/odisha-reporter/media/post_attachments/uploads/2022/03/kohli1.jpg)
kohli1
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି ମୋହାଲିରେ ବଡ଼ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛନ୍ତି। ଶୁକ୍ରବାର ଠାରୁ ଶ୍ରୀଲଙ୍କା ବିପକ୍ଷ ଏଠାରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ। ଉକ୍ତ ଟେଷ୍ଟ ବିରାଟଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ହେବ। ଏଥିସହ ବିରାଟ୍ ଭାରତର ଦ୍ୱାଦଶ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିବେ। ଭାରତୀୟ କ୍ରିକେଟ୍ ଇତିହାସରେ ମଧ୍ୟ ବିରାଟଙ୍କ ନାଁ ସର୍ବଦା ଶୀର୍ଷରେ ରହିବ। କୋହଲିଙ୍କ ୧୦୦ତମ ଟେଷ୍ଟକୁ ଖାସ୍ କରିବା ପାଇଁ ବିସିସିଆଇ ଓ ପିସିଏ ପୂରା ପ୍ରସ୍ତୁତି କରିସାରିଛି। ତେବେ ଆସନ୍ତୁ ନଜର ପକାଇବା ବିରାଟଙ୍କ ଟେଷ୍ଟ ଯାତ୍ରା ଉପରେ।
ଡେବ୍ୟୁ ନୈରାଶ୍ୟଜନକ:କୋହଲି ୨୦୧୧ରେ ଜାମାଇକାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। କାରଣ ଏହି ଗସ୍ତରେ ସଚିନ ତେନ୍ଦୁଲକରଙ୍କୁ ବିଶ୍ରାମ ଦିଆଯାଇଥିଲା। ନିଜର ପ୍ରଥମ ଗସ୍ତରେ କୋହଲି ପ୍ରଭାବହୀନ ରହିଥିଲେ। ସେ ଏହି ସିରିଜରେ ମାତ୍ର ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। କୋହଲିଙ୍କୁ ଏହି ଗସ୍ତରେ ୱେଷ୍ଟଇଣ୍ଡିଜ୍ ପେସର୍ ଫିଡେଲ୍ ଏଡୱାର୍ଡ୍ସ ବେଶ୍ ସମସ୍ୟାରେ ପକାଇଥିଲେ। ଏହା ପରେ ତାଙ୍କୁ ଜୁଲାଇରେ ଇଂଲଣ୍ଡ ଗସ୍ତ ପାଇଁ ଚୟନ କରାଯାଇଥିଲା।
/odisha-reporter/media/post_attachments/wp-content/uploads/2015/01/kohli-edwards.jpg)
ଏବେ କୋହଲି ଭାରତୀୟ ମିଡଲ୍ ଅର୍ଡର ମୁଖ୍ୟ ଖେଳାଳି ହୋଇସାରିଛନ୍ତି। କିନ୍ତୁ ସେ ୨୦୧୧ରେ ନିଜର ପ୍ରଥମ ଅର୍ଦ୍ଧଶତକ ଷଷ୍ଠ ସ୍ଥାନରେ ବ୍ୟାଟିଂ କରି ମାରିଥିଲେ। ରୋଚକ କଥା ହେଉଛି ତାଙ୍କ ସାମ୍ନାରେ ଥିଲେ କ୍ୟାରିବିଆନ୍ ବୋଲର। ତେବେ ଫରକ ଏତିକି ଯେ ସେ ଏହି ମ୍ୟାଚ୍ ଘରୋଇ ମଇଦାନରେ ଖେଳିଥିଲେ। ମୁମ୍ବାଇର ୱାଙ୍ଖଡେରେ ଖେଳାଯାଇଥିବା ସିରିଜର ତୃତୀୟ ମ୍ୟାଚରେ କୋହଲି ସୁଯୋଗର ଭରପୂର ଫାଇଦା ଉଠାଇ ପ୍ରଥମ ଇନିଂସରେ ୫୨ ଓ ଦ୍ୱିତୀୟ ଇନିଂସରେ ୬୩ ରନ୍ କରିଥିଲେ। ଭାରତ ମଧ୍ୟ ମ୍ୟାଚକୁ ଡ୍ର’ କରାଇବାରେ ସଫଳ ହୋଇଥିଲା।
/odisha-reporter/media/post_attachments/image/upload/f_auto/lsci/db/PICTURES/CMS/141800/141822.5.jpg)
ବିରାଟଙ୍କ ଟେଷ୍ଟ କ୍ୟାରିୟର ପାଇଁ ୨୦୧୨ ଅଷ୍ଟ୍ରେଲିଆ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୨ରେ ଆଡିଲେଡ୍ ମଇଦାନରେ କୋହଲିଙ୍କ ବ୍ୟାଟରୁ ପ୍ରଥମ ଟେଷ୍ଟ ଶତକ ବାହାରିଥିଲା। ପ୍ରଥମ ଦୁଇଟି ଟେଷ୍ଟରେ ଭଲ ଆରମ୍ଭ ସତ୍ତ୍ୱେ କୋହଲି ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା କାଏମ ରଖିଥିଲା। ସେ ଆଡିଲେଟରେ ୧୧୬ ରନର ଦମଦାର ଇନିଂସ୍ ଖେଳିଥିଲେ। ହେଲେ ଭାରତ ଉକ୍ତ ଗସ୍ତରେ ୦-୪ରେ ହାରିଯାଇଥିଲା।
ଘରୋଇ ମାଟିରେ ପ୍ରଥମ ଶତକ: ଅଷ୍ଟ୍ରେଲିଆ ଗସ୍ତର କିଛି ମାସ ପରେ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ମାଟିରେ ନିଜର ପ୍ରଥମ ଶତକ ମାରିଥିଲେ। ଭିଭିଏସ୍ ଲକ୍ଷ୍ମଣ ଓ ରାହୁଲ୍ ଦ୍ରାବିଡଙ୍କ ସନ୍ନ୍ୟାସ ପରେ ଭାରତର ପ୍ରଥମ ସିରିଜର ଦ୍ୱିତୀୟ ଟେଷ୍ଟରେ କୋହଲି ବେଙ୍ଗାଲୁରୁରେ ୧୦୩ ରନର ଇନିଂସ୍ ଖେଳିଥିଲେ।
/odisha-reporter/media/post_attachments/images/content/2014/aug/806/virat-kohli-out.jpg)
ଇଂଲଣ୍ଡ ଗସ୍ତରେ ପୂରା ଫ୍ଲପ୍: ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡରେ ଜବରଦସ୍ତ ପ୍ରଦର୍ଶନ ପରେ କୋହଲି ପ୍ରମାଣ କରିଥିଲେ ଯେ ସେ ସବୁ ଦେଶରେ ରନ୍ କରିବା ପାଇଁ ସକ୍ଷମ। ହେଲେ ୨୦୧୪ରେ ଇଂଲଣ୍ଡ ଗସ୍ତର ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ଥିଲା। ସେ ଇଂଲଣ୍ଡ ଗସ୍ତରେ ୧୦ ଇନିଂସରେ ମାତ୍ର ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଇଂଲଣ୍ଡର ସୁଇଂ ଓ ପେସ୍ ଟ୍ରାକ୍ ତାଙ୍କୁ ଖୁବ୍ ସମସ୍ୟାରେ ପକାଇଥିଲା। ଏହି ଗସ୍ତର ବିଫଳତା ତାଙ୍କୁ ଡିପ୍ରେସନକୁ ଠେଲି ଦେଇଥିବା ଖୋଦ୍ ବିରାଟ୍ ଅନେକ ସମୟରେ କହିସାରିଛନ୍ତି।
/odisha-reporter/media/post_attachments/image/upload/f_auto/lsci/db/PICTURES/CMS/306300/306327.16.jpg)
କ୍ୟାପଟେନ୍ ଭାବେ ପ୍ରଥମ ମ୍ୟାଚ୍: ଇଂଲଣ୍ଡ ଗସ୍ତ ପରେ କୋହଲି ଅଷ୍ଟ୍ରେଲିଆ ଯାଇଥିଲେ। ଏହି ଗସ୍ତରେ ଭାରତର ପ୍ରଦର୍ଶନ ଯଦିଓ ଖରାପ ରହିଥିଲା, କିନ୍ତୁ କୋହଲିଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷା ହୋଇଥିଲା। ତୃତୀୟ ଟେଷ୍ଟ ପରେ ମହେନ୍ଦ୍ର ସିଂ ଧୋନି ଅଚାନକ ଟେଷ୍ଟ କ୍ରିକେଟକୁ ଅଲବିଦା କହିଦେଲେ। ଯାହା ପରେ ଚତୁର୍ଥ ଟେଷ୍ଟରେ କୋହଲିଙ୍କୁ ନେତୃତ୍ୱ ଭାର ମିଳିଥିଲା। ଏହି ଟେଷ୍ଟର ଦୁଇଟି ଯାକ ଇନିଂସରେ ସେ ଶତକ ମାରି ମ୍ୟାଚକୁ ସ୍ମରଣୀୟ କରିଦେଇଥିଲେ। କୋହଲି ଏହି ଗସ୍ତରେ ୬୯୨ ରନ୍ କରିଥିଲେ, ଯେଉଁଥିରେ ୪ ଶତକ ସାମିଲ୍ ଥିଲା।
/odisha-reporter/media/post_attachments/db/PICTURES/CMS/278900/278932.10.jpg)
ଇଂଲଣ୍ଡରେ ଧମାକେଦାର କମବ୍ୟାକ୍:୨୦୧୪ରେ ଇଂଲଣ୍ଡ ଗସ୍ତରେ କୋହଲି ନିଜର ଖରାପ ପ୍ରଦର୍ଶନ ପାଇଁ ଅତ୍ୟଧିକ ଚାପରେ ଥିଲା। କିନ୍ତୁ ଚାରିବର୍ଷ ପରେ ଅର୍ଥାତ୍ ୨୦୧୮ ଇଂଲଣ୍ଡ ଗସ୍ତରେ କୋହଲି ଏହାର ବିପରୀତ ପ୍ରଦର୍ଶନ କରିଥିଲେ। ସେ ଏହି ଗସ୍ତରେ ୫ ଟେଷ୍ଟ ଖେଳି ୫୯୩ ରନ୍ କରିଥିଲେ, ଯେଉଁଥିରେ ୨ ଶତକ ଓ ୩ ଅର୍ଦ୍ଧଶତକ ଥିଲା।
/odisha-reporter/media/post_attachments/wp-content/uploads/2021/12/20211227_102759.jpg)
କ୍ୟାପଟେନ୍ସିର ସ୍ୱର୍ଣ୍ଣିମ ଅନ୍ତ:କୋହଲି ୭ ବର୍ଷ ଧରି କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟରେ ଟିମର ନେତୃତ୍ୱ ନେବା ପରେ ୨୦୨୨ ଆରମ୍ଭରୁ ଏହି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ୬୮ ଟେଷ୍ଟ ଖେଳି ୪୦ଟି ବିଜୟ ହାସଲ କରିଛି। ଯାହା ଏକ ଅଭୁତପୂର୍ବ ରେକର୍ଡ। ଆଉ ଏଥିସହ ସେ ଭାରତର ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ୍ ମୁକୁଟ ପିନ୍ଧିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତିଥିବା ବେଳେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜରେ ମଧ୍ୟ ବିଜୟ ହାସଲ କରିଛି। କୋହଲିଙ୍କ ନେତୃତ୍ୱରେ ଭାରତ ଗତବର୍ଷ ଇଂଲଣ୍ଡ ଗସ୍ତରେ ଟେଷ୍ଟ ସିରିଜରେ ୨-୧ର ଲିଡ୍ ହାସଲ କରିଥିଲା। ତେବେ ସିରିଜର ଆଉ ଗୋଟିଏ ମ୍ୟାଚ୍ ଚଳିତ ବର୍ଷ ଜୁଲାଇରେ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
