Advertisment

କ୍ୟାପଟେନ୍ ଭାବେ ଶେଷ ମ୍ୟାଚରେ ଟସ୍ ଜିତିଲେ କୋହଲି

ଦୁବାଇ: ବିରାଟ୍ କୋହଲି କ୍ୟାପଟେନ୍ ଭାବେ ତାଙ୍କର ଶେଷ ମ୍ୟାଚରେ ଟସ୍ ଜିତିଛନ୍ତି। ଆଇସିସି ଟି-୨୦ ବିଶ୍ୱକପରେ ଆଜି ନାମିବିଆ ବିପକ୍ଷ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ ପରେ କୋହଲି ଭାରତର ଟି-୨୦ କ୍ୟାପଟେନ୍ ପଦ ଛାଡ଼ି ଦେବେ। ଆଗାମୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ନୂଆ କ୍ୟାପଟେନଙ୍କର ଘୋଷଣା ହେବ। ଏହି ଦୌଡ଼ରେ ରୋହିତ୍ ଶର୍ମା ଆଗରେ ରହିଛନ୍ତି। ଆଜି ଟସ୍ ବେଳେ ମଧ୍ୟ କୋହଲି […]

ଅଦ୍ୟତନ ହୋଇଛି
କ୍ୟାପଟେନ୍ ଭାବେ ଶେଷ ମ୍ୟାଚରେ ଟସ୍ ଜିତିଲେ କୋହଲି

kohli

Advertisment

ଦୁବାଇ: ବିରାଟ୍ କୋହଲି କ୍ୟାପଟେନ୍ ଭାବେ ତାଙ୍କର ଶେଷ ମ୍ୟାଚରେ ଟସ୍ ଜିତିଛନ୍ତି। ଆଇସିସି ଟି-୨୦ ବିଶ୍ୱକପରେ ଆଜି ନାମିବିଆ ବିପକ୍ଷ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ ପରେ କୋହଲି ଭାରତର ଟି-୨୦ କ୍ୟାପଟେନ୍ ପଦ ଛାଡ଼ି ଦେବେ। ଆଗାମୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ନୂଆ କ୍ୟାପଟେନଙ୍କର ଘୋଷଣା ହେବ। ଏହି ଦୌଡ଼ରେ ରୋହିତ୍ ଶର୍ମା ଆଗରେ ରହିଛନ୍ତି। ଆଜି ଟସ୍ ବେଳେ ମଧ୍ୟ କୋହଲି ପରୋକ୍ଷରେ ଏହି କଥା କହିଛନ୍ତି।

Advertisment

ନାମିବିଆ ବିପକ୍ଷ ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି। ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ରାହୁଲ ଚହରଙ୍କୁ ସୁଯୋଗ ମିଳିଛି। ତେବେ ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଚୟନ ହୋଇଥିବା ସ୍କ୍ୱାଡରେ ଆଉ କୌଣସି ପରିବର୍ତ୍ତନ ହୋଇନାହିଁ। ସେହିପରି ନାମିବିଆ ସ୍କ୍ୱାଡରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି। ବିର୍କେନଷ୍ଟକଙ୍କ ସ୍ଥାନରେ ଫ୍ରିଲିଙ୍କଙ୍କୁ ସାମଲି କରାଯାଇଛି।

ଚଳିତ ବିଶ୍ୱକପରେ ଭାରତର ସେମିଫାଇନାଲ୍‌ ଆଶା ଧୂଳିସାତ୍ ହୋଇଯାଇଛି। ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ବିଜୟ ପରେ ଭାରତର ସେମି ବାଟ ବନ୍ଦ ହୋଇଯାଇଛି। ଭାରତ ଏବେ କେବଳ ସମ୍ମାନ ପାଇଁ ଖେଳିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ତା'ର ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ନିକଟରୁ ପରାସ୍ତ ହୋଇଥିଲା। ଏହା ପରେ ଭାରତ ତୃତୀୟ ମ୍ୟାଚରେ ଆଫଗାନିସ୍ତାନ ଓ ଚତୁର୍ଥ ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ହରାଇ ନେଟ୍‌ ରନରେଟକୁ ମଜଭୁତ୍ କରିଥିଲା। କିନ୍ତୁ ସେମିଫାଇନାଲ୍‌ ଯିବା ପାଇଁ ଭାରତ ଅତିକମରେ ଗୋଟିଏ ବିଜୟ ପଛରେ ପଡ଼ିଗଲା।

Advertisment

https://twitter.com/BCCI/status/1457704888419246086?s=20

ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ବିରାଟ୍ କୋହଲି (କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ରାହୁଲ ଚହର୍।

ନାମିବିଆ: ଷ୍ଟିଫାନ୍ ବାର୍ଡ, ମାଇକେଲ୍‌ ଭାନ୍ ଲିଙ୍ଗେନ୍, ଗେରାର୍ଡ ଏରାସମସ୍ (କ୍ୟାପଟେନ୍), ଜେନ୍ ଗ୍ରୀନ୍, ଡେଭିଡ୍ ୱିସ୍, ଜେଜେ ସ୍ମିଟ୍, ଜାନ୍ ନିକୋଲ୍ ଲଫ୍ଟି-ଇଟନ୍, କ୍ରେଗ୍ ୱିଲିୟମ୍ସ, ରୁବେନ୍ ଟ୍ରମ୍ପେଲମାନ୍, ଫ୍ରିଲିଙ୍କ, ବର୍ଣ୍ଣାଡ୍ ସ୍କଲଜ୍।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe