Advertisment

କମ୍‌ବ୍ୟାକ୍‌ରେ ଖାତା ଖୋଲିପାରିଲେନି କୋହଲି

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମୁମ୍ବାଇ ଟେଷ୍ଟ ଜରିଆରେ କମବ୍ୟାକ୍ କରିଛନ୍ତି। ହେଲେ ନିଜର ପ୍ରତ୍ୟାବର୍ତ୍ତନରେ ନିରାଶ କରିଛନ୍ତି କ୍ୟାପଟେନ୍ କୋହଲି। କୋହଲି ମ୍ୟାଚର ପ୍ରଥମ ଇନିଂସରେ ଖାତା ଖୋଲିବାକୁ ଅସମର୍ଥ ହୋଇଛନ୍ତି। ମୁମ୍ବାଇର ୱାଙ୍ଖଡେରେ ଖେଳାଯାଉଥିବା ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୪ ବଲ୍ ଖେଳି ଆଉଟ୍ ହୋଇଛନ୍ତି। ତାଙ୍କୁ ଏଜାଜ ପଟେଲ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଛନ୍ତି। କୋହଲି ଡିଆରଏସ୍ ନେଇଥିଲେ, କିନ୍ତୁ ଥାର୍ଡ ଅମ୍ପାୟାର ମଧ୍ୟ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିରେ ସହମତ […]

ଅଦ୍ୟତନ ହୋଇଛି
କମ୍‌ବ୍ୟାକ୍‌ରେ ଖାତା ଖୋଲିପାରିଲେନି କୋହଲି

virat-kohli

Advertisment

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମୁମ୍ବାଇ ଟେଷ୍ଟ ଜରିଆରେ କମବ୍ୟାକ୍ କରିଛନ୍ତି। ହେଲେ ନିଜର ପ୍ରତ୍ୟାବର୍ତ୍ତନରେ ନିରାଶ କରିଛନ୍ତି କ୍ୟାପଟେନ୍ କୋହଲି। କୋହଲି ମ୍ୟାଚର ପ୍ରଥମ ଇନିଂସରେ ଖାତା ଖୋଲିବାକୁ ଅସମର୍ଥ ହୋଇଛନ୍ତି।

Advertisment

ମୁମ୍ବାଇର ୱାଙ୍ଖଡେରେ ଖେଳାଯାଉଥିବା ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୪ ବଲ୍ ଖେଳି ଆଉଟ୍ ହୋଇଛନ୍ତି। ତାଙ୍କୁ ଏଜାଜ ପଟେଲ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଛନ୍ତି। କୋହଲି ଡିଆରଏସ୍ ନେଇଥିଲେ, କିନ୍ତୁ ଥାର୍ଡ ଅମ୍ପାୟାର ମଧ୍ୟ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିରେ ସହମତ ହୋଇଥିଲେ। ଯାହା ଫଳରେ କୋହଲିଙ୍କୁ ପ୍ୟାଭିଲିୟନ୍ ଫେରିବାକୁ ପଡ଼ିଥିଲା।

କୋହଲିଙ୍କ ବ୍ୟତୀତ ଆଉଟ୍ ଅଫ୍ ଫର୍ମ ଥିବା ଚେତେଶ୍ୱର ପୂଜାରା ମଧ୍ୟ ଖାତା ଖୋଲିପାରିନାହାନ୍ତି। ପୂଜାରା ମାତ୍ର ୫ ବଲ୍ ଖେଳି ଏଜାଜ ପଟଲେଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି। ଉଭୟ ପୂଜାରା ଓ କୋହଲିଙ୍କ ଶୂନରେ ଆଉଟ୍ ହେବା ଦ୍ୱାରା ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆଉଟ୍ ହେବା ପରେ କୋହଲି ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା। ଶୂନରେ ଆଉଟ୍ ହୋଇ କୋହଲି ଅଲୋଡ଼ା ରେକର୍ଡ ନିଜ ନାଁରେ କରିଛନ୍ତି। କୋହଲି ଭାରତର ପ୍ରଥମ କ୍ୟାପଟେନ୍ ଭାବେ ଟେଷ୍ଟରେ ୧୦ଥର ଶୂନରେ ଆଉଟ୍ ହୋଇଛନ୍ତି।

Advertisment

କୋହଲି ମଧ୍ୟ ପ୍ରଥମ ଭାରତୀୟ କ୍ୟାପଟେନ୍ ଭାବେ ଘରୋଇ ମାଟିରେ ସର୍ବାଧିକ ୬ଥର ଶୂନରେ ଆଉଟ୍ ହୋଇଛନ୍ତି। ଏହି ମାମଲାରେ ତାଙ୍କ ପଛକୁ ଅଛନ୍ତି ଦିବଙ୍ଗତ କ୍ରିକେଟର୍ ତଥା ପୂର୍ବତନ କ୍ୟାପଟେନ୍ ମନସୁର ଅଲୀ ଖାନ୍ ପଟୌଦୀ। ପଟୌଦୀ ଘରୋଇ ମାଟିରେ ୫ଥର ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିବା ବେଳେ ମହେନ୍ଦ୍ର ସିଂହ ଧୋନି ଓ କପିଲ୍ ଦେବ ତିନିଥର ଲେଖାଏ ଏହି ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe