Advertisment

ଟେଷ୍ଟ ସିରିଜ ପୂର୍ବରୁ ହଠାତ ଭାରତ ଫେରିଲେ ବିରାଟ କୋହଲି

ସେ ଟିମ ମ୍ୟାନେଜମେଣ୍ଟ ଓ ବିସିସିଆଇ ଠାରୁ ଏଥିପାଇଁ ଅନୁମତି ମାଗିଥିଲେ। ଅନୁମତି ମିଳିବା ପରେ ସେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଉଡ଼ାଣ ଭରିଥିଲେ।

Virat

Virat

Advertisment

ଆସନ୍ତା ଡିସେମ୍ବର ୨୬ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାପୂର୍ବରୁ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଟେଷ୍ଟ ମ୍ୟାଚ୍‌ ପାଇଁ ଦକ୍ଷିଣ ଆଫ୍ରିକାରେ ଅଭ୍ୟାସ କରୁଥିବା ଷ୍ଟାର ବ୍ୟାଟର ବିରାଟ କୋହଲି ହଠାତ୍‌ ଭାରତ ଚାଲି ଆସିଛନ୍ତି। ପାରିବାରିକ ଏମର୍ଜେନ୍ସି କାରଣରୁ ସେ ଭାରତ ଆସିଥିବା ଜଣାପଡ଼ିଛି। ତେବେ ପ୍ରଥମ ଟେଷ୍ଟ ପୂର୍ବରୁ ସେ ଭାରତୀୟ ଟିମ ସହ ସାମିଲ  ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ରିପୋର୍ଟରେ କୁହାଯାଇଛି ଯେ ପାରିବାରିକ ଏମର୍ଜେନ୍ସି ଯୋଗୁ ବିରାଟ ୩ ଦିନ ତଳୁ ଭାରତ ଆସିଛନ୍ତି। ଏହାପୂର୍ବରୁ ସେ ଟିମ ମ୍ୟାନେଜମେଣ୍ଟ ଓ ବିସିସିଆଇ ଠାରୁ ଏଥିପାଇଁ ଅନୁମତି ମାଗିଥିଲେ। ଅନୁମତି ମିଳିବା ପରେ ସେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଉଡ଼ାଣ ଭରିଥିଲେ।

ବିରାଟ ସ୍ୱଦେଶ ଫେରିଥିବାରୁ ପ୍ରଥମ ଟେଷ୍ଟ ପୂର୍ବ ହେବାକୁ ଥିବା ୩ ଦିନିକିଆ ଅଭ୍ୟାସ ମ୍ୟାଚ୍‌ରେ ନଜର ଆସି ନାହାନ୍ତି। ସେ ଶୁକ୍ରବାର ହିଁ ପୁଣି ଦକ୍ଷିଣ ଆଫ୍ରିକା ଉଡ଼ାଣ କରିବେ ବୋଲି ଜଣାପଡ଼ିଛି।

Advertisment

ବିଶ୍ୱକପ ଫାଇନାଲ ପରେ ବିରାଟ କୋହଲି ଓ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ନଜର ଆସିବେ। ଟେଷ୍ଟ ପୂର୍ବରୁ ଖେଳା ଯାଇଥିବା ଟି-୨୦ ଓ ଦିନିକିଆ ସିରିଜରେ ବିରାଟ କିମ୍ବା ରୋହିତ କେହି ବି ଖେଳି ନଥିଲେ। ଭାରତ ଟି-୨୦ ସିରିଜକୁ ୧-୧ରେ ଡ୍ର ରଖିଥିବା ବେଳେ ଦିନିକିଆ ସିରିଜକୁ ୨-୧ରେ କବଜା କରିଛି।

ଏବେ ସମସ୍ତଙ୍କ ନଜର ୨୬ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ ସିରିଜ ଉପରେ ରହିଛି। ଟେଷ୍ଟ ସିରିଜ ପୂର୍ବରୁ ସ୍କ୍ୱାଡରେ ସାମିଲ ଥିବା ଋତୁରାଜ ଗାଏକ୍ୱାଡ ଆହତ ହୋଇଛନ୍ତି। ଏଥିପାଇଁ ସେ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି। ଏହାପୂର୍ବରୁ ସ୍କ୍ୱାଡରେ ଥିବା ମହମ୍ମଦ ଶାମି ମଧ୍ୟ ଆହତ ସମସ୍ୟା ଯୋଗୁ ବାଦ ପଡ଼ିଥିଲେ।

Test Match Virat Kohli Test Cricket India Vs South Africa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe