Advertisment

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ: ବିରାଟ ଓ ରୋହିତଙ୍କୁ ନେଇ ଆସିଲା ବଡ଼ ଖବର

ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷ ସିରିଜ ଆଦୌ ଖେଳିବେ ନାହିଁ। ସେ ସିଧାସଳଖ ଚାମ୍ପିୟନ୍ସ ଟ୍ରଫିରେ ନଜର ଆସିବେ।

ଅଦ୍ୟତନ ହୋଇଛି
Rohit

Rohit

Advertisment

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟରକୁ ନେଇ ବିତର୍କ ଚାଲିଛ ସତ। କିନ୍ତୁ ଉଭୟ ଦିନିକିଆରେ ଏବେ ବି ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା ଯେ ଚୟନକର୍ତ୍ତା ବିରାଟ ଓ ରୋହିତଙ୍କୁ ଇଂଲଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ସାମିଲ କରିବେ ନାହିଁ। କିନ୍ତୁ ଏବେ ସ୍ପଷ୍ଟ ହୋଇଛି ଯେ ବିରାଟ ଓ ରୋହିତଙ୍କୁ ବିସିସିଆଇ ଦିନିକିଆ ସିରିଜ ଖେଳିବାକୁ ପରାମର୍ଶ ଦେଇଛି। ଉଭୟଙ୍କୁ ମଧ୍ୟ ଇଂଲଣ୍ଡ ବିପକ୍ଷ ସିରିଜରେ ଚୟନ କମିଟି ସାମିଲ କରିବ ବୋଲି ଜଣାପଡ଼ିଛି।

Advertisment

ତେବେ ପିଠି ଯନ୍ତ୍ରଣାରେ ପଡ଼ିଥିବା ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷ ସିରିଜ ଆଦୌ ଖେଳିବେ ନାହିଁ। ସେ ସିଧାସଳଖ ଚାମ୍ପିୟନ୍ସ ଟ୍ରଫିରେ ନଜର ଆସିବେ। ତାଙ୍କ ଉପରେ ଚାପ ହ୍ରାସ କରିବା ଓ ଫିଟ ରଖିବା ଉଦ୍ଦେଶ୍ୟରେ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଉଭୟ ରୋହିତ ଓ କୋହଲିଙ୍କୁ ଫେବୃଆରୀ ୬ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତ ଦିନିକିଆରେ ଏହି ଗୋଟିଏ ମାତ୍ର ସିରିଜ ଖେଳିବ। ତେଣୁ ଉଭୟ ବିରାଟ ଓ କୋହଲିଙ୍କୁ ଏହି ସିରିଜରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି।

Advertisment

ଭାରତ ଫେବୃଆରୀ ୬ରେ ନାଗପୁରରେ ପ୍ରଥମ ଦିନିକିଆ ଖେଳିବାକୁ ଥିବା ବେଳେ କଟକରେ ଦ୍ୱିତୀୟ ମ୍ୟାଚ୍‌(୯ ଫେବୃଆରୀ) ହେବ। ସେହିପରି ଶେଷ ମ୍ୟାଚ୍‌ ଅହମଦାବାଦରେ ଫେବୃଆରୀ ୧୨ରେ ଖେଳାଯିବ। ଏହାପୂର୍ବରୁ ଭାରତ ଓ ଇଂଲଣ୍ଡ ଜାନୁଆରୀ ୨୨ରୁ ୫ ଟିକିଆ ଟି-୨୦ ମ୍ୟାଚ୍‌ ଖେଳିବେ।

Rohit Sharma Virat Kohli ICC Bcci Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe