Advertisment

ପାକ୍‌ର ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ କୋହଲି ହରାଇବେ ୧ ନମ୍ବର ସ୍ଥାନ

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଜାରି ହୋଇଛି ଦିନିକିଆ ରାଙ୍କିଙ୍କ। ରାଙ୍କିଙ୍ଗରେ ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ଫଖର ଜମାନଙ୍କୁ ବିପୁଳ ଫାଇଦା ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ୧୯୩ ରନର ମାରାଥନ୍ ଇନିଂସ୍ ଖେଳିଥିବା ଫଖର ଏକାଥରକେ ସାତୋଟି ସ୍ଥାନ ଉପରକୁ ଉଠି ଦ୍ୱାଦଶରେ ପହଞ୍ଚିଛନ୍ତି। ଆଇସିସି ଦିନିକିଆ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। କିନ୍ତୁ ଏବେ ବିରାଟଙ୍କ ଶୀର୍ଷ ସ୍ଥାନ ବିପଦରେ ପଡ଼ିଯାଇଛି। କାରଣ […]

author-image
Ranjit Kumar Jena
ପାକ୍‌ର ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ କୋହଲି ହରାଇବେ ୧ ନମ୍ବର ସ୍ଥାନ

Virat-Kohli-and-babar-azam

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଜାରି ହୋଇଛି ଦିନିକିଆ ରାଙ୍କିଙ୍କ। ରାଙ୍କିଙ୍ଗରେ ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ଫଖର ଜମାନଙ୍କୁ ବିପୁଳ ଫାଇଦା ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ୧୯୩ ରନର ମାରାଥନ୍ ଇନିଂସ୍ ଖେଳିଥିବା ଫଖର ଏକାଥରକେ ସାତୋଟି ସ୍ଥାନ ଉପରକୁ ଉଠି ଦ୍ୱାଦଶରେ ପହଞ୍ଚିଛନ୍ତି।

Advertisment

ଆଇସିସି ଦିନିକିଆ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। କିନ୍ତୁ ଏବେ ବିରାଟଙ୍କ ଶୀର୍ଷ ସ୍ଥାନ ବିପଦରେ ପଡ଼ିଯାଇଛି। କାରଣ ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନର ବାବର ଆଜମ ଓ କୋହଲିଙ୍କ ମଧ୍ୟରେ ବ୍ୟବଧାନ ବହୁତ କମ୍ ରହିଛି। ଏକ ନମ୍ବର ସ୍ଥାନରେ ଥିବା କୋହଲିଙ୍କ ୮୫୭ ରେଟିଂ ପଏଣ୍ଟ ଥିବା ବେଳେ ବାବରଙ୍କ ୮୫୨ ପଏଣ୍ଟ ରହିଛି।

ବାବର ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ୯୪ ରନର ଇନିଂସ୍ ଖେଳିଛନ୍ତି। ଏଭଳି ସ୍ଥିତିରେ ଆଇସିସିର ପରବର୍ତ୍ତୀ ରାଙ୍କିଙ୍ଗରେ କୋହଲିଙ୍କ ଶୀର୍ଷ ସ୍ଥାନ ଚାଲିଯାଇପାରେ। ଆଇସିସି ଦିନିକିଆ ରାଙ୍କିଙ୍ଗରେ ରୋହିତ୍ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ରୋହିତଙ୍କର ୮୨୫ ପଏଣ୍ଟ ରହିଛି।

Advertisment

ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ୍ ରାସି ଭାନ୍ ଡର୍ ଡୁସେନଙ୍କୁ ମଧ୍ୟ ଆଇସିସି ଦିନିକିଆ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ପାକିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ଯଥାକ୍ରମେ ୧୨୩* ଓ ୬୦ ରନ୍ କରିଥିବା ଡୁସେନ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଡୁସେନ୍ ଏବେ ୨୨ତମ ସ୍ଥାନରେ ପହଞ୍ଚିଛନ୍ତି।

ପାକିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ୯୨ ରନର ଇନିଂସ୍ ଖେଳିଥିବା ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ତେମ୍ବା ବାଭୁମା ୮୮ତମ ସ୍ଥାନକୁ ଉଠିଛନ୍ତି। ବୋଲରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଆନରିଚ୍ ନୋର୍ଜେ କ୍ୟାରିୟରର ସର୍ବଶ୍ରେଷ୍ଠ ୭୩ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ପାକିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ୭ଟି ୱିକେଟ୍ ନେଇଥିଲେ। ବୋଲରଙ୍କ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ଶୀର୍ଷ ସ୍ଥାନରେ ରହିଛନ୍ତି। ଭାରତର ଯଶପ୍ରୀତ ବୁମ୍ରା ଚତୁର୍ଥ ସ୍ଥାନରେ ଅଛନ୍ତି।

ସେହିପରି ଟି-୨୦ ରାଙ୍କିଙ୍ଗରେ ବାଂଲାଦେଶ ବିପକ୍ଷରେ ଡେବ୍ୟୁ କରିଥିବା ନ୍ୟୁଜିଲ୍ୟାଣ୍ଡର ଫିନ୍ ଆଲେନ୍ ଟପ୍-୧୦୦ ବ୍ୟାଟ୍ସମ୍ୟାନଙ୍କ ଭିତରେ ସାମିଲ୍ ହୋଇଛନ୍ତି।