Advertisment

ବିଶ୍ୱକପ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଆତ୍ମବିଶ୍ୱାସ ହରାଇ ସାରିଥିଲେ ବିରାଟ କୋହଲି

ଫାଇନାଲ ମ୍ୟାଚ୍‌ରେ ବିରାଟ ୭୬ ରନର ଇନିଂସ ଖେଳି ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଥିଲେ। କିନ୍ତୁ ଫାଇନାଲ ପୂର୍ବରୁ ସେ ଖେଳିଥିବା ସମସ୍ତ ମ୍ୟାଚ୍‌ରେ ମୋଟ ୭୫ ରନ କରିଥିଲେ।

PM Modi

PM Modi

Advertisment

ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳ ସହ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଷ୍ଟାର ବ୍ୟାଟର ବିରାଟ କୋହଲି ବିଶ୍ୱକପ ଫାଇନାଲ ମ୍ୟାଚର ଅଭିଜ୍ଞତା ତାଙ୍କ ସହ ଶେୟାର କରିଛନ୍ତି।

Advertisment

ଫାଇନାଲ ମ୍ୟାଚ୍‌ରେ ବିରାଟ ୭୬ ରନର ଇନିଂସ ଖେଳି ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଥିଲେ। କିନ୍ତୁ ଫାଇନାଲ ପୂର୍ବରୁ ସେ ଖେଳିଥିବା ସମସ୍ତ ମ୍ୟାଚ୍‌ରେ ମୋଟ ୭୫ ରନ କରିଥିଲେ। ହେଲେ ଫାଇନାଲରେ ସେ ୭୬ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ଦଳକୁ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ବିଜେତା କରାଇଥିଲେ।

ତେବେ ଫାଇନାଲ ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲି ଆତ୍ମବିଶ୍ୱାସ ହରାଇ ସାରିଥିଲେ। ଏକଥା ସେ ବାର୍ବଡସ୍‌ରେ ବ୍ୟାଟିଂ କରିବାକୁ ଯିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ଜଣାଇଥିଲେ। ଏକଥା ନିଜେ ବିରାଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ହେବା ବେଳେ ଖୁଲାସା କରିଛନ୍ତି। ଏଥିସହ ସେ ଖରାପ ପ୍ରଦର୍ଶନ ଯୋଗୁ ଚାପରେ ଥିବା ବେଳେ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ତାଙ୍କ ଉପରେ କେମିତି ବିଶ୍ୱାସ ଓ ଭରସା ଦେଖାଇଥିଲେ, ସେକଥା ମଧ୍ୟ ବିରାଟ କହିଛନ୍ତି।

Advertisment

ମୋଦିଙ୍କ ସହ କଥାବାର୍ତ୍ତା ହେବା ବେଳେ ବିରାଟ କହିଛନ୍ତି, “ପ୍ରଥମେ ଆପଣ ଆମମାନଙ୍କୁ ଏଠାକୁ ନିମନ୍ତ୍ରଣ କରିବାରୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ସେହି ଦିନ (ଫାଇନାଲ ମ୍ୟାଚ୍‌) ସବୁବେଳେ ମୋ ହୃଦୟରେ ରହିବ। କାରଣ ଟୁର୍ଣ୍ଣାମେଣ୍ଟରେ ମୁଁ ଦଳ ପାଇଁ ସେତେଟା ଭଲ ଯୋଗଦାନ ଦେଇ ପାରି ନଥିଲେ।

ଏପରି କି ମୁଁ ରାହୁଲ ଡ୍ରାଭିଡ ଭାଇଙ୍କୁ ଗୋଟିଏ ଦିନ କହିଥିଲି ଯେ ମୁଁ ଏଯାଏ ଟିମକୁ ଓ ମୋତେ ଆବଶ୍ୟକ ଅନୁଯାୟୀ ନ୍ୟାୟ ଦେଇ ପାରିନି। କିନ୍ତୁ ସେ ମୋତେ କହିଥିଲେ ଯେ ଯେତେବେଳେ ସୁଯୋଗ ଆସିବ ତୁମେ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ମୋର ବିଶ୍ୱାସ ରହିଛି।

ଏହାବାଦ ଫାଇନାଲରେ ଯେତେବେଳେ ରୋହିତ ଓ ମୁଁ ବ୍ୟାଟିଂ କରିବାକୁ ଯାଉଥିଲୁ ସେତେବେଳେ ମୁଁ ତାଙ୍କୁ କହିଥିଲି ଯେ ମୋ ପାଖରେ ଆବଶ୍ୟକ ଆତ୍ମବିଶ୍ୱାସ ନାହିଁ। କିନ୍ତୁ ପ୍ରଥମ ଓଭରରେ ଯେତେବେଳେ ୩ଟି ଚୌକା ମାରିଥିଲି ସେତେବେଳେ ମୁଁ ରୋହିତଙ୍କୁ କହିଥିଲି ଯେ ଏସବୁ କ’ଣ ହଉଛି? ଗୋଟିଏ ଦିନ ମୁଁ ଏକ ରନ କରି ପାରୁ ନଥିଲି ଓ ଏବେ ଗୋଟିଏ ଓଭରରେ ୩ଟି ଚୌକା ମାରିବାକୁ ସକ୍ଷମ ହୋଇଗଲି।

ସେଠାରେ ମୋତେ ଅନୁଭବ ହୋଇଥିଲା ଯେ କିଛି ଗୋଟିଏ ଘଟିବ। ବିଶେଷ କରି ଆମର ଶୀଘ୍ର ୱିକେଟ ଯିବା ପରେ ମୋତେ ସ୍ଥିତି ଆଗରେ ଆତ୍ମସମର୍ପଣ କରିବାର ଥିଲା। ଟିମ ପାଇଁ କ’ଣ ଜରୁରୀ, ସେଇଟା ମୋ ଫୋକସରେ ଥିଲା। ମୋତେ ଲାଗିଥିଲା ଯେ ମୋତେ ସେହି ପରିସ୍ଥିତିରେ ଆଣି ରଖା ଯାଇଥିଲା। ପଛରେ ମୁଁ ବୁଝିପାରିଥିଲି ଯେ ଯାହା ହବାର ଥିବ ନିଶ୍ଚତ ହେବ।

ମ୍ୟାଚ୍‌ ଯଦି ଆପଣ ଦେଖିବେ, ତା’ହେଲେ ଗୋଟିଏ ଗୋଟିଏ ବଲ ପାଇଁ ଆମେ କଷ୍ଟ କରି ଚାଲିଥିଲୁ। ସେତେବେଳେ ଆମ ଭିତରେ କ’ଣ ଚାଲିଥିଲା, ସେକଥା ଆମେ ଶବ୍ଦରେ ବୟାନ କରିପାରିବୁ ନାହିଁ। ଏତେ ବଡ଼ ଦିନରେ ଟିମ ପାଇଁ ଯୋଗଦାନ କରିଥିବାରୁ ମୁଁ ବହୁତ ଖୁସି। ସେଦିନ ଯାହା ସବୁ ଘଟିଲା ଓ ଆମେ ଯେମିତି ଜିତିଲୁ, ସେକଥା ମୁଁ କେବେ ବି ଭୁଲି ପାରିବି ନାହିଁ।”

ବିଶ୍ୱକପ ଫାଇନାଲ ଜିତିବା ପରେ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତ ପାଇଁ ଦିନିକିଆ ଓ ଟେଷ୍ଟ ମ୍ୟାଚ୍‌ ପୂର୍ବଭଳି ଖେଳିବା ଜାରି ରଖିବେ।

Virat Kohli PM Modi T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe