Advertisment

Virat Kohli : ଭାରତ ମ୍ୟାଚ୍‌ ହାରିଲା, କିନ୍ତୁ ଶତକ ସହ ନୂଆ ଇତିହାସ ରଚିଲେ ବିରାଟ କୋହଲି

ଭାରତ ପାଇଁ ବିରାଟ କୋହଲି ଶତକୀୟ ଇନିଂସ ଖେଳିଥିଲେ ହେଁ ଭାରତକୁ ଜିତାଇବା ପାଇଁ ଏହା ଯଥେଷ୍ଟ ହୋଇନାହିଁ। ଭାରତ ପ୍ରଥମଥର ପାଇଁ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ କୌଣସି ଦିନିକିଆ ସିରିଜରେ ପରାସ୍ତ ହେବାର ଲଜ୍ଜା ମଧ୍ୟ ମୁଣ୍ଡାଇଛି।

Viart

ବିରାଟ କୋହଲି

Advertisment

ପ୍ରଥମଥର ପାଇଁ ଭାରତରେ କୌଣସି ଦିନିକିଆ ସିରିଜ ଜିତି ନୂଆ ରେକର୍ଡ କରିଛି ନ୍ୟୁଜିଲ୍ୟାଣ୍ଡ। ରବିବାର ଇନ୍ଦୋରରେ ଖେଳା ଯାଉଥିବା ଶେଷ ଦିନିକିଆକୁ ନ୍ୟୁଜିଲ୍ୟାଣ୍ଡ ୪୧ ରନରେ ଜିତି ସିରିଜକୁ ୨-୧ରେ କବଜା କରିଛି। ଭାରତ ପାଇଁ ବିରାଟ କୋହଲି ଶତକୀୟ ଇନିଂସ ଖେଳିଥିଲେ ହେଁ ଭାରତକୁ ଜିତାଇବା ପାଇଁ ଏହା ଯଥେଷ୍ଟ ହୋଇନାହିଁ।

Advertisment

ଭାରତ ପ୍ରଥମଥର ପାଇଁ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ କୌଣସି ଦିନିକିଆ ସିରିଜରେ ପରାସ୍ତ ହେବାର ଲଜ୍ଜା ମଧ୍ୟ ମୁଣ୍ଡାଇଛି। ଭାରତ ମ୍ୟାଚ ହାରିଥିଲେ ହେଁ ଶତକୀୟ ଇନିଂସ ଖେଳିଥିବା ବିରାଟ କୋହଲି(Virat Kohli) ନୂଆ ଇତିହାସ ସୃଷ୍ଟି କରିଛି। ୧୦୮ ବଲରେ ୧୨୪ ରନର ଇନିଂସ ଖେଳିଥିବା ବିରାଟ ୧୦ଟି ଚୌକା ଓ ୩ଟି ଚୌକା ମାରିଥିଲେ। ସେ ମୋଟ ୧୦୮ ବଲ ସାମ୍ନା କରିଥିଲେ ହେଁ ୯୧ ବଲରେ ରବିବାର ଶତକ ହାସଲ କରିଥିଲେ। 

ଏହା ଥିଲା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିରାଟଙ୍କ ୭ମ ଦିନିକିଆ ଶତକ। ବିରାଟଙ୍କ ତୁଳନାରେ ବିଶ୍ୱର କୌଣସି ଅନ୍ୟ ବ୍ୟାଟର କ୍ୱିୱି ଟିମ ବିପକ୍ଷରେ ଏତେ ସଂଖ୍ୟକ ଶତକ ହାସଲ କରି ନାହାନ୍ତି। ଏହାପୂର୍ବରୁ ବିରାଟ, ରିକି ପଣ୍ଟିଂ ଓ ବୀରେନ୍ଦ୍ର ସେହୱାଗ ମିଳିତ ଭାବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୬ଟି ଲେଖାଏ ଦିନିକିଆ ଶତକ ମାରିଥିଲେ। ରବିବାର ବିରାଟ ଶତକ ମାରିବା କ୍ଷଣୀ ପଛରେ ପଡ଼ିଛନ୍ତି ପଣ୍ଟିଂ ଓ ସେହୱାଗ। ଏହି ୩ ଖେଳାଳିଙ୍କ ପଛକୁ ୫ଟି ଲେଖାଏ ଶତକ ସହ ସଚିନ ତେନ୍ଦୁଲକର ଓ ସନାତ ଜୟସୂରିୟା ରହିଛନ୍ତି। 

Advertisment

ବିରାଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩୬ଟି ଇନିଂସରେ ୭ଟି ଶତକ ମାରିଥିବା ବେଳେ ରିକି ପଣ୍ଟିଂ ୫୦ଟି ଇନିଂସ ଓ ବୀରେନ୍ଦ୍ର ସେହୱାଗ ମାତ୍ର ୨୩ଟି ଇନିଂସରେ ୬ଟି ଲେଖାଏ ଶତକ ହାସଲ କରିଥିଲେ। ତେନ୍ଦୁଲକର ୪୧ଟି ଇନିଂସ ଓ ଜୟସୂରିୟା ୪୫ଟି ଇନିଂସରେ ୫ଟି ଲେଖାଏ ଶତକ ମାରିଥିଲେ। 

କେବଳ ଦିନିକିଆ ନୁହେଁ, ବିଭିନ୍ନ ଫର୍ମାଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶତକ ହାସଲ କରିବା ତାଲିକାରେ ମଧ୍ୟ ବିରାଟ ୧ନଂରେ ରହିଛନ୍ତି। ବିଭିନ୍ନ ଫର୍ମାଟରେ ବିରାଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୭୩ଟି ଇନିଂସରେ ୧୦ଟି ଶତକ ମାରିଥିବା ବେଳେ ତାଙ୍କ ପଛକୁ ୭୬ଟି ଇନିଂସରେ ୯ଟି ଶତକ ମାରି ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ ରହିଛନ୍ତି। ଜୋ ରୁଟ ୭୧ଟି ଇନିଂସରେ ୯ଟି ଓ ସଚିନ ତେନ୍ଦୁଲକର ୮୦ଟି ଇନିଂସରେ ସମାନ ୯ଟି ଶତକ ହାସଲ କରିଛନ୍ତି। 

Virat Kohli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe