Advertisment

କ୍ରିସ ଗେଲଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ

ଏହି ଶତକୀୟ ଇନିଂସ ପରେ ବିରାଟ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହା ଆଇପିଏଲରେ ବିରାଟଙ୍କ ୬ଷ୍ଠ ଶତକ। ଆଇପିଏଲରେ ସର୍ବାଧିକ ଶତକ ହାସଲକାରୀ କ୍ରିକଟେର କ୍ରିସ ଗେଲଙ୍କ ରେକର୍ଡ ସହ ବିରାଟ ସମାନ ହୋଇଛନ୍ତି।

Virat

Virat

Advertisment

ଚଳିତ ଆଇପିଏଲରେ ବିରାଟ କୋହଲିଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ପ୍ରଥମ ଶତକ। ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ବିରାଟ ଶତକୀୟ ଇନିଂସ ଖେଳିସଛନ୍ତି। ସେ ୬୩ ବଲରେ ୧୦୦ ରନ କରି କ୍ରେସ ଗେଲ୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ତାଙ୍କ ଇନିଂସ ଯୋଗୁ ଆରିସିବି ୮ ୱିକେଟରେ ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛି।

Advertisment

ଏହି ଶତକୀୟ ଇନିଂସ ପରେ ବିରାଟ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହା ଆଇପିଏଲରେ ବିରାଟଙ୍କ ୬ଷ୍ଠ ଶତକ। ଆଇପିଏଲରେ ସର୍ବାଧିକ ଶତକ ହାସଲକାରୀ କ୍ରିକଟେର କ୍ରିସ ଗେଲଙ୍କ ରେକର୍ଡ ସହ ବିରାଟ ସମାନ ହୋଇଛନ୍ତି।

ଉଭୟ ବିରାଟ ଓ ଗେଲ ୬ଟି ଲେଖାଏ ଶତକ ହାସଲ କରିଛନ୍ତ। ସେହିପରି ଟି-୨୦ କ୍ରିକେଟରେ ବିରାଟଙ୍କ ଏହା ୭ମ ଶତକ। ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଏହା ସର୍ବାଧିକ। ବିରାଟଙ୍କ ପଛରକୁ ୬ଟି ଲେଖାଏ ଶତକ ସହ କେଏଲ ରାହୁଲ ଓ ରୋହିତ ଶର୍ମା ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୯ ପରେ ଆଇପିଏଲରେ ବିରାଟଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଛି।

Advertisment

ତେବେ ଗତକାଲିର ରେକର୍ଡ ଶତକ ପରେ ବଡ଼ କଥା କହିଛନ୍ତି ବିରାଟ କୋହଲି। ବାହାରେ ବସି ତାଙ୍କ ବିଷୟରେ କିଏ କ’ଣ ସବୁ କହୁଛନ୍ତି, ସେସବୁକୁ ସେ ଖାତିର କରନ୍ତି ନାହିଁ ବୋଲି କହିଛନ୍ତି।

ମ୍ୟାଚ୍‌ ପରେ ବିରାଟ କହିଛନ୍ତି, “ମୁଁ କେବେ ହେଲେ ଅତୀତର ନମ୍ବରକୁ ଦେଖେନାହିଁ। ମୁଁ ନିଜକୁ ଅନେକ ଚାପରେ ଏବେ ରଖି ସାରିଛି। ଏଇଟା ମୋ ଆଇପିଏଲ କ୍ୟାରିୟରର ୬ଷ୍ଠ ଶତକ। ମୁଁ ନିଜକୁ ଶ୍ରେୟ ଦେବାକୁ ଭୁଲି ଯାଏ। କାରଣ ମୁଁ ନିଜକୁ ନିଜେ ଅନେକ ଚାପରେ ରଖି ସାରିଛି।

ବାହାରେ କିଏ କ’ଣ କହୁଛନ୍ତି, ସେସବୁକୁ ମୁଁ ଖାତିର କରେ ନାହିଁ। ଏହା ସେମାନଙ୍କର ମତ। ଆପଣ ଯେତେବେଳେ ନିଜକୁ ଏମିତି ଏକ ସ୍ଥାନରେ ରଖନ୍ତି, ସେଠାରେ ମ୍ୟାଚ୍‌ କେମିତି ଜିତିବାକୁ ହେବ ସେକଥା ଚିନ୍ତା କରିବାକୁ ପଡ଼ିଥାଏ। ଏକଥା ମୁଁ ଅନେକ ଦିନରୁ କରି ଆସୁଛି। ସ୍ଥିତି ଅନୁସାରେ ଖେଳି ପାରିଲେ ମୁଁ ଗର୍ବ ଅନୁଭବ କରେ।”

Virat Kohli Cricket IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe