Advertisment

ଆଇପିଏଲରେ ଅମ୍ପାୟାରିଂ କରିବେ ବିରାଟଙ୍କ ସାଥୀ ଖେଳାଳି, ସୃଷ୍ଟି କରିବେ ନୂଆ ଇତିହାସ

୨୦୦୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ ଅଣ୍ଡର ୧୯ ବିଶ୍ୱକପ ଜିତିଥିଲା।

Virat

Virat

Advertisment

ଜୀବନର ଗତିପଥ କେତେବେଳେ କେଉଁ ଆଡ଼େ ଚାଲି ଯାଏ, ସେକଥା କାହାକୁ ଜଣା ନଥାଏ। କ୍ରୀଡ଼ା ହେଉ କି ଆଉ ଯେକୌଣସି କ୍ଷେତ୍ର ବେଳେବେଳ ଏମିତି କିଛି ଘଟଣା ଘଟେ, ଯାହାକୁ କେବେ ହେଲେ କେହି କଳ୍ପନା କରି ନଥିବେ। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ୨୦୦୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ ଅଣ୍ଡର ୧୯ ବିଶ୍ୱକପ ଜିତିଥିଲା। ପରବର୍ତ୍ତୀ ଅବସ୍ଥାରେ ବିରାଟ କୋହଲି ବିଶ୍ୱ କ୍ରିକେଟରେ ନିଜର ଛାପ ଛାଡ଼ିବାକୁ ସକ୍ଷମ ହୋଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ହେଉଛନ୍ତି ବିରାଟ।

Advertisment

କିନ୍ତୁ ବିରାଟଙ୍କ ସହ ସେତେବେଳେ ଅଣ୍ଡର ୧୯ ସ୍କ୍ୱାଡରେ ଥିବା କ୍ରିକେଟର ନିଜ କ୍ରିକେଟିଂ କ୍ୟାରିୟରକୁ ଆଗକୁ ନେବାକୁ ସକ୍ଷମ ହୋଇ ନାହାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ତନ୍ମୟ ଶ୍ରୀବାସ୍ତ। ଏକଦା ବିରାଟଙ୍କ ସହ କ୍ରିକେଟ ଖେଳୁଥିବା ତନ୍ମୟ ଏବେ ନୂଆ ଭୂମିକାରେ ସାମ୍ନାକୁ ଆସିବାକୁ ଯାଉଛନ୍ତି। ସେ ଆଇପିଏଲ ୨୦୨୫ରେ ଅମ୍ପାୟାରିଂ କରିବେ। ବିରାଟ ୨୦୨୫ ଆଇପିଏଲରେ ନୂଆ ଆଶା ନେଇ ପଡ଼ିଆକୁ ଓହ୍ଲାଇବାକୁ ଯାଉଥିବା ବେଳେ ତନ୍ମୟ ନୂଆ ରୂପରେ ମୈଦାନକୁ ଓହ୍ଲାଇବେ।

ସେ ଆଇପିଏଲରେ ଅମ୍ପାୟାରିଂରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଅମ୍ପାୟାରିଂ କରି ନୂଆ ଇତିହାସ ସୃଷ୍ଟି କରିବେ। ସେ ଏମିତି ଜଣେ କ୍ରିକେଟର ଯିଏ ଏକଦା ଆଇପିଏଲ ଖେଳୁଥିଲେ ଓ ଏବେ ସମାନ ଟି-୨୦ ଲିଗରେ ଅମ୍ପାୟାରିଂ କରିବେ। ଏହା ଏକ ବିରଳ ରେକର୍ଡ। ତନ୍ମୟ ଶ୍ରୀବାସ୍ତବ ୨୦୦୭-୦୮ ଓ ୨୦୦୯ରେ ଆଇପିଏଲରେ ପଞ୍ଜାବ ପାଇଁ ଖେଳିଥିଲେ।

Advertisment

ସେ ୭ଟି ମ୍ୟାଚ୍‌ରେ ନଜର ଆସିଥିଲେ ହେଁ କୌଣସି ଖାସ ପ୍ରଦର୍ଶନ କରିପାରି ନଥିଲେ। ସେ ଆଇପିଏଲରେ ମାତ୍ର ୮ ରନ କରିବାକୁ ସକ୍ଷମ ହୋଇଛନ୍ତି। ଏହି ନୈରାଶ୍ୟଜନକ ପ୍ରଦର୍ଶନ ତାଙ୍କ କ୍ରିକେଟିଂ କ୍ୟାରିୟରର ଗତିପଥ ବଦଳାଇ ଦେଇଥିଲା। ଏବେ ସେ ଆଇପିଏଲରେ ଅମ୍ପାୟାରିଂ କରିବାକୁ ମନୋନୀତ ହୋଇ ନୂଆ କୀର୍ତ୍ତିମାନ ହାସଲ କରିବାକୁ ଯାଉଛନ୍ତି।

ଷ୍ଟାର ବ୍ୟାଟର ବିରାଟଙ୍କ ସହ ତନ୍ମୟଙ୍କ ସମ୍ପର୍କ ବେଶ ପୁରୁଣା। ୧୭ ବର୍ଷ ପୂର୍ବେ ଦୁଇ ଜଣ ଯାକ ଅଣ୍ତର ୧୯ ବିଶ୍ୱକପରେ ଭାରତର ଷ୍ଟାର ରହିଥିଲେ। ଭାରତ ବିରାଟ କୋହଲିଙ୍କ କ୍ୟାପ୍ଟେନ୍ସିରେ ଅଣ୍ଡର ୧୯ ବିଶ୍ୱକପ ଜିତିଥିଲା। ଏହି ବିଶ୍ୱ ବିଜୟୀ ଟିମରେ ରବୀନ୍ଦ୍ର ଜାଡେଜା ଓ ମନୀଷ ପାଣ୍ଡେଙ୍କ ଭଳି ଷ୍ଟାର ଖେଳାଳି ବି ରହିଥିଲେ। ତନ୍ମୟ ଅଣ୍ଡର ୧୯ ବିଶ୍ୱକପରେ ନିଜର ଜଲୱା ଦେଖାଇଥିଲେ ହେଁ ତାଙ୍କୁ କେବେ ହେଲେ ଭାରତର ସିନିୟର ଟିମ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସୁଯୋଗ ମିଳି ନଥିଲା।

Virat୨୦୦୮ ଅଣ୍ଡର ୧୯ ବିଶ୍ୱକପ ସହ ଜାଡେଜା, ବିରାଟ, ତନ୍ମୟ ଓ ଅନ୍ୟମାନେ

ତନ୍ମୟ ଅବଶ୍ୟ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। କିନ୍ତୁ ଘରୋଇ କ୍ରିକେଟରେ ତାଙ୍କ ବ୍ୟାଟ ବୋଲରଙ୍କ ପ୍ରବଳ ଧୂଲେଇ କରିଛି। ଅଣ୍ଡର ୧୯ ବିଶ୍ୱକପରେ ତନ୍ମୟ ଭାରତର ସର୍ବାଧିକ ରନ ହାସଲକାରୀ ବ୍ୟାଟର ରହିଥିଲେ। ସେ ୯୦ଟି ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦ଟି ଶତକ ବଳରେ ୪୯୧୮ ରନ କରିଥିଲେ। ୪୪ ଲିଷ୍ଟ ଏ ମ୍ୟାଚ୍‌ରେ ୧୭୨୮ ଓ ୩୪ଟି ଟି-୨୦ ମ୍ୟାଚ୍‌ରେ ୬୪୯ ରନ କରିଛନ୍ତି।

ତନ୍ମୟ ମାତ୍ର ୩୫ ବର୍ଷ ବୟସରେ ଆଇପିଏଲରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି। ଉତ୍ତରାଖଣ୍ଡ ଟିମର ନେତୃତ୍ୱ ନେଉଥିବା ବେଳେ ୩୦ ବର୍ଷ ବୟସରେ ତନ୍ମୟ କ୍ରିକେଟକୁ ଅଲବିଦା କହିଥିଲେ। ଉତ୍ତରାଖଣ୍ଡରୁ ଖେଳିବା ପୂର୍ବରୁ ସେ ଉତ୍ତର ପ୍ରଦେଶର ପ୍ରତିନିଧିତ୍ୱ କରୁଥିଲେ। କ୍ରିକେଟ ଖେଳାଳି ବ୍ୟତୀତ ସେ ଆଉ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ।

ସେ କହିଛନ୍ତି, “ମୁଁ ଆଇପିଏଲ ଖେଳିବାକୁ ସକ୍ଷମ ନୁହେଁ। ମୋତେ ଖେଳାଳି ଭାବେ ରହିବାର ଅଛି ନା ସଫଳତାର ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିବାର ଅଛି, ତା’ର ନିଷ୍ପତ୍ତି ନେବାର ଥିଲା। ମୁଁ ଏବେ ବି ବିରାଟଙ୍କ ସହ ଯୋଗାଯୋଗରେ ରହିଛି। କିନ୍ତୁ ମୋତେ ସବୁ କିଛିର ନିଷ୍ପତ୍ତି ଭାବପ୍ରବଣତାରୁ ଉପରେ ରହି ବିଚାର କରିବାର ଥିଲା। ଖେଳିବା ବ୍ୟତୀତ କ୍ରିକେଟରେ ମୁଁ ଆଉ କିଛି କରିବାକୁ ଚାହୁଁଥିବା କଥା ପ୍ରଥମେ ରାଜୀବ ଶୁକ୍ଳା ସାରଙ୍କୁ ଜଣାଇଥିଲି। କିନ୍ତୁ ମୁଁ ୩୦ ବର୍ଷ ବୟସରେ ଏପରି କଥା କହୁଥିବାରୁ ସେ ପୂରା ଚକିତ ହୋଇ ଯାଇଥିଲେ। ତଥାପି ଆମେ ଆଉ କ’ଣ ବିକଳ୍ପ ସବୁ ରହିଛି, ସେ ବିଷୟରେ କଥା ହୋଇଥିଲୁ। ମୁଁ ଏନସିଏରେ କୋଚିଂରେ ଲଭେଲ ୨ କୋର୍ସ କରିଛି। କିନ୍ତୁ ମୁଁ କେବଳ ଜଣେ ଭଲ ଫିଲ୍ଡିଂ କୋଚ୍‌ ହୋଇପାରିବି ବୋଲି ଜାଣିପାରିଥିଲି। ତେଣୁ ମୁଁ ଅମ୍ପାୟାରିଂ ଉପରେ ଫୋକସ କରିଥିଲି।”

ଅମ୍ପାୟାରିଂ ଉପରେ ଫୋକସ କରିଥିବା ତନ୍ମୟ ଏହାର ପରୀକ୍ଷା ପାଇଁ ପଢ଼ିବା ସହ ବିଭିନ୍ନ ପ୍ରକାରର କ୍ରିକେଟିଂ ଚାକିରି କରିଥିଲେ। ସେ ଆରସିବି ପାଇଁ ଟାଲେଣ୍ଟ ସ୍କାଉଟ ସାଜିଥିବା ବେଳେ ଏନସିଏରେ ଜଣେ କୋଚ ଭାବେ କିଛି ଦିନ କାମ କରିଥିଲେ। ଏସମ୍ପର୍କରେ ତନ୍ମୟ କହିଛନ୍ତି, “ଅମ୍ପାୟାରିଂ ପାଇଁ ପଢ଼ିବା ବେଶ ଚ୍ୟାଲେଞ୍ଜିଂ ଥିଲା। ମୁଁ ରାତି ଅନିଦ୍ରା ହୋଇ ପଢ଼ୁଥିଲି। ଆପଣଙ୍କ କ୍ରିକେଟର ଆଇନ ଓ ଏହାର କାର୍ଯ୍ୟକାରୀତା ସମ୍ପର୍କରେ ଜାଣିବା ପାଇଁ ବହୁତ କିଛି ପଢ଼ିବାକୁ ପଡ଼ିବ।”

Virat Kohli IPL IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe