Advertisment

ଗମ୍ଭୀରଙ୍କ ସହ ତିକ୍ତତା ସମ୍ପର୍କରେ ବିସିସିଆଇକୁ ଏମିତି କହିଛନ୍ତି ବିରାଟ କୋହଲି

ଗମ୍ଭୀର-ବିରାଟଙ୍କ ପୂର୍ବ ତିକ୍ତତା କଥା ସମସ୍ତଙ୍କୁ ଜଣା। ଏପରି ସ୍ଥିତିରେ ଦୁଇ ଜଣ କେମିତି ଟିମ ଇଣ୍ଡିଆକୁ ଆଗକୁ ନେବେ,ସେକଥା ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।

Virat

Virat

Advertisment

ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଆରମ୍ଭ କରିବେ। ଗମ୍ଭୀର ମୁଖ୍ୟ କୋଚ୍‌ ହୋଇଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଟିମରେ ବିରାଟ କୋହଲି ରହିଛନ୍ତି।

Advertisment

ଗମ୍ଭୀର-ବିରାଟଙ୍କ ପୂର୍ବ ତିକ୍ତତା କଥା ସମସ୍ତଙ୍କୁ ଜଣା। ଏପରି ସ୍ଥିତିରେ ଦୁଇ ଜଣ କେମିତି ଟିମ ଇଣ୍ଡିଆକୁ ଆଗକୁ ନେବେ,ସେକଥା ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।

ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ସହ ଶେଷ ହୋଇଛି। ଏହାପରେ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ କରାଯାଇଛି। ଶ୍ରୀଲଙ୍କା ବିପକ୍ଷ ସିରିଜରେ ପ୍ରଥମଥର ପାଇଁ ଗମ୍ଭୀରଙ୍କ କୋଚିଂରେ ବିରାଟ ଖେଳିବାକୁ ଯାଉଛନ୍ତି।

Advertisment

କ’ଣ ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ଦେଖାଯାଇଥିବା ତିକ୍ତତାର ପ୍ରଭାବ ଟିମ ଇଣ୍ଡିଆ ଉପରେ ପଡ଼ିବ କି? ବିରାଟ କ’ଣ ଗମ୍ଭୀରଙ୍କୁ ଉପଯୁକ୍ତ ସମ୍ମାନ ଦେବେ କି? ଦଳ ଉପରେ ଏହି ପୂର୍ବ ତିକ୍ତତାର ପ୍ରଭାବ ପଡ଼ିବ ନାହିଁ ତ? ଏସବୁ ପ୍ରଶ୍ନକୁ ନେଇ ବିସିସିଆଇ ମଧ୍ୟ ଚିନ୍ତାରେ ରହିଥିଲା।

କିନ୍ତୁ ବିସିସିଆଇର ସବୁ ଚିନ୍ତାକୁ ଦୂର କରି ଦେଇଛନ୍ତି ବିରାଟ କୋହଲି। ସେ ବିସିସିଆଇକୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ପୂର୍ବରୁ ଗମ୍ଭୀରଙ୍କ ସହ ଥିବା ତାଙ୍କର ବିବାଦ ଟିମ ଇଣ୍ଡିଆରେ ସେମାନଙ୍କ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ।

ଉଭୟ ଗୋଟିଏ ଲକ୍ଷ୍ୟ ନେଇ କାମ କରିବେ। ଟିମ ଇଣ୍ଡିଆର ଫାଇଦା ପାଇଁ କାର୍ଯ୍ୟ କରିଚାଲିବେ। ଏଥିପାଇଁ ବୋର୍ଡ ଆଦୌ ଭୟଭୀତ ହେବାର କୌଣସି ଆବଶ୍ୟକତା ନଥିବା ବିରାଟ ପୂର୍ବରୁ ବିସିସିଆଇକୁ କହି ସାରିଥିବା ଜଣାପଡ଼ିଛି।

ଆଇପିଏଲର ଏକାଧିକ ମ୍ୟାଚ୍‌ରେ ବିରାଟ ଓ ଗମ୍ଭୀର ମୁହାଁମୁହିଁ ହେବାର ନଜିର ରହିଛି। ୨୦୨୩ରେ ଗମ୍ଭୀର ଲକ୍ଷ୍ନୌ ସୁପର ଜାଏଣ୍ଟସର ମେଣ୍ଟୋର ଥିବା ବେଳେ ବିରାଟଙ୍କ ସହ ପଡ଼ିଆରେ ତାଙ୍କର ତିକ୍ତତା ହୋଇଥିଲା।

ସ୍ଥିତି ଏପରି ହୋଇଥିଲା ଯେ ଉଭୟ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ। ଏଥିପାଇଁ ଉଭୟଙ୍କ ମ୍ୟାଚ୍‌କୁ ୧୦୦% କାଟ କରାଯାଇଥିଲା। ତେବେ ୨୦୨୪ ଆଇପିଏଲରେ ଗମ୍ଭୀର କେକେଆରର ମେଣ୍ଟୋର ହୋଇଥିଲେ। ଏହି ସମୟରେ ଉଭୟ ବେଶ ହସ ଖୁସିରେ ପରସ୍ପରକୁ ମ୍ୟାଚ୍‌ ବେଳେ ଭେଟିବାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା।

Virat Kohli IPL Gautam Gambhir Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe