Advertisment

‘ସଚିନଙ୍କୁ ନୂଆ ବର୍ଷର ବଧେଇ ଜଣାଇ ତାଙ୍କଠାରୁ ତୁରନ୍ତ ପରାମର୍ଶ ନିଅନ୍ତୁ ବିରାଟ୍’

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଟେଷ୍ଟ ଟିମର କ୍ୟାପଟେନ୍ ବିରାଟ୍ କୋହଲି ୨୦୨୧ ବର୍ଷରେ ମଧ୍ୟ ଗୋଟିଏ ବି ଶତକ ମାରିପାରିଲେ ନାହିଁ। କୋହଲି କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ମାରିବାରୁ ବଞ୍ଚିତ ହୋଇଛନ୍ତି। ତେବେ କୋହଲି କିପରି ଏହି ଖରାପ ଫର୍ମରୁ ବର୍ତ୍ତିବେ, ତାକୁ ନେଇ ଗାଭାସ୍କାର ବଡ଼ ପରାମର୍ଶ ଦେଇଛନ୍ତି। ଗାଭାସ୍କର କହିଛନ୍ତି ଯେ କୋହଲି ତୁରନ୍ତ ସଚିନଙ୍କ ଠାରୁ ପରାମର୍ଶ ନିଅନ୍ତୁ। ଦୁନିଆର ଅନ୍ୟତମ ସର୍ବକାଳୀନ ମହାନ ଓପନିଂ ବ୍ୟାଟ୍ସମ୍ୟାନ୍ […]

‘ସଚିନଙ୍କୁ ନୂଆ ବର୍ଷର ବଧେଇ ଜଣାଇ ତାଙ୍କଠାରୁ ତୁରନ୍ତ ପରାମର୍ଶ ନିଅନ୍ତୁ ବିରାଟ୍’

sachin-and-virat

Advertisment

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଟେଷ୍ଟ ଟିମର କ୍ୟାପଟେନ୍ ବିରାଟ୍ କୋହଲି ୨୦୨୧ ବର୍ଷରେ ମଧ୍ୟ ଗୋଟିଏ ବି ଶତକ ମାରିପାରିଲେ ନାହିଁ। କୋହଲି କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ମାରିବାରୁ ବଞ୍ଚିତ ହୋଇଛନ୍ତି। ତେବେ କୋହଲି କିପରି ଏହି ଖରାପ ଫର୍ମରୁ ବର୍ତ୍ତିବେ, ତାକୁ ନେଇ ଗାଭାସ୍କାର ବଡ଼ ପରାମର୍ଶ ଦେଇଛନ୍ତି। ଗାଭାସ୍କର କହିଛନ୍ତି ଯେ କୋହଲି ତୁରନ୍ତ ସଚିନଙ୍କ ଠାରୁ ପରାମର୍ଶ ନିଅନ୍ତୁ।

Advertisment

ଦୁନିଆର ଅନ୍ୟତମ ସର୍ବକାଳୀନ ମହାନ ଓପନିଂ ବ୍ୟାଟ୍ସମ୍ୟାନ୍ ଗାଭାସ୍କର କହିଛନ୍ତି, ବିରାଟ୍ କୋହଲିଙ୍କୁ ସଚିନଙ୍କ ସହ କଥା ହେବା ଦରକାର। କୋହଲି ସଚିନଙ୍କୁ ଫୋନ୍ କରି ନୂଆ ବର୍ଷର ଶୁଭେଚ୍ଛା ଦେବା ସହ ତାଙ୍କ ଠାରୁ ବ୍ୟାଟିଂ ପରାମର୍ଶ ନେବା ଉଚିତ୍। ୨୦୦୩-୦୪ରେ ଅଷ୍ଟ୍ରେଲିଆ ଗସ୍ତରେ ସଚିନ୍ ବାରମ୍ବାର ଅଫ୍ ଷ୍ଟମ୍ପ ବାହାର ବଲରେ ଆଉଟ୍ ପରେ କିପରି ନିଜକୁ ନିୟନ୍ତ୍ରଣ କଲେ, ତା’ ଉପରେ କୋହଲି ତାଙ୍କ ଠାରୁ ଶିକ୍ଷା ନେଇପାରିବେ।

ବର୍ତ୍ତମାନ ବିରାଟ୍ କୋହଲି ବାରମ୍ବାର ଅଫ୍ ଷ୍ଟମ୍ପ ବାହାରେ ଯାଉଥିବା ବଲରେ ଆଉଟ୍ ହେଉଛନ୍ତି। ଏହାକୁ ନେଇ ଗାଭାସ୍କର କହିଛନ୍ତି, ସଚିନ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଲଗାତର ଏଭଳି ଆଉଟ ହେଉଥିଲେ। ସେ ଅଫ୍ ଷ୍ଟମ୍ପ ବାହାର ବଲରେ ଡ୍ରାଇଭ୍ ଖେଳିବାକୁ ପ୍ରୟାସ କରି ନିଜ ୱିକେଟ୍ ହରାଇ ବସୁଥିଲେ। ଏହା ପରେ ସେ ସିଡନୀ ଟେଷ୍ଟରେ କଭର ଡ୍ରାଇଭ୍ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ସଚିନଙ୍କ ଏହି ଉପାୟ କାମ ଦେଇଥିଲା ଏବଂ ସେ ଉକ୍ତ ଟେଷ୍ଟରେ ଦ୍ୱିଶତକ ଓ ଅର୍ଦ୍ଧଶତକ ମାରିଥିଲେ। ତେଣୁ କୋହଲି ତୁରନ୍ତ ନିଜ ଦୁର୍ବଳତା ବିଷୟରେ ସଚିନଙ୍କ ଠାରୁ ପରାମର୍ଶ ନେବା ଦରକାର ବୋଲି ଗାଭାସ୍କର କହିଛନ୍ତି।

Advertisment

ଗାଭାସ୍କର ଆହୁରି କହିଛନ୍ତି, କୋହଲିଙ୍କୁ ତାଙ୍କ ଭାଗ୍ୟ ସାଥ୍ ଦେଉନାହିଁ। କୋହଲିଙ୍କ ବ୍ୟାଟିଂରେ କିଛି ଅଭାବ ନାହିଁ। ତାଙ୍କୁ କେବଳ ନିଜ ପୁରୁଣା ଭୁଲକୁ ଦୋହରାଉଛନ୍ତି ଏବଂ ସେହି କାରଣରୁ ଆଉଟ୍ ହେଉଛନ୍ତି। ଭାଗ୍ୟ ମଧ୍ୟ ତାଙ୍କୁ ସାଥ ଦେଉନି। ସବୁ ବ୍ୟାଟ୍ସମ୍ୟାନ୍ ଭୁଲ କରନ୍ତି। କିଛି ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯିଏ ବହୁତ ଭାଗ୍ୟଶାଳୀ ଥାନ୍ତି। କିନ୍ତୁ କୋହଲି ଅନଲକି ସାବ୍ୟସ୍ତ ହେଉଛନ୍ତି। ତେଣୁ କୋହଲି ଯଦି ସଚିନଙ୍କ ଠାରୁ ପରାମର୍ଶ ନେବେ, ତାହେଲେ ନିଜ ଦୁର୍ବଳତାକୁ ପଛରେ ପକାଇପାରିବେ ବୋଲି ଗାଭାସ୍କର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe