Advertisment

ବିରାଟଙ୍କୁ ଆଇସିସିର ବଡ଼ ସମ୍ମାନ

ଦୁବାଇ: ସମସ୍ତଙ୍କୁ ପଛରେ ପକାଇ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି। ଆଜି ବିରାଟଙ୍କୁ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଚଳିତ ମାସରେ ବିଶ୍ୱର ସମସ୍ତଙ୍କ କ୍ରିକେଟରଙ୍କ ତୁଳନାରେ ବିରାଟଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟିର ଥିବାରୁ ତାଙ୍କୁ ଆଇସିସି ପକ୍ଷରୁ ଏପରି ସମ୍ମାନ ମିଳିଛି। ଗତ ମାସରେ ପାକିସ୍ତାନର ମହମ୍ମଦ ରିଜୱାନ ପୁରୁଷ ବର୍ଗରେ ଓ ମହିଳା ବର୍ଗରେ ଭାରତର ହରମନପ୍ରୀତ କୌର ଆଇସିସିର […]

author-image
Hemant Lenka
ବିରାଟଙ୍କୁ ଆଇସିସିର ବଡ଼ ସମ୍ମାନ

Virat

ଦୁବାଇ: ସମସ୍ତଙ୍କୁ ପଛରେ ପକାଇ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି। ଆଜି ବିରାଟଙ୍କୁ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଚଳିତ ମାସରେ ବିଶ୍ୱର ସମସ୍ତଙ୍କ କ୍ରିକେଟରଙ୍କ ତୁଳନାରେ ବିରାଟଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟିର ଥିବାରୁ ତାଙ୍କୁ ଆଇସିସି ପକ୍ଷରୁ ଏପରି ସମ୍ମାନ ମିଳିଛି। ଗତ ମାସରେ ପାକିସ୍ତାନର ମହମ୍ମଦ ରିଜୱାନ ପୁରୁଷ ବର୍ଗରେ ଓ ମହିଳା ବର୍ଗରେ ଭାରତର ହରମନପ୍ରୀତ କୌର ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ।

Advertisment

ବିରାଟ ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ୫ଟି ମ୍ୟାଚ୍‌ରୁ ୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ଥର ଅପରାଜିତ ରହିଛନ୍ତି। ଏଥିପାଇଁ ଅକ୍ଟୋବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଆଇସିସି ପକ୍ଷରୁ ବିରାଟଙ୍କୁ ମିଳିଛି। ବିରାଟ ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ପ୍ରଥମଥର ପାଇଁ ଆଇସିସି ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ବିରାଟଙ୍କ ସହ ଏହି ମାସିକ ପୁରସ୍କାର ପାଇବା ଦୌଡ଼ରେ ଦକ୍ଷିଣ ଆଫ୍ରିକାର ଡାଭିଡ ମିଲିର ଓ ଜିମ୍ବାୱେର ସିକନ୍ଦର ରାଜା ରହିଥିଲେ। ଉଭୟଙ୍କୁ ପଛରେ ପକାଇ ବିରାଟ ଆଇସିସି ପ୍ଲେୟାର ଅଫ ଦି ମନ୍ଥ ସମ୍ମାନ ହାତେଇଛନ୍ତି।

Advertisment

ବିରାଟ କୋହଲି ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରୁ ହିଁ ନିଜର ଜଲୱା ଦେଖାଇବା ଆରମ୍ଭ କରିଥିଲେ। ସେ ଅକ୍ଟୋବର ମାସରେ ଖେଳିଥିବା ୪ଟି ମ୍ୟାଚ୍‌ରୁ ୨ଟି ଅର୍ଦ୍ଧଶତକ ସହ ୨୦୫ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୫୦ ଥିଲା।

ଅକ୍ଟୋବର ୨୩ରେ ବିରାଟ ତାଙ୍କ କ୍ରିକେଟ କ୍ୟାରିୟରର ସବୁଠାରୁ ବଡ଼ ଇନିଂସ ଖେଳିଥିଲେ। ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ୫୩ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିବା ସହ ଭାରତକୁ ନିଶ୍ଚିତ ପରାଜୟରୁ ଉଦ୍ଧାର କରି ବିଜୟ ଭେଟି ଦେଇଥିଲେ।


ବିରାଟ ଆଜି ଆଇସିସି ପୁରସ୍କାର ଜିତିବା ପରେ କହିଛନ୍ତି, “ଆଇସିସି ଦ୍ୱାରା ଅକ୍ଟୋବରର ମାସ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବା ସମ୍ମାନର ବିଷୟ। ବିଶ୍ୱର ଫ୍ୟାନ୍ସ ଓ ପ୍ୟାନେଲମାନଙ୍କ ଦ୍ୱାରା ଶ୍ରେଷ୍ଠ ଖେଳାଳି ଭାବେ ଚୟନ ହେବା ଆହୁରି ଗର୍ବର ବିଷୟ।”