Advertisment

ପାଣି ବୋହିଲେ, ଅତିରିକ୍ତ ଖେଳାଳି ଭାବେ ଫିଲ୍ଡିଂ କଲେ ବିରାଟ କୋହଲି

ବିରାଟ ଆଜି ଅତିରିକ୍ତ ଖେଳାଳି ଭାବେ ବେଞ୍ଚରେ ବସିଥିବା ବେଳେ ନିଜର କର୍ତ୍ତବ୍ୟ ଭୁଲି ନାହାନ୍ତି।

Virat

Virat

Advertisment

ବିରାଟ କୋହଲି। କେବଳ ନାଁ ହିଁ ସବୁ କିଛି। କ୍ରିକେଟର ଜଗତର କିଙ୍ଗ ହେଉଛନ୍ତି ବିରାଟ। ହେଲେ ନିଜକୁ କେବେ ହେଲେ ବଡ଼ ଖେଳାଳି ବୋଲି ଭାବି ଅହଂକାର ଦେଖାନ୍ତି ନାହିଁ ବିରାଟ। ଏହାର ଜ୍ୱଳନ୍ତ ଉଦାହରଣ ଆଜି ଏସିଆ କପ ସୁପର ୪ ବାଂଲାଦେଶ ବିପକ୍ଷରେ ଦେଖିବାକୁ ମିଳିଛି।

Advertisment

ଭାରତ ଏସିଆ କପ ଫାଇନାଲରେ ପ୍ରବେଶ କରି ସାରିଥିବାରୁ ବାଂଲାଦେଶ ବିପକ୍ଷରେ ଏକାଧିକ ପରୀକ୍ଷା ନୀରିକ୍ଷା କରୁଛି। ଏଥିପାଇଁ ଆଜି ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ସହ ଚୂଡ଼ାନ୍ତ ଏକାଦଶରେ ୫ଟି ପରିବର୍ତ୍ତନ କରିଛି। ଫାଇନାଲ ମ୍ୟାଚ୍‌ରେ ଖେଳିବାକୁ ଥିବା ଦଳର ଶ୍ରେଷ୍ଠ ୫ ଖେଳାଳିଙ୍କୁ ଟିମ ମ୍ୟାନେଜମେଣ୍ଟ ବିଶ୍ରାମ ଦେଇଛି। ଏମାନଙ୍କ ଭିତରେ ବିରାଟ କୋହଲି ମଧ୍ୟ ରହିଛନ୍ତି।

ବିରାଟ ଆଜି ଅତିରିକ୍ତ ଖେଳାଳି ଭାବେ ବେଞ୍ଚରେ ବସିଥିବା ବେଳେ ନିଜର କର୍ତ୍ତବ୍ୟ ଭୁଲି ନାହାନ୍ତି। ଜଣେ ଅତିରିକ୍ତ ଖେଳାଳି ଯାହା ସବୁ କରନ୍ତି, ସେ ମଧ୍ୟ ସମାନ କାମ କରିଛନ୍ତି। ବଡ଼ ଖେଳାଳି ଭାବେ ପରିଚୟ ହାସଲ କରିଥିଲେ ମଧ୍ୟ ସେ ଓଭର ସରିବା ପରେ ପାଣି ବୋତଲ ବୋହି ପଡ଼ିଆ ଭିତରକୁ ଯାଇଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି। ପାଣି ବୋହିବା ବେଳେ ବିରାଟ ମଧ୍ୟ ଏହାକୁ ବେଶ ଉପଭୋଗ କରୁଥିବା ଭିଡିଓରୁ ଜଣାପଡ଼ୁଛି। 

Advertisment

ଏଥିସହ ବାଉଣ୍ଡରୀ ପାଖରେ ଛିଡ଼ା ହୋଇ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପାଣି ଯୋଗାଇ ଦେଇଛନ୍ତି। ବାଂଲାଦେଶର ୭ମ ଓଭର ପରେ ଶାମି କିଛି ମିନିଟ ପାଇଁ ପଡ଼ିଆ ଛାଡ଼ି ଥିଲେ।

ଏହି ସମୟରେ ବିରାଟ ତାଙ୍କ ବଦଳରେ ଅତିରିକ୍ତ ଖେଳାଳି ଭାବେ ଫିଲ୍ଡିଂ କରିଥିଲେ। ସେ ୨ ଓଭର ଫିଲ୍ଡିଂ କରିବା ପରେ ଶାମି ଫେରିଥିଲେ। ଏହାପରେ ବିରାଟ ପୁଣି ଡଗ ଆଉଟକୁ ଫେରି ଯାଇଥିଲେ। ଏଥିସହ ପାଣି ମଧ୍ୟ ନେବା ଆଣିବା କରିଥିଲେ। 

ତାଙ୍କୁ ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ମଧ୍ୟ ସହଯୋଗ କରିଥିଲେ। କାରଣ ଏହି ଦୁଇ ଖେଳାଳି ମଧ୍ୟ ଆଜିର ମ୍ୟାଚ୍‌ରେ ବିଶ୍ରାମ ପାଇଛନ୍ତି।

ଏହି ୩ ଖେଳାଳିଙ୍କ ବ୍ୟତୀତ ଯଶପ୍ରୀତ ବୁମ୍ରା ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ମହମ୍ମଦ ଶାମି, ପ୍ରସିଦ୍ଧ କୃଷ୍ଣ ଓ ସୂର୍ଯ୍ୟ କୁମାର ଯାଦବ ଆଜି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଛନ୍ତି। ଶାର୍ଦ୍ଦୁଲ ଠାକୁର ମଧ୍ୟ ଦଳକୁ କମବ୍ୟାକ କରିଛନ୍ତି।

Virat Kohli Asia Cup Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe