ଘୋଷଣା ହେଲା ସ୍କ୍ୱାଡ: ଶେଷ ୩ ଟେଷ୍ଟ ବି ଖେଳିବେନି ବିରାଟ କୋହଲି

ବିରାଟ ଓ ଶ୍ରେୟସ ନଥିବାରୁ ସର୍ଫରାଜ ୧୫ ତାରିଖରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିବାର ସମ୍ଭାବନା ରହିଛି।

Virat Kohli

ବିରାଟ କୋହଲି (ଫାଇଲ ଫଟୋ)

Hemant Lenka
  • Published: Saturday, 10 February 2024
  • Updated: 10 February 2024, 11:07 AM IST

Sports

Latest News

ଇଂଲଣ୍ଡ ବିପକ୍ଷ ଶେଷ ୩ ଟେଷ୍ଟ ମ୍ୟାଚ୍‌ ପାଇଁ ଆଜି ବିସିସିଆଇ ଭାରତୀୟ ଟିମ ଘୋଷଣା କରିଛି। ୧୭ ଜଣିଆ ସ୍କ୍ୱାଡରେ ବିରାଟ କୋହଲିଙ୍କ ନାଁ ନାହିଁ। ଏହାର ଅର୍ଥ ପ୍ରଥମ ୨ ଟେଷ୍ଟ ଭଳି ଶେଷ ୩ ଟେଷ୍ଟରେ ମଧ୍ୟରେ ଖେଳିବେ ନାହିଁ ବିରାଟ।

ଇଂଲଣ୍ଡ ଟେଷ୍ଟ ପୂର୍ବରୁ ବ୍ୟକ୍ତିଗତ କାରଣ ପାଇଁ ବିରାଟ ଛୁଟି ନେଇଥିଲେ। ପ୍ରଥମ ୨ ଟେଷ୍ଟରେ ସେ ଉପଲବ୍ଧ ହେବେ ନାହିଁ ବୋଲି କହିଥିଲେ। ଏବେ ଏହି ଅନୁପସ୍ଥିତ ଅବଧି ବୃଦ୍ଧ ପାଇଛି।

Also Read

ବିରାଟ ନିଜ ଆଡ଼ୁ ହିଁ ବ୍ୟକ୍ତିଗତ କାରଣ ପାଇଁ ବାକି ୩ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ବୋଲି କହିଥିଲେ। ବିସିସିଆଇ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ତାଙ୍କୁ ସ୍କ୍ୱାଡରେ ସାମିଲ କରି ନାହିଁ।

ସେହିପରି ଆହତ ସମସ୍ୟା ଯୋଗୁ ଶ୍ରେୟସ ଆୟର ମଧ୍ୟ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ। ୧୭ ଜଣିଆ ସ୍କ୍ୱାଡରେ ଉଭୟଙ୍କ ନାଁ ରହିଛି। କିନ୍ତୁ ଉଭୟ ମ୍ୟାଚ୍‌ ଖେଳିବେ କି ନାହିଁ, ତାହା ସେମାନଙ୍କର ଫିଟନେସ ଉପରେ ନିର୍ଭର କରିବ ବୋଲି ବିସିସିଆଇ କହିଛି।

ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ଆବେଶ ଖାନ ରହିଥିଲେ। କିନ୍ତୁ ବାକି ୩ ଟେଷ୍ଟରୁ ତାଙ୍କୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଦ୍ୱିତୀୟ ଟେଷ୍ଟ ବେଳେ ସ୍କ୍ୱାଡରୁ ରିଲିଜ ହୋଇଥିବା ମହମ୍ମଦ ସିରାଜ କମବ୍ୟାକ କରିଛନ୍ତି।

ଦ୍ୱିତୀୟ ଟେଷ୍ଟ ପାଇଁ ସ୍କ୍ୱାଡରେ ସାମିଲ ହୋଇଥିବା ଯୁବ ସ୍ପିନର ସୌରଭ କୁମାରଙ୍କୁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳି ନଥିଲା। ଏବେ ସେ ବାକି ୩ ଟେଷ୍ଟରୁ ମଧ୍ୟ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ମିଡିୟମ ପେସ ବୋଲର ଆକାଶ ଦୀପଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।

ସର୍ଫରାଜ ଖାନ, ରଜତ ପଟିଦାର ଓ ୱାଶିଂଟନ ସୁନ୍ଦର ନିଜ ନିଜର ସ୍ଥାନ ବଜାୟୀ ରଖିଛନ୍ତି। ବିରାଟ ଓ ଶ୍ରେୟସ ନଥିବାରୁ ସର୍ଫରାଜ ୧୫ ତାରିଖରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିବାର ସମ୍ଭାବନା ରହିଛି। ଦ୍ୱିତୀୟ ଟେଷ୍ଟରେ ରଜତ ପଟିଦାର ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିଥିଲେ।

ଅନ୍ୟପକ୍ଷରେ ବିଶାଖାପଟନମ ଟେଷ୍ଟରେ ଦମଦାର ବୋଲିଂ କରି ଭାରତକୁ ବିଜୟୀ କରିଥିବା ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ମିଳିନାହିଁ। ସେ ବାକି ୩ ଟେଷ୍ଟ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ରହିଛନ୍ତି। ପୂର୍ବଭଳି ସେ ରୋହିତ ଶର୍ମାଙ୍କ ଡେପୁଟି ଭାବେ କାମ କରିବେ।

ଭାରତୀୟ ସ୍କ୍ୱାଡ : ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, କେଏଲ ରାହୁଲ, କେଏସ ଭରତ(ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମ୍ରା (ଉପ ଅଧିନାୟକ), ରଜତ ପଟିଦାର, ସର୍ଫରାଜ ଖାନ, ୱାଶିଂଟନ ସୁନ୍ଦର ଓ ଆକାଶ ଦୀପ।

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ୧୫ ତାରିଖରୁ ରାଜକୋଟରେ ଆରମ୍ଭ ହେବ। ସେହିପରି ୪ର୍ଥ ଟେଷ୍ଟ ଫେବୃଆରୀ ୨୩ରୁ ରାଞ୍ଚିରେ ଓ ଶେଷ ଟେଷ୍ଟ ମ୍ୟାଚ୍‌ ମାର୍ଚ୍ଚ ୭ରୁ ଧର୍ମଶାଲାରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story