Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ଖେଳିବେନି ବିରାଟ କୋହଲି

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ ଆସନ୍ତାକାଲି ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯିବ। ଭାରତ ଆଗୁଆ ଏହି ଟି-୨୦ ସିରିଜ୍‌କୁ ଜିତି ସାରିଥିବାରୁ ଆସନ୍ତକାଲି ମ୍ୟାଚ୍‌ରେ ନିଜର ବେଞ୍ଚ ଷ୍ଟ୍ରେନ୍ଥକୁ ଆକଳନ କରିବ। ବିଶ୍ୱକପ ପୂର୍ବରୁ ଏହା ଶେଷ ଟି-୨୦ ମ୍ୟାଚ୍‌। ତେଣୁ ଆସନ୍ତାକାଲି ଭାରତ ଅନେକ ପରୀକ୍ଷାନୀରିକ୍ଷା କରିପାରେ। ଏସବୁ ଭିତରେ ଆସନ୍ତାକାଲି ଷ୍ଟାର ବ୍ୟାଟର ତଥା ନିକଟରେ ଫର୍ମକୁ ଫେରିଥିବା ବିରାଟ କୋହଲି ଖେଳିବେ ନାହିଁ। ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ବିଶ୍ରାମ […]

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ଖେଳିବେନି ବିରାଟ କୋହଲି

virat

Advertisment

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ ଆସନ୍ତାକାଲି ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯିବ। ଭାରତ ଆଗୁଆ ଏହି ଟି-୨୦ ସିରିଜ୍‌କୁ ଜିତି ସାରିଥିବାରୁ ଆସନ୍ତକାଲି ମ୍ୟାଚ୍‌ରେ ନିଜର ବେଞ୍ଚ ଷ୍ଟ୍ରେନ୍ଥକୁ ଆକଳନ କରିବ। ବିଶ୍ୱକପ ପୂର୍ବରୁ ଏହା ଶେଷ ଟି-୨୦ ମ୍ୟାଚ୍‌। ତେଣୁ ଆସନ୍ତାକାଲି ଭାରତ ଅନେକ ପରୀକ୍ଷାନୀରିକ୍ଷା କରିପାରେ। ଏସବୁ ଭିତରେ ଆସନ୍ତାକାଲି ଷ୍ଟାର ବ୍ୟାଟର ତଥା ନିକଟରେ ଫର୍ମକୁ ଫେରିଥିବା ବିରାଟ କୋହଲି ଖେଳିବେ ନାହିଁ।

Advertisment

ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ବିଶ୍ରାମ ଦରକାର ଥିବାରୁ ବିସିସିଆଇ ଓ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ରୁ ବାଦ ଦେଇଛି। ଅର୍ଥାତ ତାଙ୍କୁ ଏହି ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଶେଷ ହେବା ପରେ ମୁମ୍ବାଇରେ ଟି-୨୦ ବିଶ୍ୱକପ ପାଇଁ ଯିବାକୁ ଥିବା ସ୍କ୍ୱାଡରେ ସିଧାସଳଖ ଯୋଗଦେବେ। ସେଠାରୁ ସମସ୍ତେ ଏକାଠି ମେଲବର୍ଣ୍ଣ ଗସ୍ତ କରିବେ। ଅକ୍ଟୋବର ୬ ତାରିଖରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଅଷ୍ଟ୍ରେଲିଆ ଗସ୍ତ କରିବ।

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ରେ କୋହଲି ୨୮ ବଲରେ ଅପରାଜିତ ୪୯ ରନର ଇନିଂସ ଖେଳିଥିଲେ। ଭାରତର ଦ୍ୱିତୀୟ ମ୍ୟାଚକୁ ୧୬ ରନରେ ଜିତିବା ସହ ସିରିଜ କବଜା କରିଥିଲା। ପ୍ରଥମଥର ପାଇଁ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାକୁ ଭାରତରେ ଖେଳାଯାଉଥିବା କୌଣସି ଟି-୨୦ ସିରିଜ୍‌ରେ ହରାଇବାର ରେକର୍ଡ ମଧ୍ୟ କରିଛି।

ବିରାଟ ଆସନ୍ତାକାଲି ମ୍ୟାଚ୍ ଖେଳିବାକୁ ନଥିବାରୁ ଆହତ ଦୀପକ ହୁଡ୍ଡାଙ୍କ ବଦଳରେ ଟିମରେ ସ୍ଥାନ ପାଇଥିବା ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe