Advertisment

ହୋମ ଗ୍ରାଉଣ୍ଡରେ ରୋହିତ ଫ୍ଲପ, ସ୍ଥିତି ସମ୍ଭାଳିଲେ ବିରାଟ ଓ ଗିଲ୍‌

ଭାରତ ୪ ରନରେ ପ୍ରଥମ ୱିକେଟ ହରାଇବା ପରେ କ୍ରିଜ୍‌କୁ ଆସିଥିଲେ କିଙ୍ଗ ବିରାଟ କୋହଲି। ସେ ଶୁବମନ ଗିଲଙ୍କ ସହ ମିଶି ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଉଛନ୍ତି।

author-image
Hemant Lenka
Virat

Virat

ପ୍ରଥମଥର ପାଇଁ ନିଜର ହୋମ ଗ୍ରାଉଣ୍ଡରେ ଭାରତର ନେତୃତ୍ୱ ନେଉଥିବା ରୋହିତ ଶର୍ମା ଆଜି ଫ୍ଲପ ହୋଇଛନ୍ତି। ମୁମ୍ବାଇର ୱାଙ୍ଖେଡେରେ ଆଜି ଭାରତ ବିଶ୍ୱକପର ୩୩ତମ ମ୍ୟାଚ୍‌ରେ ଶ୍ରୀଲଙ୍କାର ସାମ୍ନା କରୁଛି।

Advertisment

ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ହିଁ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଛି। ମୁମ୍ବାଇ ରୋହିତଙ୍କ ହୋମ ଗ୍ରାଉଣ୍ଡ ହୋଇଥିବା ବେଳେ ସେ ପ୍ରଥମ ବଲରେ ଚୌକା ମାରି ଖାତା ଖୋଲିଥିଲେ। କିନ୍ତୁ ଦ୍ୱିତୀୟ ବଲରେ ଦିଲସାନ ମଧୁଶଙ୍କା ତାଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ପୂରା ଷ୍ଟାଡିୟମ ରୋହିତଙ୍କ ବ୍ୟାଟରୁ ବଡ଼ ଇନିଂସର ଆଶା କରିଥିବା ବେଳେ ସେ ଆଜି ସମସ୍ତଙ୍କୁ ନିରାଶ କରିଛନ୍ତି।

ଭାରତ ୪ ରନରେ ପ୍ରଥମ ୱିକେଟ ହରାଇବା ପରେ କ୍ରିଜ୍‌କୁ ଆସିଥିଲେ କିଙ୍ଗ ବିରାଟ କୋହଲି। ସେ ଶୁବମନ ଗିଲଙ୍କ ସହ ମିଶି ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଉଛନ୍ତି। ବେଶ ଦମଦାର ଷ୍ଟାଇଲରେ ଉଭୟ ବ୍ୟାଟିଂ କରୁଛନ୍ତି। ଗିଲ୍‌ ଏଯାଏ ବିଶ୍ୱକପରେ କୌଣସି ବଡ଼ ଇନିଂସ ଖେଳି ନାହାନ୍ତି। ତେଣୁ ତାଙ୍କ ଠାରୁ ଆଜି ସମସ୍ତେ ଶତକ ଅପେକ୍ଷାରେ ରହିଛନ୍ତି।

Advertisment

ସେହିପରି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ହୋମ ଗ୍ରାଉଣ୍ଡରେ ବିରାଟ କୋହଲି ତାଙ୍କ ଶତକ ରେକର୍ଡର ସମକକ୍ଷ ହେବେ ବୋଲି କ୍ରିକେଟ ଫ୍ୟାନ୍ସ ଆଶା କରିଛନ୍ତି। ବିରାଟ ଏଯାଏ ଦିନିକିଆ କ୍ରିକେଟରେ ୪୮ଟି ଶତକ ମାରିଥିବା ବେଳେ ସଚିନଙ୍କ ସେଞ୍ଚୁରୀ ସଂଖ୍ୟା ୪୯ ରହିଛି। ତେଣୁ ବିରାଟ ଆଜି ଶତକ ହାସଲ କଲେ ସଚିନଙ୍କ ରେକର୍ଡର ସମକକ୍ଷ ହେବେ।

ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୬ ଓଭର୍‌ରେ ଗୋଟିଏ ୱିକେଟ ହରାଇ ୯୭ ରନ କରି ନେଇଛି। ବିରାଟ ୪୬ ଓ ଗିଲ୍‌ ୩୯ ରନ କରି ଅପରାଜିତ ରହିଛନ୍ତି।

Rohit Sharma Virat Kohli ICCC World Cup ICC Men’s Cricket World Cup 2023 ICC World Cup ICC ICC World Cup 2023 ICC WC