Advertisment

Virat Kohli: ୧୭ ବର୍ଷର କ୍ୟାରିୟରରେ ପ୍ରଥମଥର ବିରାଟଙ୍କ ସହ ଘଟିଲା ଏମିତି ଘଟଣା: ଘୋଷଣା କରିବେ ଅବସର!

ପର୍ଥ ଦିନିକିଆରେ ୮ଟି ଓ ଆଡିଲେଡ ଓଭାଲ ଦିନିକିଆରେ ବିରାଟ ୪ଟି ବଲ ସାମ୍ନାକୁ କରିଛନ୍ତି। କ୍ରମାଗତ ଡକରେ ଆଉଟ ହେବା ବିରାଟଙ୍କ ୧୭ ବର୍ଷର କ୍ରିକେଟ କ୍ୟାରିୟରରେ ପ୍ରଥମ ଘଟଣା।

Virat

ଆଉଟ ହେବା ପରେ ବିରାଟ

Advertisment

ବିରାଟ କୋହଲିଙ୍କ ସ୍ୱର୍ଣ୍ଣିୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ସମ୍ଭବତଃ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପରେ ହିଁ ବିରାଟ ଘୋଷଣା କରିପାରନ୍ତି ଅବସର। ଆଜି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିରାଟଙ୍କ ହାବଭାବ ସେମିତି କିଛି ସଙ୍କେତ ଦେଇଛି। ଟି-୨୦ ଓ ଟେଷ୍ଟ କ୍ରିକେଟ(Cricket)ରୁ ଅବସର ଘୋଷଣା କରି ସାରିଥିବା ବିରାଟ ଏବେ କେବଳ ଭାରତ ପାଇଁ ଦିନିକିଆ କ୍ରିକେଟ ଖେଳୁଛନ୍ତି। 

Advertisment

କିନ୍ତୁ ନିଜର କମବ୍ୟାକ ସିରିଜରେ ବିରାଟ କ୍ରମାଗତ ବିଫଳ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମେ ଦିନିକିଆ ଭଳି ଦ୍ୱିତୀୟ ଦିନିକିଆରେ ମଧ୍ୟ ବିରାଟ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି। ଅର୍ଥାତ ସେ କ୍ରମାଗତ ଦୁଇଟି ମ୍ୟାଚରେ ଶୂନରେ ଆଉଟ ହୋଇଛନ୍ତି।

ପର୍ଥ ଦିନିକିଆରେ ୮ଟି ଓ ଆଡିଲେଡ ଓଭାଲ ଦିନିକିଆରେ ବିରାଟ ୪ଟି ବଲ ସାମ୍ନାକୁ କରିଛନ୍ତି। କ୍ରମାଗତ ଡକରେ ଆଉଟ ହେବା ବିରାଟଙ୍କ ୧୭ ବର୍ଷର କ୍ରିକେଟ କ୍ୟାରିୟରରେ ପ୍ରଥମ ଘଟଣା।

Advertisment

୨୦୦୮ରେ ଭାରତ ପାଇଁ ଡେବ୍ୟୁ କରିଥିବା ବିରାଟ ଆଜି ଯାଏ କେବେ ବି କ୍ରମାଗତ ୨ଟି ମ୍ୟାଚ୍‌ରେ ଶୂନରେ ଆଉଟ ହୋଇ ନଥିଲେ। କିନ୍ତୁ ୧୭ ବର୍ଷର କ୍ୟାରିୟର ମଧ୍ୟରେ ବିରାଟ ଏପରି ଏକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଆଜି ସେ ଅଷ୍ଟ୍ରେଲିଆର ମିଡିୟମ ପେସର ଜାଭିୟର ବାର୍ଟଲେଟଙ୍କ ଇନସୁଇଂକୁ ଖେଳିବାକୁ ଲାଇନ କଭର କରିଥିଲେ। କିନ୍ତୁ ବଲ ତାଙ୍କ ପ୍ୟାଡରେ ବାଜିବାରୁ ସେ LBW ହୋଇ ପ୍ୟାଭିଲିୟନ ଫେରିଥିଲେ। 


ଆଡିଲେଡ ଓଭାଲ ହେଉଛି ବିରାଟଙ୍କ ସବୁଠାରୁ ପସନ୍ଦର ଗ୍ରାଉଣ୍ତ। ଏଠାରେ ସେ ୪ଟି ଦିନିକିଆ ଇନିଂସରେ ୨୪୪ ରନ କରିଥିଲେ। ଏହା ମଧ୍ୟରେ ୨ଟି ଶତକ ମଧ୍ୟ ରହିଛି। ଉଭୟ ଶତକ ପାକିସ୍ତାନ ବିପକ୍ଷ ୨୦୧୫ ବିଶ୍ୱକପରେ ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ବିରାଟ ଶୂନରେ ଆଉଟ ହୋଇଛନ୍ତି। 

କିନ୍ତୁ ଆଜି ବିରାଟ ଆଉଟ ହେବା ପରେ ତାଙ୍କ ଅବସର ଚର୍ଚ୍ଚା ଜୋର ଧରିଛି। କାରଣ ସେ ଡ୍ରେସିଂ ରୁମକୁ ଫେରିବା ବେଳେ ଆଡିଲେଡର ଦର୍ଶକ ଛିଡ଼ା ହୋଇ ତାଲି ମାରିଥିଲେ। ବିରାଟ ମଧ୍ୟ ହାତ ହଲାଇ ଏହାକୁ ଗ୍ରହଣ କରିଥିଲେ। ସେ ଗ୍ଲୋବ୍ସକୁ ଖୋଲି ହାତରେ ଧରିଥିବା ବେଳେ ଅବସର ଭଳି ସଙ୍କେତ ଦେଇଛନ୍ତି। ୩୬ ବର୍ଷୀୟ ବିରାଟଙ୍କ ଏପରି ଇଙ୍ଗିତ ସମ୍ଭବତଃ ଅବସରର ବୋଲି ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି। 


ଆଉ କିଛି କ୍ରିକେଟ ପଣ୍ଡିତ କହିଛନ୍ତି ଯେ ବିରାଟ ଶେଷ ଥର ପାଇଁ ନିଜ ପସନ୍ଦର ଆଡିଲେଡରେ ଖେଳିଥିବାରୁ ଦର୍ଶକଙ୍କୁ ଏଭଳି ଅଭିବାଦନ ଜଣାଇଛନ୍ତି। ତଥାପି ବିରାଟ ତାଙ୍କ କ୍ରିକେଟ କ୍ୟାରିୟରର ଶେଷ ଫେଜରେ ଥିବା ସମସ୍ତେ ମତ ରଖିଛନ୍ତି। 

Virat Kohli Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe