Advertisment

ଚିଠି ଲେଖିଥିଲେ ଯୁବି, ଜବାବ ଦେଲେ କୋହଲି

ନୂଆଦିଲ୍ଲୀ: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଷ୍ଟାର୍ ବ୍ୟାଟର୍ ବିରାଟ୍ କୋହଲିଙ୍କ ପାଇଁ ଏକ ଭାବଭରା ଚିଠି ଲେଖିଥିଲେ। ଆଜି କୋହଲି ଏହି ଚିଠିର ମଧୁର ପ୍ରତିକ୍ରିୟା ଦେଇ ଯୁବରାଜଙ୍କୁ ସଲାମ୍ କରିଛନ୍ତି। ଯୁବରାଜ କୋହଲିଙ୍କୁ ଏକ ଗୋଲ୍ଡେନ୍ ବୁଟ୍ ଓ ଏହାସହ ତାଙ୍କୁ ଜଣେ ମହାନ କ୍ୟାପଟେନ୍ ଓ ଭଲ୍ ଲିଡର୍ କହିଥିଲେ। ଯୁବରାଜଙ୍କ ସେହି ପୋଷ୍ଟ ପରେ କୋହଲି ଜବାବ ଦେଇଛନ୍ତି। କୋହଲି ଏକ ଫଟୋ ସହ ହୃଦୟକୁ ଛୁଇଁଲା ଭଳି ମେସେଜ୍ ପୋଷ୍ଟ […]

ଚିଠି ଲେଖିଥିଲେ ଯୁବି, ଜବାବ ଦେଲେ କୋହଲି

yuvi-and-virat

Advertisment

ନୂଆଦିଲ୍ଲୀ: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଷ୍ଟାର୍ ବ୍ୟାଟର୍ ବିରାଟ୍ କୋହଲିଙ୍କ ପାଇଁ ଏକ ଭାବଭରା ଚିଠି ଲେଖିଥିଲେ। ଆଜି କୋହଲି ଏହି ଚିଠିର ମଧୁର ପ୍ରତିକ୍ରିୟା ଦେଇ ଯୁବରାଜଙ୍କୁ ସଲାମ୍ କରିଛନ୍ତି। ଯୁବରାଜ କୋହଲିଙ୍କୁ ଏକ ଗୋଲ୍ଡେନ୍ ବୁଟ୍ ଓ ଏହାସହ ତାଙ୍କୁ ଜଣେ ମହାନ କ୍ୟାପଟେନ୍ ଓ ଭଲ୍ ଲିଡର୍ କହିଥିଲେ। ଯୁବରାଜଙ୍କ ସେହି ପୋଷ୍ଟ ପରେ କୋହଲି ଜବାବ ଦେଇଛନ୍ତି। କୋହଲି ଏକ ଫଟୋ ସହ ହୃଦୟକୁ ଛୁଇଁଲା ଭଳି ମେସେଜ୍ ପୋଷ୍ଟ କରିଛନ୍ତି।

Advertisment

କୋହଲି ସୋଶାଲ ମିଡିଆରେ ଲେଖିଛନ୍ତି, 'ଏଭଳି ଭଲପାଇବା ପାଇଁ ଧନ୍ୟବାଦ ଯୁବି ପା (ଭାଇ)। କ୍ୟାନସର ବିରୋଧରେ ଆପଣଙ୍କ ବିଜୟ କେବଳ କ୍ରିକେଟରଙ୍କ ପାଇଁ ନୁହେଁ ବରଂ ବିଶ୍ୱର ସମସ୍ତ ଲୋକଙ୍କ ପାଇଁ ପ୍ରେରଣାଦାୟୀ। ଆପଣ ସବୁବେଳେ ନିଜ ଲୋକଙ୍କ ପ୍ରତି ଉଦାର ଓ ଯତ୍ନଶୀଳ ରହିଆସିଛନ୍ତି। ମୋ ତରଫରୁ ତୁମକୁ ବହୁତସାରା ଭଲପାଇବା। ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ।'

https://twitter.com/imVkohli/status/1496375741742985217?s=20&t=-PoA9mc1zbnZaqGgbYeaJg

Advertisment

କୋହଲି ଓ ଯୁବରାଜ ନା କେବଳ ଟିମ୍ ଇଣ୍ଡିଆ ବରଂ ଆଇପିଏଲ୍ ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଏକାଠି ଖେଳିଛନ୍ତି। ଅନେକ ସମୟରେ ଦୁହେଁ ପରସ୍ପରକୁ ଖୁବ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳେ। ମଙ୍ଗଳବାର ଯୁବରାଜ କୋହଲିଙ୍କୁ ଏକ ଗୋଲ୍ଡେନ୍ ବୁଟର ସ୍ପେଶାଲ୍ ଏଡିସନ୍ ଉପହାର ଆକାରରେ ଦେଇଥିଲେ। ଏହାସହ ସେ ଲେଖିଥିଲେ, ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ହୁଏତ ପୂରା ଦୁନିଆ ପାଇଁ କିଙ୍ଗ୍ କୋହଲି, କିନ୍ତୁ ମୋ ପାଇଁ ସେ କେବଳ ଚିକୁ।

ଯୁବରାଜ ଟ୍ୱିଟ୍ କରି ଲେଖିଥିଲେ, ଦିଲ୍ଲୀର ଏକ ଛୋଟ ପିଲାରୁ ବିରାଟ୍ କୋହଲି ହେବାର କାହାଣୀ। ମୁଁ ଏହି ସ୍ପେଶାଲ ଜୋତା ତୁମକୁ ସମର୍ପିତ କରିବାକୁ ଚାହୁଁଛି। କ୍ୟାପଟେନ୍ ଭାବେ ତୁମ କ୍ୟାରିୟର କୋଟି କୋଟି ଫ୍ୟାନଙ୍କ ମୁହଁରେ ହସ ଭରିଛି। ମୁଁ ଆଶା କରୁଛି, ତୁମେ ଯେମିତି ଅଛ, ସେମିତି ରୁହ। ଯେମିତି ଖେଳୁଛ, ସେମିତି ଖେଳୁଥାଅ ଏବଂ ଦେଶକୁ ଗୌରବନ୍ୱିତ କରିବା ଜାରି ରଖ। ଏହାସହ ଯୁବରାଜ କୋହଲିଙ୍କ ପାଇଁ ଏକ ପୃଷ୍ଠାର ଚିଠି ଲେଖିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe