୪୬ତମ ଦିନିକିଆ ଶତକ ସହ ଏକାଧିକ ରେକର୍ଡ କଲେ ବିରାଟ କୋହଲି

ଥିରୁଅନନ୍ତପୁରମ: ଚଳିତ ବର୍ଷ ଆରମ୍ଭରୁ ଟପ୍‌ ଫର୍ମରେ ଅଛନ୍ତି ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ୩ଟିକିଆ ସିରିଜ୍‌ରେ ବିରାଟ ଦୁଇଟି ଶତକ ହାସଲ କରି କେବଳ ଭାରତକୁ ମ୍ୟାଚ୍ ଜିତାଇ ନାହାନ୍ତି, ବରଂ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟର ହେବାର ରେକର୍ଡ ଭାଙ୍ଗିବା ଦ୍ୱାରଦେଶରେ ପହଞ୍ଚି ଯାଇଛନ୍ତି। ରବିବାର ଥିରୁଅନନ୍ତପୁରମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଦିନିକିଆରେ ବିରାଟ ୧୬୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୪୬ତମ ଶତକ। ଏଥିସହ ଅନ୍ତର୍ଜାତୀୟ ସ୍ତରରେ […]

Virat

Virat

Hemant Lenka
  • Published: Monday, 16 January 2023
  • Updated: 16 January 2023, 04:28 PM IST

Sports

Latest News

ଥିରୁଅନନ୍ତପୁରମ: ଚଳିତ ବର୍ଷ ଆରମ୍ଭରୁ ଟପ୍‌ ଫର୍ମରେ ଅଛନ୍ତି ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ୩ଟିକିଆ ସିରିଜ୍‌ରେ ବିରାଟ ଦୁଇଟି ଶତକ ହାସଲ କରି କେବଳ ଭାରତକୁ ମ୍ୟାଚ୍ ଜିତାଇ ନାହାନ୍ତି, ବରଂ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟର ହେବାର ରେକର୍ଡ ଭାଙ୍ଗିବା ଦ୍ୱାରଦେଶରେ ପହଞ୍ଚି ଯାଇଛନ୍ତି।

ରବିବାର ଥିରୁଅନନ୍ତପୁରମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଦିନିକିଆରେ ବିରାଟ ୧୬୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୪୬ତମ ଶତକ। ଏଥିସହ ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ଶତକ ସଂଖ୍ୟା ୭୪ରେ ପହଞ୍ଚି ଯାଇଛି।

ଦିନିକିଆରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ଏବେ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସେ ୪୯ଟି ଶତକ ହାସଲ କରିଥିଲେ। ବିରାଟ ଏହାକୁ ଅତିକ୍ରମ କରିବାକୁ ଆଉ ମାତ୍ର ୪ଟି ଶତକ ଆବଶ୍ୟକ କରୁଛନ୍ତି। ସେ ଟପ୍‌ ଫର୍ମରେ ଥିବାରୁ ଚଳିତ ବର୍ଷ ହିଁ ସେ ସଚିନଙ୍କୁ ଟପି ଯିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ତେବେ ଶ୍ରୀଲଙ୍କାଂ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ବିରାଟ ଏକାଧିକ ରେକର୍ଡ କରିଛନ୍ତି। ଏପରି କି ସେ ସଚିନଙ୍କ କିଛି ରେକର୍ଡ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି।

୧- ସଚିନ ତେନ୍ଦୁଲକର ବିଶ୍ୱର ଏକମାତ୍ର ବ୍ୟାଟର ଥିଲେ ଯିଏ ଘରୋଇ ମାଟି(ଭାରତ)ରେ ୨୦ଟି ଦିନିକିଆ ଶତକ ହାସଲ କରିଥିଲେ। ହେଲେ ବିରାଟ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରି ତାଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବିରାଟ ଭାରତରେ ୨୧ଟି ଦିନିକିଆ ଶତକ ହାସଲ କରିଛନ୍ତି।

୨-ବିରାଟ ଦିନିକିଆରେ କୌଣସି ଗୋଟିଏ ଟିମ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ସଚିନଙ୍କ ଭଳି ବିରାଟ ମଧ୍ୟ ଗତକାଲିର ମ୍ୟାଚ୍‌ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ୯ଟି ଶତକ ହାସଲ କରିଥିଲେ। ହେଲେ ଏବେ ଏହି ସଂଖ୍ୟା ୧୦ରେ ପହଞ୍ଚି ଯାଇଛି। ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଶତକ ହାସଲ କରି ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। ବିରାଟ ଶ୍ରୀଲଙ୍କା ବିପକ୍ଷରେ ୧୦ଟି ଶତକ ହାସଲ କରିଥିବା ବେଳେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୯ଟି ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ଶତକ ସଂଖ୍ୟା ୮ ରହିଛି।

୩- ବିରାଟ କୋହଲି ଭାରତରେ ସବୁଠାରୁ କମ ବଲରେ ୧୫୦ରୁ ଅଧିକ ରନ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ବିରାଟ ମାତ୍ର ୧୦୬ ବଲରେ ୧୫୦ ରନ ପାର କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଜର୍ଜ ବେଲୀଙ୍କ ନାଁରେ ଥିଲା। ସେ ୧୦୯ ବଲରେ ୧୫୦ ରନ ପାର କରିଥିଲେ।

୪- ବିରାଟ କୋହଲି ନିଜ ମାଟିରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାର ୩ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ସାଉଥ ଆଫ୍ରିକାର ଜ୍ୟାକ କାଲିସଙ୍କୁ ପଛରେ ପକାଇ ଦେଇଛନ୍ତି। କାଲିସ ନିଜ ମାଟିରେ ୫୧୮୬ ରନ କରିଥିଲେ। ଏବେ ବିରାଟ କୋହଲିଙ୍କ ରନ ସଂଖ୍ୟା ଭାରତରେ ୫,୨୦୦ରେ ପହଞ୍ଚି ଯାଇଛି।

ବିରାଟଙ୍କ ଉପରେ ଏବେ ରିକି ପଣ୍ଟିଂ ଓ ସଚିନ ତେନ୍ଦୁଲକର ରହିଛନ୍ତି। ଭାରତରେ ଦିନିକିଆ ଖେଳି ସଚିନ ତେନ୍ଦୁଲକର ୬,୯୭୬ ରନ କରିଥିଲେ। ସେହିପରି ପଣ୍ଟିଂ ଅଷ୍ଟ୍ରେଲିଆ ମାଟିରେ ୫୫୨୧ ରନ କରିଛନ୍ତି। ଏହାକୁ ଅତିକ୍ରମ କରିବାକୁ ବିରାଟଙ୍କ ପାଖରେ ସୁଯୋଗ ରହିଛି।

୫- ଦିନିକିଆ କ୍ରିକେଟରେ ସର୍ବାଧିକ ରନହାସଲକରୀ କ୍ରିକେଟରଙ୍କ ତାଲିକାରେ ବିରାଟ ଏବେ ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ବିରାଟ ଶ୍ରୀଲଙ୍କାର ମହାନ କ୍ରିକେଟର ମାହେଲା ଜୟବର୍ଦ୍ଧେନଙ୍କୁ ପଛରେ ପକାଇ ଏହି ସ୍ଥାନ ଦଖଲ କରିଛନ୍ତି। ଜୟବର୍ଦ୍ଧେନ ୪୪୮ଟି ଦିନିକିଆ ମ୍ୟାଚ୍‌ ଖେଳି ମୋଟ ୧୨,୬୫୦ ରନ କରିଥିଲେ।

ବିରାଟ ୨୬୮ ମ୍ୟାଚ୍‌ ଖେଳି ୧୨,୭୫୪ ରନରେ ପହଞ୍ଚି ଯାଇଛନ୍ତି। ଏହି ତାଲିକାର ୧ନଂ ସ୍ଥାନରେ ସଚିନ ତେନ୍ଦୁଲକର ୪୬୩ ମ୍ୟାଚ୍‌ରେ ୧୮,୪୨୬ ରନ କରି ରହିଥିବା ବେଳେ ତାଙ୍କ ପଛକୁ କୁମାର ସାଙ୍ଗାକାରା ୪୦୪ ମ୍ୟାଚ୍‌ରେ ୧୪,୨୩୪ ରନ, ରିକି ପଣ୍ଟିଂ ୩୭୫ ମ୍ୟାଚ୍‌ରେ ୧୩,୭୦୪ ରନ ଓ ସନତ ଜୟସୁରିୟା ୪୪୫ ମ୍ୟାଚରେ ୧୩,୪୩୦ ରନ କରି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story