Advertisment

କାଲି ଠାରୁ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ: ଖେଳିବେନି ବିରାଟ କୋହଲି

ଟି-୨୦ରେ ଯଶସ୍ୱୀ ଜୈସୱାଲ ଓ ରୋହିତ ଶର୍ମା ଭାରତର ଇନିଂସ ଆରମ୍ଭ କରିବେ।

Virat

Virat

Advertisment

ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଫର୍ମାଟର ଶେଷ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ଆସନ୍ତାକାଲି ଭାରତ ମୈଦାନକୁ ଓହ୍ଲାଇବ। ଆଫଗାନିସ୍ତାନ ବିପକ୍ଷ ୩ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ମୋହାଲିରେ ଅନୁଷ୍ଠିତ ହେବ।

Advertisment

ଏହି ସିରିଜକୁ ରୋହିତ ଶର୍ମା ଓ ବିରାଟ କୋହଲି ଫେରିଛନ୍ତି। ଦୁଇ ଖେଳାଳି ଶେଷ ଥର ପାଇଁ ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲ ଖେଳିଥିଲେ। ଭାରତ ଟି-୨୦ ବିଶ୍ୱକପ ସେମିରେ ଇଂଲଣ୍ଡ ଠାରୁ ହାରିବା ପରେ ରୋହିତ ଓ ବିରାଟ ଏହି ଫର୍ମାଟରେ ଆଉ ନଜର ଆସି ନଥିଲେ।

ଏବେ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ବିରାଟ ଓ ରୋହିତ ରହିଛନ୍ତି। କିନ୍ତୁ ଆସନ୍ତାକାଲି ଆଫଗାନ ବିପକ୍ଷ ପ୍ରଥମ ଟି-୨୦ରେ ବିରାଟ ଖେଳିବେ ନାହିଁ। ମ୍ୟାଚ୍‌ର ଦିନକ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ଏହା କହିଛନ୍ତି।

Advertisment

ବ୍ୟକ୍ତିଗତ କାରଣ ପାଇଁ ସେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିବେ ନାହିଁ। କିନ୍ତୁ ସେ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍‌ ବେଳକୁ ଉପଲବ୍ଧ ହେବେ। ସେହିପରି ଟି-୨୦ରେ ଯଶସ୍ୱୀ ଜୈସୱାଲ ଓ ରୋହିତ ଶର୍ମା ଭାରତର ଇନିଂସ ଆରମ୍ଭ କରିବେ ବୋଲି ଡ୍ରାଭିଡ ସୂଚନା ଦେଇଛନ୍ତି।

ବିରାଟ କୋହଲି ଏଯାଏ ୧୧୫ ଟି-୨୦ ମ୍ୟାଚ୍‌ରେ ୪୦୦୮ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୫୨.୭୩ ରହିଛି। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ୧୩୭ରୁ ଅଧିକ। ତେଣୁ ତାଙ୍କ ଠାରୁ ଦଳ ଟି-୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ ଚାହୁଁଛି।

Indian Cricket Team Virat Kohli Cricket T20 Match T20 World Cup T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe