Advertisment

ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍‌; ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେନି ବିରାଟ

ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମଧ୍ୟ ଖେଳି ନଥିଲେ ବିରାଟ।

author-image
Jitendra Garnayak
ଅଦ୍ୟତନ ହୋଇଛି
Virat Kohli

Virat Kohli

ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ ବିରାଟ କୋହଲି। ସୋମବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଓହରି ଯାଇଛନ୍ତି ବୋଲି କହିଛି ବିସିସିଆଇ। ବିରାଟ କୋହଲିଙ୍କ ବଦଳରେ କାହାକୁ ଟିମ୍‌ରେ ନିଆଯିବ, ସେ ନେଇ ଚୟନ କମିଟି ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି। 

Advertisment

ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମଧ୍ୟ ଖେଳି ନଥିଲେ ବିରାଟ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ସେହି ମ୍ୟାଚ୍‌ ଖେଳି ନଥିଲେ। ତେବେ କେଉଁ ବ୍ୟକ୍ତିଗତ କାରଣ ଅବା ସମସ୍ୟା ଯୋଗୁ ବିରାଟ ବାରମ୍ବାର ମ୍ୟାଚ୍ ଖେଳୁ ନାହାନ୍ତି, ତାହା ଜଣାପଡ଼ିନାହିଁ।

ବିସିସିଆଇ ପକ୍ଷରୁ କୁହାଯାଇଛି, ପ୍ରଥମ ଦୁଇଟି ଟେଷ୍ଟ ନଖେଳିବା ନେଇ ବିରାଟ କୋହଲି ଅଧିନାୟକ ରୋହିତ ଶର୍ମା, ଟିମ୍ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ବିରାଟଙ୍କ ପ୍ରତି ଅଧିନାୟକଙ୍କ ସମର୍ଥନ ରହିଛି। ବିରାଟ କହିଛନ୍ତି ଯେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ସେ ପ୍ରାଥମିକତା ଦିଅନ୍ତି। କିନ୍ତୁ ବ୍ୟକ୍ତିଗତ ସ୍ଥିତି କିଛି ଏମିତି ଅଛି ଯେ ସେଥିପ୍ରତି ତାଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। 

Advertisment

ବିସିସିଆଇ ଆହୁରି କହିଛି, ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ। ଟିମ୍‌ ମ୍ୟାନେଜ୍‌ମେଣ୍ଟ ତାଙ୍କୁ ସମର୍ଥନ ଜଣାଇଛନ୍ତି। ବୋର୍ଡ ଓ ଟିମ୍‌ ମ୍ୟାନେଜମେଣ୍ଟର ଦଳର ଅନ୍ୟ ସଦସ୍ୟମାନଙ୍କ ଦକ୍ଷତା ଉପରେ ଭରସା ଅଛି। ସେମାନେ ଏହି ଟେଷ୍ଟ ସିରିଜ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ କରିବେ। ବିରାଟଙ୍କ ବଦଳରେ କାହାକୁ ଟିମ୍‌ରେ ନିଆଯିବ, ସେ ନେଇ ଖୁବ୍‌ଶୀଘ୍ର ପୁରୁଷ ଚୟନ କମିଟି ନାଁ ଘୋଷଣା କରିବେ।   

ବିରାଟଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ଯଶସ୍ୱୀ ଜୈସ୍ୱାଲ, ଶୁବମନ ଗିଲ ଓ ଶ୍ରେୟସ ଆୟର ପ୍ରମୁଖଙ୍କ ଦାୟିତ୍ୱ ବଢ଼ିଯିବ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୫ରୁ ହାଇଦ୍ରାବାଦରେ ଖେଳା ଯିବ। ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରୀ ୨ରୁ  ବିଶାଖାପାଟଣାରେ ଖେଳା ଯିବ। 

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୈସ୍ୱାଲ, ଶ୍ରେୟସ ଆୟର, କେ.ଏଲ୍‌ ରାହୁଲ (ୱିକେଟ୍ କିପର), ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀ ବୁମ୍ରା (ଉପ ଅଧିନାୟକ) ଓ ଅବେଶ ଖାନ ଅଛନ୍ତି।

Virat Kohli INDvsENG