Advertisment

ଆଇପିଏଲରେ ବିରାଟଙ୍କ ଆଉ ଏକ ଶତକ, ରାଜସ୍ଥାନକୁ ୧୮୪ ରନର ଟାର୍ଗେଟ

ଆଜି ବିରାଟ ପେସ୍‌ ବୋଲରଙ୍କୁ ୪୯ଟି ବଲର ସମ୍ମୁଖୀନ ହୋଇ ୬୭ ରନ ସ୍ପିନ ବୋଲରଙ୍କର ୩୩ଟି ବଲ ଖେଳି ୪୬ ରନ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Virat

Virat

ଆଇପିଏଲରେ ବିରାଟ କୋହଲିଙ୍କ ବ୍ୟାଟରୁ ବାହାରିଛି ଆଉ ଏକ ଶତକ। ଜୟପୁରରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ବିରାଟ ୬୭ ବଲରେ ଶତକ ହାସଲ କରିଛନ୍ତି।

Advertisment

ଏହା ଚଳିତ ଆଇପିଏଲର ପ୍ରଥମ ଶତକ। ବିରାଟଙ୍କ ଅପରାଜିତ ୧୧୩ ରନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୮୩ ରନ କରିଛି। ଫଳରେ ରାଜସ୍ଥାନକୁ ଆଇପିଏଲରେ ୪ର୍ଥ ବିଜୟ ପାଇଁ ୧୮୪ ରନର ଟାର୍ଗେଟ ମିଳିଛି।

ଟସ୍‌ ହାରି ବ୍ୟାଟିଂ କରୁଥିବା ଆରସିବି ପାଇଁ ବିରାଟ ଓ ଅଧିନାୟକ ଫାଫ ଡୁପ୍ଲେସିସ ପ୍ରଥମ ୱିକେଟ ପାଇଁ ୧୨୫ ରନ ଯୋଡ଼ିଥିଲେ। ଏତିକି ବେଳେ ୪୪ ରନ କରିଥିବା ଡୁପ୍ଲେସିସଙ୍କୁ ଆଉଟ କରି ୟୁଜବେନ୍ଦର ଚହଲ ରାଜସ୍ଥାନକୁ ପ୍ରଥମ ସଫଳତା ଦେଇଥିଲେ। ଗ୍ଲେନ ମ୍ୟାକ୍ସୱେଲ ମାତ୍ର ୧ ରନ କରିଥିଲେ। ଆଇପିଏଲରେ ଆରସିବି ପାଇଁ ଆଜି ଡେବ୍ୟୁ କରିଥିବା ସୌରଭ ଚୌହାନ ବି ୯ ରନ କରି ଚହଲଙ୍କ ଶିକାର ବନିଥିଲେ।

Advertisment

ଲଗାତର ୩ ୱିକେଟ ଯାଇଥିଲେ ମଧ୍ୟ ବିରାଟ ଗୋଟିଏ ପଟେ ଛିଡ଼ା ହୋଇଥିଲେ। ଜୟପୁରର ସୱାଇ ମାନସିଂହରେ ବ୍ୟାଟିଂ କରିବା ସହଜ ନଥିଲେ ମଧ୍ୟ ବିରାଟ ତାଙ୍କ କ୍ଲାସ ଦେଖାଇଥିଲେ। ଏଥିସହ ୬୭ ବଲରେ ନିଜର ଶତକ ପୂରଣ କରିଥିଲେ। ଏହାପରେ ସେ ଆଉ କିଛି ଶଟ ଖେଳି ୧୩ ରନ ଯୋଡ଼ିଥିଲେ।

ଶେଷ ଯାଏ ୭୨ ବଲରେ ୧୧୩ ରନ କରି ଅପରାଜିତ ଥିବା ବିରାଟ ୪ଟି ଛକା ଓ ୧୨ଟି ଚୌକା ମାରିଛନ୍ତି। ତାଙ୍କ ସହ ଶେଷ ଯାଏ କାମେରନ ଗ୍ରୀନ ୬ ବଲରେ ୫ ରନ କରି କ୍ରିଜ୍‌ରେ ରହିଥିଲେ। ବିରାଟଙ୍କ ଶତକ ଯୋଗୁ ଆରସିବି ୧୮୩ ରନ କରିବାକୁ ସକ୍ଷମ ହୋଇଛି।

ଏହା ଆଇପିଏଲରେ ବିରାଟଙ୍କ ୮ମ ଶତକ। ତାଙ୍କ ପଛକୁ କ୍ରିସ ଗେଲ ୬ଟି, ଜୋଶ ବଟଲର ୫ଟି, କେଏଲ ରାହୁଲ, ଡାଭିଡ ୱାର୍ଣ୍ଣର ଓ ଶେନ ୱାଟଶନ ୪ଟି ଲେଖାଏ ଶତକ ମାରି ରହିଛନ୍ତି।

ଆଜି ବିରାଟ ପେସ୍‌ ବୋଲରଙ୍କୁ ୪୯ଟି ବଲର ସମ୍ମୁଖୀନ ହୋଇ ୬୭ ରନ ସ୍ପିନ ବୋଲରଙ୍କର ୩୩ଟି ବଲ ଖେଳି ୪୬ ରନ କରିଛନ୍ତି। ବିରାଟ ଆଇପିଏଲରେ ଦ୍ରୁତତମ ବ୍ୟାଟର ଭାବେ ୭୫୦୦ ରନର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ୨୪୨ଟି ଇନିଂସରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ପଛକୁ ୨୨୧ ଇନିଂସରେ ୬୭୫୫ ରନ ସହ ଭାରତର ଶିଖର ଧୱନ ରହିଛନ୍ତି। 

Virat Kohli IPL RCB IPL 2024