Advertisment

ଡୁପ୍ଲେସିସ ଖେଳୁଥିଲେ ମଧ୍ୟ ଆରସିବିର ଅଧିନାୟକ ହେଲେ ବିରାଟ

ଡୁପ୍ଲେସିସ ଖେଳୁଥିଲେ ମଧ୍ୟ କାହିଁକି ବିରାଟ ଅଧିନାୟକ ପଦ ସମ୍ଭାଳିଲେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

RCB

RCB

Advertisment

ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି)ର ଅଧିନାୟକ ହୋଇଛନ୍ତି ବିରାଟ କୋହଲି। ଆଜି ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଆରସିବିର ନିୟମିତ ଅଧିନାୟକ ଫାଫ ଡୁପ୍ଲେସିସ ଖେଳୁଥିଲେ ମଧ୍ୟ ବିରାଟ ଟସ୍‌ ପକାଇବା ସହ କ୍ୟାପ୍ଟେନ୍ସି ଦାୟିତ୍ୱ ତୁଲାଉଛନ୍ତି। ତେବେ ଡୁପ୍ଲେସିସ ଖେଳୁଥିଲେ ମଧ୍ୟ କାହିଁକି ବିରାଟ ଅଧିନାୟକ ପଦ ସମ୍ଭାଳିଲେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ପଞ୍ଜାବର ନିୟମିତ ଅଧିନାୟକ ଶିଖର ଧୱନ ଗତ ମ୍ୟାଚ ଭଳି ଆଜି ମଧ୍ୟ ଖେଳୁ ନାହାନ୍ତି। ତାଙ୍କ ବଦଳରେ ସାମ କୁରାନ ପଞ୍ଜାବର ଅଧିନାୟକ ସାଜିଛନ୍ତି। ଆଜି ଦୁଇ କାମ ଚଳା ଅଧିନାୟକ ଟସ୍‌ ପକାଇବାକୁ ଆସିଥିବା ବେଳେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କୁରାନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେବା ପରେ ବିରାଟ କାହିଁକି କ୍ୟାପ୍ଟେନ୍ସି କରୁଛନ୍ତି, ସେରହସ୍ୟ ଉପରୁ ପରାଦା ହଟାଇଛନ୍ତି।

କୋହଲି କହିଛନ୍ତି ଯେ ଡୁପ୍ଲେସିସ ରିବ ଜନିତ ଆହତ ସମସ୍ୟାରେ ପଡ଼ିଛି। ତେଣୁ ସେ ଫିଲ୍ଡିଂ କରିପାରିବେ ନାହିଁ। ସେ ଇମ୍ପାକ୍ଟ ଖେଳାଳି ଭାବେ ଦଳରେ ରହିବେ। ବୋଲିଂ ବେଳେ ବିଜୟ କୁମାର ବୈଶାଖ ଆସିବେ। ତେଣୁ ମୁଁ ଅଧିନାୟକ ପଦ ସମ୍ଭାଳିଛି। ଆମେ ଯାହା ଚାହୁଁଥିଲୁ, ସେଇଆ କରିବାକୁ ଯାଉଛି।

Advertisment

ଏହି ପିଚ୍‌ରେ ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ। ସମୟ ବିତିବା ସହ ପିଚ୍‌ ଧିମା ହେବ। ପିଚ୍‌ରେ ସୃଷ୍ଟି ହେବାକୁ ଥିବା ଚିହ୍ନ ବୋଲରଙ୍କୁ ସୁହାଇ ପାରେ ବୋଲି ବିରାଟ କହିଛନ୍ତି। ଡୁପ୍ଲେସିସ ଆଜି ଆରସିବି ପାଇଁ ବ୍ୟାଟିଂ କରି ୫୬ ବଲରେ ୮୪ ରନର ଇନିଂସ ଖେଳିଛନ୍ତି। ବିରାଟ ମଧ୍ୟ ୫୯ ରନ କରିଛନ୍ତି।

ଅନ୍ୟପକ୍ଷରେ ଆଜି ପଞ୍ଜାବ ଟିମକୁ ଆଜି ଲିଆମ ଲିଭିଙ୍ଗଷ୍ଟୋନ କମବ୍ୟାକ କରିଛନ୍ତି। ସେହିପରି କାଗିସୋ ରବାଡାଙ୍କ ସ୍ଥାନରେ ନାଥନ ଏଲିସଙ୍କୁ ସୁଯୋଗ ମିଳିଛି। ଚଳିତ ଆଇପିଏଲର ପଏଣ୍ଟ ଟେବୁଲର ୮ମ ସ୍ଥାନରେ ଆରସିବି ଥିବା ବେଳେ ପଞ୍ଜାବ ୫ମ ସ୍ଥାନରେ ରହିଛି।

Virat Kohli IPL RCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe