Advertisment

ଅର୍ଦ୍ଧଶତକ କରିବାକୁ ସୁଯୋଗ ଥିଲା, କିନ୍ତୁ ଷ୍ଟ୍ରାଇକ୍ ନେଲେନି କୋହଲି

ଗୌହାଟୀ: ରବିବାର ଗୌହାଟୀରେ ଖେଳା ଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ଆଗୁଆ ସିରିଜ୍ ହାତେଇଛି ଭାରତ। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ହରାଇ କରିଥିଲା ୨୩୭ ରନ୍। କେଏଲ୍ ରାହୁଲ ୫୭ ରନ୍ କରିଥିବା ବେଳେ ରୋହିତ ଶର୍ମା ୪୩ ଓ ସୂର୍ଯ୍ୟକାନ୍ତ ଯାଦବ ୬୧ ରନ୍ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି ୪୯ ଓ ଦୀନେଶ କାର୍ତ୍ତିକ ୧୭ ରନ୍ କରି […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଅର୍ଦ୍ଧଶତକ କରିବାକୁ ସୁଯୋଗ ଥିଲା, କିନ୍ତୁ ଷ୍ଟ୍ରାଇକ୍ ନେଲେନି କୋହଲି

VIRAT

ଗୌହାଟୀ: ରବିବାର ଗୌହାଟୀରେ ଖେଳା ଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ଆଗୁଆ ସିରିଜ୍ ହାତେଇଛି ଭାରତ। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ହରାଇ କରିଥିଲା ୨୩୭ ରନ୍। କେଏଲ୍ ରାହୁଲ ୫୭ ରନ୍ କରିଥିବା ବେଳେ ରୋହିତ ଶର୍ମା ୪୩ ଓ ସୂର୍ଯ୍ୟକାନ୍ତ ଯାଦବ ୬୧ ରନ୍ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି ୪୯ ଓ ଦୀନେଶ କାର୍ତ୍ତିକ ୧୭ ରନ୍ କରି ଅପରାଜିତ ରହିଥିଲେ।

Advertisment

୪୯ ରନ୍ କରିଥିବା ବିରାଟ କୋହଲିଙ୍କ ପାଖରେ ଅର୍ଦ୍ଧଶତକ କରିବା ପାଇଁ ସୁଯୋଗ ଥିଲା। ଦୀନେଶ କାର୍ତ୍ତିକ ତାଙ୍କୁ ସେହି ସୁଯୋଗ ଦେବାକୁ ଚାହିଁଥିଲେ। କିନ୍ତୁ କୋହଲି ଅଗ୍ରାହ୍ୟ କରି ଦେଇଥିଲେ ଓ ଦଳ ପାଇଁ ଅଧିକ ରନ୍ କରିବାକୁ ଭଲ ଫିନିଶର କୁହାଯାଉଥିବା ଦୀନେଶ କାର୍ତ୍ତିକଙ୍କୁ କହିଥିଲେ।

ଏହା ଥିଲା ଶେଷ ଓଭରର ଘଟଣା। ଶେଷ ଓଭର ବେଳକୁ ବିରାଟ କୋହଲି ୨୮ଟି ବଲ୍‌ରୁ ୪୯ ରନ୍ କରିଥିଲେ। ତେବେ ଏହି ଓଭରରେ ଷ୍ଟ୍ରାଇକରେ ଥିଲେ ଦୀନେଶ କାର୍ତ୍ତିକ। ଏହି ଓଭରର ପ୍ରଥମ ବଲ୍‌କୁ କାର୍ତ୍ତିକ ପିଟି ପାରି ନଥିଲେ। କିନ୍ତୁ ଦ୍ୱିତୀୟ ବଲ୍‌ରେ ସେ ଛକା ମାରିଥିଲେ। ତୃତୀୟ ବଲ୍‌ରୁ କିଛି ରନ୍ ହୋଇନଥିଲା। ତା’ପର ବଲ୍‌ଟି ୱାଇଡ୍‌ ଥିଲା। ଏହା ପରେ ପଡ଼ିଥିବା ବଲ୍‌ଟିରେ କାର୍ତ୍ତିକ ଛକା ମାରିଥିଲେ।

Advertisment

ଅନ୍ତିମ ଓଭର ଶେଷ ହେବାକୁ ବାକି ଥିଲା ଆଉ ଦୁଇଟି ବଲ୍‌। ଏହି ସମୟରେ କାର୍ତ୍ତିକ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ସେ ଷ୍ଟ୍ରାଇକ୍‌ ନେବେ କି ବୋଲି ପଚାରିଥିଲେ। ତେବେ ବିରାଟ ମନା କରି ଦେଇଥିଲେ। ଏହା ପରେ ପଞ୍ଚମ ବଲ୍‌ରେ କାର୍ତ୍ତିକ ଆଉ ଏକ ଛକା ମାରିଥିଲେ। ଷଷ୍ଠ ବଲ୍‌ରେ ଦୁହେଁ ଗୋଟିଏ ବାଇ ରନ୍ ଦୌଡ଼ିଥିଲେ ଏବଂ ଦଳର ସ୍କୋରକୁ ୨୩୭ରେ ପହଞ୍ଚାଇଥିଲେ।

ବ୍ୟକ୍ତିଗତ ରନ୍ ଅପେକ୍ଷା ସବୁବେଳେ ଦଳର ସ୍କୋରକୁ ଗୁରୁତ୍ୱ ଦେଇଆସିଥିବା ବିରାଟ କୋହଲିଙ୍କ ଗତକାଲିର ଆଚରଣ ସମସ୍ତଙ୍କ ମନ ଜିଣି ନେଇଛି।