Sourav Ganguly
ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ତିକ୍ତତା ଚାଲିଥିବା ଚର୍ଚ୍ଚା ଥମିବାର ନାଁ ଧରୁନି। ବିଶେଷ କରି ଚଳିତ ଆଇପିଏଲରେ ଖେଳା ଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ବେଳେ ସାମ୍ନାକୁ ଆସିଥିବା ଏକାଧିକ ଭିଡିଓ ଏହି ଚର୍ଚ୍ଚା ଆହୁରି ଖୋରାଗ ଯୋଗାଇଛି। ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ‘ଡିରେକ୍ଟର ଅଫ କ୍ରିକେଟ’ ଭାବେ ଆଇପିଏଲରେ ନିଯୁକ୍ତି ପାଇଛନ୍ତି।
ତେବେ ଡିସି ବନାମ ଆରସିବି ମ୍ୟାଚ୍ ବେଳେ ଓ ମ୍ୟାଚ୍ ପରେ ଆସିଥିବା ଭିଡିଓରୁ ଜଣାପଡ଼ୁଛି ଯେ ଉଭୟ ପରସ୍ପରକୁ ଜାଣିଶୁଣି ଅଣଦେଖା କରୁଛନ୍ତି। କିନ୍ତୁ ଏନେଇ ଗାଙ୍ଗୁଲି କିମ୍ବା ବିରାଟ କୋହଲି ମୁହଁ ଖୋଲିଛନ୍ତି।
ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓରେ ମ୍ୟାଚ୍ରେ ଉଭୟ ଦଳର ଖେଳାଳି ଓ ଅଫିସିଆଲ ପରସ୍ପର ସହ ହାତ ମିଳାଇବାକୁ ଲାଇନ ଅପ୍ କରିଥିଲେ। ବିରାଟ ଡିସିର ସବୁ ଖେଳାଳି ଓ କୋଚ୍ ସହ ହାତ ମିଳାଇଥିଲେ ହେଁ ବିରାଟଙ୍କ ପାଳି ଆସିଲା ବେଳକୁ ସେ ଧାଡ଼ି ଭାଙ୍ଗି ଆଗକୁ ଚାଲି ଯାଇଥିଲେ। ଏହି ସମୟରେ ବିରାଟ ଦିଲ୍ଲୀର ମୁଖ୍ୟ କୋଚ୍ ରିକି ପଣ୍ଟିଂ ସହ କଥା ହେଉଥିଲେ। ସେ ମଧ୍ୟ ଦାଦାଙ୍କୁ ଆଦୌ ଗୁରୁତ୍ୱ ଦେଇ ନଥିଲେ।
ଏହାକୁ ଦେଖି ଅନେକ ସୋଶାଲ ମିଡିଆ ବ୍ୟବହାରକାରୀ କହିଛନ୍ତି ଯେ ଦୁଇ ଜଣ ଯାକ ପରସ୍ପରକୁ ଜାଣିଶୁଣି ନ ଦେଖିବା ଭଳି ବ୍ୟବହାର କରୁଛନ୍ତି।
ଆଉ ଏକ ଭିଡିଓରେ ବିରାଟ ବ୍ୟାଟିଂ ପାଇଁ ବସିଥିବା ବେଳେ ଦାଦା ସେହି ବାଟେ ଯାଇଥିଲେ। କିନ୍ତୁ ସେ ବିରାଟଙ୍କୁ ଚାହିଁ ନଥିଲେ। ବିରାଟ ଅତ୍ୟନ୍ତ ଗମ୍ଭୀର ଭାବେ ତାଙ୍କୁ ଚାହିଁ ରହିଥିବା ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ସେହିପରି ଏପରି ଅନେକ ଭିଡିଓ ଏମିତି ରହିଛି, ଯେଉଁଥିରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ରହିଥିବା ଚର୍ଚ୍ଚାରୁ ଆହୁରି ଦୃଢ଼ିଭୂତ କରିଛି।
ଏସବୁ ଭିତରେ ବିରାଟ କୋହଲି ଓ ସୌରଭ ଗାଙ୍ଗୁଲି ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫୋଲ କରି ଦେଛନ୍ତି। ବିରାଟ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ପରେ ଦାଦାଙ୍କୁ ଅନଫୋଲ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଦାଦା ମଧ୍ୟ ବିରାଟଙ୍କୁ ଅନଫୋଲ କରି ଦେଇଛନ୍ତି।
ଦାଦାଙ୍କୁ ଇନଷ୍ଟାରେ ୩୦ ଲକ୍ଷରୁ ଅଧିକ ଲୋକ ଫଲୋ କରୁନ୍ତି। ସେ ଯେଉଁ ୧୦୬ ଜଣଙ୍କୁ ଫଲୋ କରୁଛନ୍ତି, ସେମାନଙ୍କ ମଧ୍ୟରେ ବିରାଟ କୋହଲି ନାହାନ୍ତି। ସେହିପରି ବିରାଟ କୋହଲିଙ୍କୁ ୨୪୬ ମିଲିୟନ ଲୋକ ଇନଷ୍ଟାରେ ଫଲୋ କରୁଛନ୍ତି। ସେ ୨୭୬ ଜଣଙ୍କୁ ଫଲୋ କରନ୍ତି। ହେଲେ ସେମାନଙ୍କ ମଧ୍ୟରେ ଦାଦାଙ୍କ ନାଁ ନାହିଁ।
ଗାଙ୍ଗୁଲି ଓ ବିରାଟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାର କାରଣ କ’ଣ? ଗାଙ୍ଗୁଲି ବିସିସିଆଇ ସଭାପତି ଥିବା ବେଳେ ବିରାଟ ଭାରତୀୟ ଟିମର କ୍ୟାପ୍ଟେନ୍ସି ପଦ ହରାଇଥିଲେ। ସମ୍ଭବତଃ ଏହି କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1681748326.jpg)