Advertisment

କୋହଲିଙ୍କ ସହ ଧୋକା! ଆଉଟ୍ ଥିଲେ ନା ନଟ୍‌ଆଉଟ୍‌?

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଖାତା ଖୋଲିପାରିନାହାନ୍ତି। କୋହଲିଙ୍କୁ ସ୍ପିନର ଏଜାଜ ପଟେଲ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ତେବେ କୋହଲିଙ୍କ ଆଉଟକୁ ନେଇ ବିବାଦ ଛିଡ଼ା ହୋଇଛି। ଭାରତ ଇନିଂସର ୩୦ତମ ଓଭରର ଶେଷ ବଲରେ କୋହଲି ଆଉଟ୍ ହୋଇଥିଲେ। ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋହଲି ଡିଆରଏସର ସହାୟତା ନେଇଥିଲେ। ରିଭ୍ୟୁରେ ଜଣାପଡ଼ିଲା ଯେ […]

କୋହଲିଙ୍କ ସହ ଧୋକା! ଆଉଟ୍ ଥିଲେ ନା ନଟ୍‌ଆଉଟ୍‌?

kohli1

Advertisment

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଖାତା ଖୋଲିପାରିନାହାନ୍ତି। କୋହଲିଙ୍କୁ ସ୍ପିନର ଏଜାଜ ପଟେଲ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ତେବେ କୋହଲିଙ୍କ ଆଉଟକୁ ନେଇ ବିବାଦ ଛିଡ଼ା ହୋଇଛି।

Advertisment

ଭାରତ ଇନିଂସର ୩୦ତମ ଓଭରର ଶେଷ ବଲରେ କୋହଲି ଆଉଟ୍ ହୋଇଥିଲେ। ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋହଲି ଡିଆରଏସର ସହାୟତା ନେଇଥିଲେ। ରିଭ୍ୟୁରେ ଜଣାପଡ଼ିଲା ଯେ ବଲ୍ ତାଙ୍କ ବ୍ୟାଟ୍ ଓ ପ୍ୟାଡ୍ ସହ ଏକାଠି ସ୍ପର୍ଶ କରିଛି। ବଲର କିଛି ଭାଗ ବ୍ୟାଟ ଓ ବଲକୁ ସ୍ପର୍ଶ କରିଥିଲା।

ଏହାସହ ଅଲଟ୍ରା ଏଜରେ ମଧ୍ୟ ମୁଭମେଣ୍ଟ ଦେଖିବାକୁ ମିଳିଥିଲା। କିନ୍ତୁ ଏହା ସ୍ପଷ୍ଟ ନଥିଲା ଯେ ପ୍ରଥମେ ବଲ୍ କାହାକୁ ସ୍ପର୍ଶ କରିଥିଲା। ହେଲେ ରିଭ୍ୟୁକୁ ଆଗକୁ ଦେଖିଲା ପରେ ଲାଗିଲା ଯେପରି ବଲ୍ ବ୍ୟାଟରେ ବାଜିବା ପରେ ପ୍ୟାଡକୁ ସ୍ପର୍ଶ କରିଛି। ଯେହେତୁ ପ୍ରଥମେ ବଲ ବାଜିବାର କୌଣସି ସଠିକ୍ ପ୍ରମାଣ ନଥିଲା। ତେଣୁ ଥାର୍ଡ ଅମ୍ପାୟାର ନିଷ୍ପତ୍ତିକୁ କାଏମ ରଖିଥିଲେ। ଯାହା ପରେ କୋହଲି ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଗଲେ।

Advertisment

https://twitter.com/devadiga_amit/status/1466691426985463808?s=20

https://twitter.com/Tamil_Viratians/status/1466699522407424000?s=20

ତେବେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ବିବାଦୀୟ ଥିଲା। କମେଣ୍ଟେଟର ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ଥାର୍ଡ ଅମ୍ପାୟାର ଆଉଟ୍ ଦେବା ପରେ କୋହଲି ଫିଲ୍ଡ ଅମ୍ପାୟାର ଅନୀଲ ଚୌଧୁରୀଙ୍କ ପାଖକୁ ଯାଇଥିଲେ। ଦୁହିଁଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହେଲା, କିନ୍ତୁ ଶେଷରେ କୋହଲି ନିରାଶ ହୋଇ ପ୍ୟାଭିଲିୟନ୍ ଫେରିବାକୁ ବାଧ୍ୟ ହୋଇଥିଲେ। କୋହଲି ୪ ବଲର ସାମ୍ନା କରି ଖାତା ସୁଦ୍ଧା ଖୋଲିପାରିନଥିଲେ।

https://twitter.com/Atul_Baral33/status/1466690303365054464?s=20

କୋହଲି ଯେତେବେଳେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରୁଥିଲେ, ସେ ରାଗିକି ବ୍ରାଉଣ୍ଡ୍ରୀରେ ଲାଗିଥିବା ଆଡକୁ ବ୍ୟାଟରେ ଜୋରରେ ମାରିଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ସୋଶାଲ ମିଡିଆରେ ମଧ୍ୟ ଲୋକେ ଅମ୍ପାୟାରଙ୍କ ବିରୋଧରେ ଅସନ୍ତୋଷ ଜାହିର କରିଛନ୍ତି।

https://twitter.com/guptarjit/status/1466692233566953472?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe