Advertisment

ମୁଁ ଏତେ ଡିପ୍ରେସନରେ ଥିଲି ଯେ ସକାଳେ ଉଠିବାକୁ ଚାହୁଁନଥିଲି: କୋହଲି

ନୂଆଦିଲ୍ଲୀ: ଡିପ୍ରେସନ୍ ଏଭଳି ଏକ ଜିନିଷ, ଯାହା କବଳରେ ମଣିଷ କେତେବେଳେ ଆସେ, ତାହା ନିଜେ ଜାଣିପାରେ ନାହିଁ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ପାଇଁ ଡିପ୍ରେସନ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହା କେବଳ ସାଧାରଣ ଲୋକଙ୍କୁ ନିଜ କବଳରେ ନେଇନଥାଏ ବରଂ ବଡ଼ ବଡ଼ ସେଲିବ୍ରିଟୀ ମଧ୍ୟ ଏହାର ଶିକାର ହୋଇଥାନ୍ତି। ଏହି ଡିପ୍ରେସନର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍। ଏହା ଆମେ କହୁନୁ, ଖୋଦ୍ କୋହଲି ଏକଥା ସ୍ୱୀକାର […]

author-image
Ranjit Kumar Jena
ମୁଁ ଏତେ ଡିପ୍ରେସନରେ ଥିଲି ଯେ ସକାଳେ ଉଠିବାକୁ ଚାହୁଁନଥିଲି: କୋହଲି

kohli

ନୂଆଦିଲ୍ଲୀ: ଡିପ୍ରେସନ୍ ଏଭଳି ଏକ ଜିନିଷ, ଯାହା କବଳରେ ମଣିଷ କେତେବେଳେ ଆସେ, ତାହା ନିଜେ ଜାଣିପାରେ ନାହିଁ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ପାଇଁ ଡିପ୍ରେସନ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହା କେବଳ ସାଧାରଣ ଲୋକଙ୍କୁ ନିଜ କବଳରେ ନେଇନଥାଏ ବରଂ ବଡ଼ ବଡ଼ ସେଲିବ୍ରିଟୀ ମଧ୍ୟ ଏହାର ଶିକାର ହୋଇଥାନ୍ତି। ଏହି ଡିପ୍ରେସନର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍। ଏହା ଆମେ କହୁନୁ, ଖୋଦ୍ କୋହଲି ଏକଥା ସ୍ୱୀକାର କରିଛନ୍ତି।

Advertisment

୨୦୧୪ରେ ଇଂଲଣ୍ଡ ଗସ୍ତରେ ଯେତେବେଳେ କୋହଲି ରନ୍ କରିପାରୁନଥିଲେ, ସେତେବେଳେ ପୂରା ଟିମ୍ ସାଥୀରେ ରହିବା ସତ୍ତ୍ୱେ ସେ ନିଜକୁ ଏକାକୀ ଅନୁଭୂତ କରୁଥିଲେ। ସେହି ସମୟରେ କୋହଲି ଏତେ ଡିପ୍ରେସନରେ ଥିଲେ ଯେ ତାଙ୍କୁ ରାତିରେ ବି ନିଦ ହେଉନଥିଲା। ଇଂଲଣ୍ଡର ପୂର୍ବତନ ଖେଳାଳି ମାର୍କ ନିକୋଲାସଙ୍କ ସହ କଥା ହେବା ବେଳେ କୋହଲି ନିଜର ଏହି ଡିପ୍ରେସନର କାହାଣୀ ଶେଆର୍ କରିଛନ୍ତି।

କୋହଲି କହିଛନ୍ତି, ଦିନେ ମୁଁ ମଧ୍ୟ ଡିପ୍ରେସନର ଶିକାର ହୋଇଥିଲି। ମୁଁ ଲଗାତର ରନ୍ କରିପାରୁନଥିଲି, ଯାହା ମୋତେ ଖୁବ୍ ବ୍ୟଥିତ କରୁଥିଲା। କିନ୍ତୁ ଏତିକି ନିଶ୍ଚିତ ଯେ ପ୍ରତି ବ୍ୟାଟ୍ସମ୍ୟାନ୍ କୌଣସି ନା କୌଣସି ସମୟରେ ଏଭଳି ଅନୁଭୂତ କରିଥାନ୍ତି, କାରଣ କୌଣସି ଜିନିଷ ନିଜ ନିୟନ୍ତ୍ରଣରେ ନଥାଏ। ଏଭଳି ସମୟକୁ କିପରି ଅତିକ୍ରମ କରାଯାଇପାରିବ, ତାହା କାହାକୁ ଜଣାନଥାଏ। ୨୦୧୪ର ଇଂଲଣ୍ଡ ଗସ୍ତରେ ପରିସ୍ଥିତିକୁ ବଦଳାଇବା ପାଇଁ ମୁଁ କିଛି ବି କରିପାରୁନଥିଲି। ମୋତେ ଲାଗୁଥିଲା ଯେପରି ମୁଁ ଦୁନିଆରେ ଏକା ଅଛି।

Advertisment

କୋହଲି କହିଛନ୍ତି, ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ନୂଆ ଥିଲା ଯେ ଆପଣ ଏକ ବଡ଼ ଗ୍ରୁପର ସଦସ୍ୟ ହେବା ସତ୍ତ୍ୱେ ନିଜକୁ ଏକୁଟିଆ ଅନୁଭୂତ କରୁଥିଲି। ମୋ ସହ କଥା ହେବା ପାଇଁ ବହୁତ ଲୋକ ଥିଲେ, କିନ୍ତୁ ଟିମରେ କେହିବି ସେତେଟା ପେସାଦାର ନଥିଲେ ଯେ ଯିଏ ମୋ କଷ୍ଟକୁ ବୁଝିପାରିବ। ମୋତେ ଲାଗୁଛି ଯେ ଏହା ହିଁ ମୋ ଡିପ୍ରେସନର ବଡ଼ କାରଣ ଥିଲା। ମୁଁ ଏହାକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲି।

କୋହଲି କହିଛନ୍ତି, ଆପଣଙ୍କ ପାଖରେ ଏମିତି ଜଣେ ବ୍ୟକ୍ତି ରହିବା ଦରକାର ଯିଏ କୌଣସି ସମୟରେ ଆପଣଙ୍କ ଦୁଃଖ ଓ କଷ୍ଟକୁ ବୁଝିପାରୁଥିବ। ମୁଁ ଡିପ୍ରେସନରେ ଥିଲା ବେଳେ ମୋତେ ଆଦୌ ନିଦ ହେଉନଥିଲା। ଏରପିକି ମୁଁ ସକାଳେ ଉଠିବାକୁ ଚାହୁଁନଥିଲି। ମୁଁ କ'ଣ କରିବି, କ'ଣ ନାହିଁ, ମୋ ନିଜ ଉପରେ ଭରସା ନଥିଲା। ଏଭଳି କଠିନ ସମୟରୁ ମୁକୁଳିବା ପାଇଁ ମାସ ମାସ ଲାଗିଯାଏ। ଲୋକେ ଏହି ସମୟକୁ ଅତିକ୍ରମ କରିପାରନ୍ତି। କିନ୍ତୁ ମୋତେ ସେହି ସମୟରେ ପେସାଗତ ସହାୟତାର ଆବଶ୍ୟକ ଥିଲା ବୋଲି କୋହଲି କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ଇଂଲଣ୍ଡ ଗସ୍ତରେ କୋହଲି ୫ଟି ଟେଷ୍ଟ ମ୍ୟାଚରେ ଯଥାକ୍ରମେ ୧, ୮, ୨୫, ୦, ୩୯, ୨୮, ୦, ୭, ୬ ଓ ୨୦ ରନ୍ କରିଥିଲେ। ଅର୍ଥାତ୍ କୋହଲି ୧୦ ଇନିଂସରେ ୧୩.୫୦ ହାରରେ ୧୩୫ ରନ୍ କରିଥିଲେ। କିନ୍ତୁ ଏହା ପରେ ଅଷ୍ଟ୍ରେଲିଆ ଗସ୍ତରେ କୋହଲି କମାଲ୍ କରିଥିଲେ। କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୬୯୨ ରନ୍ କରିଥିଲେ।

Virat Kohli Cricket