Advertisment

ପୁଣି ଅଧିନାୟକ ପଦକୁ ଫେରିବେ ବିରାଟ କୋହଲି!

ଏବେ ଟିମ ମ୍ୟାନେଜମେଣ୍ଟ ନେତୃତ୍ୱ ସଙ୍କଟର ସାମ୍ନା କରୁଥିବାରୁ ବିରାଟଙ୍କୁ ପୁଣି କ୍ୟାପ୍ଟେନ ପଦ ଦେବାକୁ ନିଷ୍ପତ୍ତି ନେଇଛି।

author-image
Hemant Lenka
Virat Kohli

Virat Kohli

ଟିମ ଇଣ୍ଡିଆର ଷ୍ଟାର ବିରାଟ କୋହଲି ପୁଣି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ଅଧିନାୟକ ପଦକୁ ଫେରିବେ। ଆଇପିଏଲରେ ୨୦୨୫ ସଂସ୍କରଣରେ ଆରସିବି ବିରାଟଙ୍କ କ୍ୟାପ୍ଟେନ୍ସିରେ ପୁଣି ଟ୍ରଫି ପାଇଁ ଲଢ଼ିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ଏନେଇ ବିରାଟ କୋହଲି ଆରସିବି ଟିମ ମ୍ୟାନେଜମେଣ୍ଟ ସହ ଆଲୋଚନା କରି ସାରିଛନ୍ତି। ଆରସିବି କ୍ୟାମ୍ପରେ ଯେତେବେଳେ ନେତୃତ୍ୱର ଅଭାବ ପଡ଼ିବ ସେତେବେଳେ ସେ କମାଣ ସମ୍ଭାଳିବେ ବୋଲି କହିଥିଲେ। ଏବେ ମ୍ୟାନେଜମେଣ୍ଟ ନେତୃତ୍ୱ ସଙ୍କଟର ସାମ୍ନା କରୁଥିବାରୁ ବିରାଟଙ୍କୁ ପୁଣି କ୍ୟାପ୍ଟେନ ପଦ ଦେବାକୁ ନିଷ୍ପତ୍ତି ନେଇଛି। 

୨୦୨୨ ସଂସ୍କରଣରୁ ଫାଫ ଡୁପ୍ଲେସିସ ଆରସିବିର ଅଧିନାୟକ ପଦରେ ରହିଛନ୍ତି। ହେଲେ ଏବେ ତାଙ୍କୁ ୪୦ ବର୍ଷ ବୟସ ହୋଇଗଲାଣି। ଏପରି ସ୍ଥିତିରେ ଆରସିବି ତାଙ୍କୁ ଆଉ ଅଧିନାୟକ ପଦରେ ରଖିବାକୁ ଚାହୁଁନାହିଁ। ତେଣୁ ବିରାଟ କୋହଲି ପୁଣିଥରେ ଆରସିବିର ମଙ୍ଗ ଧରିବାକୁ ଯାଉଛନ୍ତି। ୩ ବର୍ଷର ବ୍ୟବଧାନ ପରେ ବିରାଟ ଆରସିବିର ଅଧିନାୟକ ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

Advertisment

ଆଇପିଏଲର ୨୦୨୧ ସଂସ୍କରଣ ପରେ ବିରାଟ କୋହଲି ଆରସିବିର ଅଧିନାୟକ ପଦ ଛାଡ଼ିଥିଲେ। ଏଥିସହ ସେ ଆଇପିଏଲ ଖେଳିବା ଯାଏ ଆରସିବି ସହ ରହିବେ ବୋଲି କହିଥିଲେ। ଆରସିବିର ସବୁଠାରୁ ପୁରୁଣା ଖେଳାଳି ହେଉଛନ୍ତି ବିରାଟ।

ଆରସିବି ଏଯାଏ ଆଇପିଏଲ ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ। ବିରାଟ ୨୦୧୩ରୁ ୨୦୨୧ ଯାଏ ଆରସିବିର ନେତୃତ୍ୱ ନେଇଥିଲେ। ଦଳ ୪ ଥର ପ୍ଲେ ଅଫକୁ ଯାଇଛି ଓ ୨୦୧୬ରେ ଟ୍ରଫି ଜିତିବାର ଅତି ନିକଟକୁ ଆସି ଫେଲ ମାରିଛି। ୨୦୧୬ରେ ଦଳ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିଥିଲା। ୨୦୨୫ରେ ଦଳ ପୁଣି ଟ୍ରଫି ଜିତିବାକୁ ଉଦ୍ୟମ କରିବ।

ଆଉ କିଛି ଦିନ ପରେ ୨୦୨୫ ଆଇପିଏଲ ପାଇଁ ମେଗା ଅକ୍ସନ ହେବ। ଏହି ସମୟରେ ଆରିସିବି କାହାକୁ କିଣୁଛି ଓ ବିରାଟଙ୍କ ବ୍ୟତୀତ ଆଉ କାହାକୁ କ୍ୟାପ୍ଟେନ ପଦ ଦେବାକୁ ଚାହୁଁଛି, ସେକଥା ସ୍ପଷ୍ଟ ହେବ।

Virat Kohli IPL RCB