେଷ୍ଟ ଖେଳିଛନ୍ତି। ୧୦୦ତମ ଟେଷ୍ଟ ଅବସରରେ ବିସିସିଆଇ କୋହଲିଙ୍କୁ ସମ୍ମାନିତ କରିଛି। ତାଙ୍କୁ ଭାରତୀୟ ଟିମର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ସ୍ପେଶାଲ୍ କ୍ୟାପ୍ ପ୍ରଦାନ କରିଛନ୍ତି। ଜୈବିକ ସୁରକ୍ଷା କଟକଣା କାରଣରୁ ଦ୍ରାବିଡ୍ କୋହଲିଙ୍କୁ କ୍ୟାପ୍ ସହ ମୋମେଣ୍ଟୋ ପ୍ରଦାନ କରିଛନ୍ତି। ଏହି ଅବସରରେ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଓ ଭାଇ ବିକାଶ କୋହଲି ମଧ୍ୟ ଉପସ୍ଥିତ ଥିଲେ। ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ, କୋଷାଧ୍ୟକ୍ଷ ଅରୁଣ ଧୂମଲ ଓ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଉପସ୍ଥିତ ଥିଲେ।

Advertisment

ଏତେ ବର୍ଷ ଧରି ନିଷ୍ଠାର ସହ କ୍ରିକେଟ୍ ଖେଳିବା ଜାରି ରଖିଥିବା କୋହଲିଙ୍କ କ୍ଷମତାର ଖୁବ୍ ପ୍ରଶଂସା କରିଥିଲେ ଦ୍ରାବିଡ। କୋହଲି ମଧ୍ୟ ଏହି ବିଶେଷ ସମ୍ମାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଯୁବ ପିଢିଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। କୋହଲି କହିଛନ୍ତି ‘ଏହା ମୋ ପାଇଁ ସ୍ମରଣୀୟ ମୁହୂର୍ତ୍ତ। ମୋ ପତ୍ନୀ ଓ ମୋ ଭାଇ ଏଠାରେ ଉପସ୍ଥିତ ଅଛନ୍ତି। ସମସ୍ତେ ମୋ ପାଇଁ ଗର୍ବିତ। ଏହା ଏକ ଟିମ୍ ଖେଳ ଏବଂ ଆପଣଙ୍କ ବିନା କିଛି ବି ସମ୍ଭବ ନୁହେଁ।’ ଏହି ଅବସରରେ କୋହଲି ବିସିସିଆଇକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

https://twitter.com/BCCI/status/1499609812178735105?s=20&t=vDB2Djk6UOEIayY8zbH_-A

Advertisment

ଦିନକ ତଳେ କୋହଲି ନିଜ ପତ୍ନୀ ଅନୁଷ୍କାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। କୋହଲି କହିଥିଲେ, ଅନୁଷ୍କାଙ୍କ ଭଳି ପତ୍ନୀ ମିଳିଥିବାରୁ ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ। ସେ ମୋ ଶକ୍ତିର ଉତ୍ସ। ତାଙ୍କ ଆସିବା ପରେ ମୋ ଜୀବନ ଆହୁରି ଭଲ ହୋଇଥିଲା। ବିରାଟ ଆହୁରି କହିଥିଲେ ଯେ ସେ ଭାରତ ପାଇଁ ୧୦୦ ଟେଷ୍ଟ ଖେଳିବେ ବୋଲି କେବେବି ଭାବିନଥିଲେ।

ଜୁନ୍ ୨୦, ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଙ୍ଗଷ୍ଟନରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା କୋହଲି ଦ୍ୱାଦଶ ଭାରତୀୟ କ୍ରିକେଟର୍ ଭାବେ ୧୦୦ ଟେଷ୍ଟ କ୍ଲବରେ ସାମିଲ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ଭାରତର ସଚିନ ତେନ୍ଦୁଲକର (୨୦୦), ରାହୁଲ୍ ଦ୍ରାବିଡ୍ (୧୬୩), ଭିଭିଏସ୍ ଲକ୍ଷ୍ମଣ (୧୩୪), ଅନୀଲ କୁମ୍ବଲେ (୧୩୨), କପିଲ ଦେବ (୧୩୧), ସୁନୀଲ ଗାଭାସ୍କର (୧୨୫), ଦିଲୀପ ଭେଙ୍ଗସରକାର (୧୧୬), ସୌରଭ ଗାଙ୍ଗୁଲି (୧୧୩), ଈଶାନ୍ତ ଶର୍ମା (୧୦୫), ହରଭଜନ ସିଂହ (୧୦୩), ବୀରେନ୍ଦ୍ର ସେହ୍ୱାଗ (୧୦୩) ୧୦୦ ଟେଷ୍ଟ ଖେଳିସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe