Advertisment

କୋହଲିଙ୍କ ଟେକନିକ୍ ଦୁର୍ବଳ, ବାବରଙ୍କ ଠାରୁ ଶିଖନ୍ତୁ: ଜାଭେଦ୍

ଲାହୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଦୁନିଆର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଆଧୁନିକ ଯୁଗରେ ତାଙ୍କଠାରୁ ଉନ୍ନତ ବ୍ୟାଟ୍ସମ୍ୟାନ୍ ବୋଧହୁଏ କେହି ନାହାନ୍ତି। କାରଣ କୋହଲି ତିନୋଟି ଯାକ ଫର୍ମାଟରେ କୋହଲିଙ୍କର ବ୍ୟାଟିଂ ଆଭରେଜ୍ ୫୦ରୁ ଅଧିକ ରହିଛି। କିନ୍ତୁ କୋହଲି ଟେକିନକରେ ବହୁତ ଦୁର୍ବଳ। ଏହା ଆମେ କହୁନୁ, ପାକିସ୍ତାନର ପୂର୍ବତନ ପେସ୍ ବୋଲର ଆକିବ୍ ଜାଭେଦ୍ କହିଛନ୍ତି। ଜାଭେଦ୍ କହିଛନ୍ତି ଯେ ଭାରତୀୟ କ୍ୟାପଟେନ୍ କୋହଲିଙ୍କୁ ନିଜ ଟେକନିକରେ ସୁଧାର ଆଣିବାକୁ ପଡ଼ିବ। […]

କୋହଲିଙ୍କ ଟେକନିକ୍ ଦୁର୍ବଳ, ବାବରଙ୍କ ଠାରୁ ଶିଖନ୍ତୁ: ଜାଭେଦ୍

Virat-Kohli-and-babar-Azam

Advertisment

ଲାହୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଦୁନିଆର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଆଧୁନିକ ଯୁଗରେ ତାଙ୍କଠାରୁ ଉନ୍ନତ ବ୍ୟାଟ୍ସମ୍ୟାନ୍ ବୋଧହୁଏ କେହି ନାହାନ୍ତି। କାରଣ କୋହଲି ତିନୋଟି ଯାକ ଫର୍ମାଟରେ କୋହଲିଙ୍କର ବ୍ୟାଟିଂ ଆଭରେଜ୍ ୫୦ରୁ ଅଧିକ ରହିଛି। କିନ୍ତୁ କୋହଲି ଟେକିନକରେ ବହୁତ ଦୁର୍ବଳ। ଏହା ଆମେ କହୁନୁ, ପାକିସ୍ତାନର ପୂର୍ବତନ ପେସ୍ ବୋଲର ଆକିବ୍ ଜାଭେଦ୍ କହିଛନ୍ତି।

Advertisment

ଜାଭେଦ୍ କହିଛନ୍ତି ଯେ ଭାରତୀୟ କ୍ୟାପଟେନ୍ କୋହଲିଙ୍କୁ ନିଜ ଟେକନିକରେ ସୁଧାର ଆଣିବାକୁ ପଡ଼ିବ। ଏଥିପାଇଁ ତାଙ୍କୁ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ବାବର ଆଜମଙ୍କର ସହାୟତା ନେବା ଦରକାର ବୋଲି ଜାଭେଦ୍ କହିଛନ୍ତି। ଜାଭେଦ୍ କହିଛନ୍ତି, ବାବରଙ୍କ ତୁଳନାରେ କୋହଲିଙ୍କ ପାଖରେ ଉନ୍ନତ ଶଟ୍ ସିଲେକ୍ସନ୍ ରହିଛି। କିନ୍ତୁ କୋହଲିଙ୍କର ଗୋଟିଏ ବଡ଼ ଦୁର୍ବଳତା ରହିଛି। ଯଦି ବଲ୍ ସୁଇଂ ହେଉଛି, ତାହେଲେ ଅଫ୍ ଷ୍ଟମ୍ପ ପାଖରେ କୋହଲି ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ନିକଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜେମ୍ସ ଆଣ୍ଡରସନ୍ ନିଜ ସୁଇଂ ଦ୍ୱାରା କୋହଲିଙ୍କୁ ନଚାଇ ଥିଲେ। କିନ୍ତୁ ଏହି କ୍ଷେତ୍ରରେ ବାବର ବହୁତ ମଜଭୁତ୍। ଯଦି କୋହଲି ଚାହିଁବେ, ତାହେଲେ ବାବରଙ୍କୁ ଦେଖି ନିଜ ଟେକନିକରେ ସୁଧାର ଆଣିପାରିବେ।

ବାବରଙ୍କୁ ପ୍ରଶଂସା କରି ଜାଭେଦ୍ କହିଛନ୍ତି, ସଚିନ୍ ତେନ୍ଦୁଲକରଙ୍କ ଭଳି ବାବର ଆଜମଙ୍କର କୌଣସି ଦୁର୍ବଳତା ନାହିଁ। ଟେକନିକ୍ ମାମଲାରେ ବାବର ବହୁତ ସୁରକ୍ଷିତ ଓ ମଜଭୁତ୍। ଯଦି ବାବର କୋହଲିଙ୍କର ଫିଟନେସ୍ ରୁଟିନକୁ ଅନୁସରଣ କରିବେ, ତାହେଲେ ଆହୁରି ଉନ୍ନତ କ୍ରିକେଟର୍ ହୋଇପାରିବେ।

Advertisment

ସୂଚନାଯୋଗ୍ୟ, ବିରାଟ୍ କୋହଲି ଦେଢ଼ ବର୍ଷରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ମାରିନାହାନ୍ତି। ଶତକ ମାରିନଥିଲେ ହେଁ, କୋହଲି ଅନେକ ଭଲ ଇନିଂସ୍ ଖେଳିଛନ୍ତି। ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ କୋହଲିଙ୍କୁ ଦମଦାର ବ୍ୟାଟିଂ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଥିଲା। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ବାବର ୧୩ଶ ଶତକ ମାରି ନିଜ ନାଁରେ ୱାର୍ଲ୍ଡ ରେକର୍ଡ କରିଥିଲେ।

Virat Kohli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe