Advertisment

ଇଂଲଣ୍ଡ ଟେଷ୍ଟ ପୂର୍ବରୁ କାଉଣ୍ଟୀ କ୍ରିକେଟ ଖେଳିବେ ବିରାଟ କୋହଲି!

କାଉଣ୍ଟୀ ଖେଳିବା ବିରାଟଙ୍କ ପାଇଁ ସହଜ ହୋଇ ନପାରେ। କାରଣ କାଉଣ୍ଟୀ ମ୍ୟାଚ୍‌ ଯେଉଁ ସମୟରେ ଖେଳାଯିବ ସେତେବେଳେ ଭାରତରେ ଆଇପିଏଲ ଚାଲିଥିବ।

Virat

Virat

Advertisment

ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବିରାଟ ଶତକ ମାରିଥିଲେ ହେଁ ୫ଟି ଟେଷ୍ଟରେ ମୋଟ ୧୯୦ ରନ କରିପାରିଛନ୍ତି। ଆଉଟ ସାଇଡ ଅଫ ଷ୍ଟମ୍ପ ବଲରେ ବିରାଟ ବାରମ୍ବାର ପ୍ୟାଭିଲିୟନ ଫେରିବା ସମସ୍ତଙ୍କୁ ଚକିତ କରିଛି। ଏଥିପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ବି ପଡ଼ିଛି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ବିରାଟଙ୍କ କ୍ରିକେଟିଂ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ବିରାଟ ଅଲଗା ମୁଡରେ ରହିଛନ୍ତି। ଭାରତର ଇଂଲଣ୍ତ ଟୁର ପୂର୍ବରୁ ବିରାଟ କୋହଲି କାଉଣ୍ଟୀ କ୍ରିକେଟ ଖେଳିବାକୁ ନଜର ରଖିଛନ୍ତି। ଏହାଦ୍ୱାରା ସେ ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ପୂର୍ବରୁ ପରିବେଶ ସହ ନିଜକୁ ଖାପ ଖୁଆଇ ପାରିବେ।

ତେବେ କାଉଣ୍ଟୀ ଖେଳିବା ବିରାଟଙ୍କ ପାଇଁ ସହଜ ହୋଇ ନପାରେ। କାରଣ କାଉଣ୍ଟୀ ମ୍ୟାଚ୍‌ ଯେଉଁ ସମୟରେ ଖେଳାଯିବ ସେତେବେଳେ ଭାରତରେ ଆଇପିଏଲ ଚାଲିଥିବ। ତେଣୁ ବିରାଟ ଆଇପିଏଲ ଛାଡ଼ି କାଉଣ୍ଟୀ କ୍ରିକେଟ ଖେଳିବାକୁ ଇଂଲଣ୍ଡ ଯିବା ସମ୍ଭାବନା କମ ରହିଛି। ତଥାପି ବିରାଟ କାଉଣ୍ଟୀ ମ୍ୟାଚ୍‌ ପାଇଁ ଆଇପିଏଲରୁ ସମୟ ବାହାର କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ଭାରତ ୫ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଜୁନ-ଜୁଲାଇରେ ଇଂଲଣ୍ଡ ଗସ୍ତ କରିବ। ଏହା ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଂଶବିଶେଷ। ତେଣୁ ଭାରତକୁ ଏହି ସିରିଜରେ ନିଜର ଦମ ଦେଖାଇବାକୁ ପଡ଼ିବ।  

ବିରାଟ ବର୍ଡର-ଗାଭାସ୍କର ଟ୍ରଫିରେ ୨୩.୭୫ ହାରରେ ମୋଟ ୧୯୦ ରନ କରିଛନ୍ତି। କେବଳ ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ଶତକ ମାରିଥିଲେ। ସେହି ଗୋଟିଏ ଇନିଂସକୁ ବାଦ ଦେଲେ ବିରାଟ ଆଦୌ ଭଲ ବ୍ୟାଟିଂ କରିନାହାନ୍ତି।

ବିରାଟଙ୍କୁ ଅଧିକାଂଶ କ୍ରିକେଟ ପଣ୍ଡିତ ସମାଲୋଚନା କରୁଥିଲେ ହେଁ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଫାଫ ଡୁପ୍ଲେସିସ ତାଙ୍କ ସମର୍ଥନରେ ବାହାରିଛନ୍ତି। ବର୍ତ୍ତମାନ ବ୍ୟାଟିଂରେ ସଂଘର୍ଷ କରୁଥିବା ବିରାଟ ଆହୁରି ଦମଦାର ଢଙ୍ଗରେ କମବ୍ୟାକ କରିବେ। ସେହିପରି ଅବସର ଗୋଟିଏ ବ୍ୟକ୍ତିଗତ ପ୍ରସଙ୍ଗ ବୋଲି ଡୁପ୍ଲେସିସ କହିଛନ୍ତି।

Virat Kohli Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe