Advertisment

ବିରାଟଙ୍କ ଆଉ ଏକ ରେକର୍ଡ, ଚତୁର୍ଥ ଥର ପାଇଁ ଜିତିଲେ ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର

୨୦୨୩ ବର୍ଷଟି ବିରାଟ କୋହଲିଙ୍କ ପାଇଁ ବଢ଼ିଆ ରହିଥିଲା। ଏହି ବର୍ଷ ସେ ଦିନିକିଆରେ ୧,୩୭୭ ରନ୍ କରିଥିଲେ। ତା’ ମଧ୍ୟରେ ୬ଟି ଶତକ ଓ ୮ଟି ଅର୍ଦ୍ଧଶତକ ଥିଲା।

Virat Kohli

Virat Kohli

Advertisment

୨୦୨୩ ବର୍ଷ ପାଇଁ ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ଜିତିଛନ୍ତି ବିରାଟ କୋହଲି। ଚତୁର୍ଥ ଥର ପାଇଁ ସେ ଏହି ପୁରସ୍କାର ଜିତିଛନ୍ତି। ୨୦୧୨, ୨୦୧୭ ଓ ୨୦୧୮ରେ ମଧ୍ୟ ସେ ଏହି ଆଇସିସି ପୁରସ୍କାର ଜିତିଥିଲେ।

Advertisment

ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାରକୁ ୪ ଥର ପାଇବାରେ ବିରାଟ କୋହଲି ହେଉଛନ୍ତି ପ୍ରଥମ ଖେଳାଳି। ତାଙ୍କ ତଳକୁ ରହିଛନ୍ତି ଏବି ଡି’ ଭିଲିୟର୍ସ। ସେ ତିନି ଥର ଏହି ପୁରସ୍କାର ପାଇଛନ୍ତି।

୨୦୨୩ ବର୍ଷଟି ବିରାଟ କୋହଲିଙ୍କ ପାଇଁ ବଢ଼ିଆ ରହିଥିଲା। ଏହି ବର୍ଷ ସେ ଦିନିକିଆରେ ୧,୩୭୭ ରନ୍ କରିଥିଲେ। ତା’ ମଧ୍ୟରେ ୬ଟି ଶତକ ଓ ୮ଟି ଅର୍ଦ୍ଧଶତକ ଥିଲା।

Advertisment

୨୦୨୩ରେ ସେ ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡକୁ ଭଙ୍ଗ କରି ଥିଲେ। ପ୍ରଥମ ଖେଳାଳି ଭାବେ ବିରାଟ ଦିନିକିଆରେ ୫୦ଟି ଶତକ ହାସଲ କରିଛନ୍ତି। ଏହି ବର୍ଷ ଖେଳା ଯାଇଥିବା ଦିନିକିଆ ବିଶ୍ୱକପ୍‌ରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ। ୧୧ଟି ମ୍ୟାଚ୍‌ରୁ ସେ ୭୬୫ ରନ୍ କରିଥିଲେ ଓ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ଜିତିଥିଲେ।

ବ୍ୟକ୍ତିଗତ ଭାବେ ବିରାଟ କୋହଲି ବର୍ତ୍ତମାନ ସୁଦ୍ଧା ୭ଟି ଆଇସିସି ପୁରସ୍କାର ଜିତି ସାରିଛନ୍ତି। ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ୪ ଥର ଜିତିଥିବା ବେଳେ ୨୦୧୮ରେ ଆଇସିସି ଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି ପୁରସ୍କାର ଜିତି ଥିଲେ। ଏହା ସହିତ ୨୦୧୭ ଓ ୨୦୧୮ରେ ସେ ଆଇସିସି ଶ୍ରେଷ୍ଠ ପୁରୁଷ କ୍ରିକେଟର ପୁରସ୍କାର ଜିତିଥିଲେ।

୨୦୨୩ ବର୍ଷ ପାଇଁ ଆଇସିସି ଶ୍ରେଷ୍ଠ ପୁରୁଷ କ୍ରିକେଟର ପୁରସ୍କାର ଦୌଡ଼ରେ ମଧ୍ୟ ଥିଲେ ବିରାଟ କୋହଲି। ତେବେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍‌ସ ଏହି ପୁରସ୍କାର ଜିତିଛନ୍ତି।

ଅଷ୍ଟ୍ରେଲିଆର ବ୍ୟାଟର ଉସ୍‌ମାନ ଖ୍ୱାଜା ୨୦୨୩ ବର୍ଷ ପାଇଁ ଆଇସିସି ଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ଗତ ବର୍ଷ ୧୩ଟି ଟେଷ୍ଟ ମ୍ୟାଚ୍‌ରୁ ୧୨୧୦ ରନ୍ କରିଛନ୍ତି। ଏହି ପୁରସ୍କାର ଦୌଡ଼ରେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଥିଲେ। ସେହିପରି ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌ ଓ ଇଂଲଣ୍ଡର ଜୋ ରୁଟ୍‌ ଏହି ଦୌଡ଼ରେ ରହିଥିଲେ।

Virat Kohli ICC ODI Player Of The Year
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe