Advertisment

ବିରାଟଙ୍କ ଶତକକୁ ଫିକା କରି ଦେଲେ ବଟଲର

ବିରାଟ ଗତକାଲି ତାଙ୍କ ଆଇପିଏଲ କ୍ୟାରିୟରରେ ଅଷ୍ଟମ ଶତକ ମାରିଥିବା ବେଳେ ଜୋଶ ବଟଲର ମାରିଥିଲେ ଷଷ୍ଠ ଶତକ।

Jos Buttler and Virat Kohli

Jos Buttler and Virat Kohli

Advertisment

ଆଇପିଏଲ୍‌ରେ ଶନିବାର (ଗତକାଲି) ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍‌ସ। ରାଜସ୍ଥାନ ରୟାଲ୍‌ସ ଆଗରେ ୧୮୪ ରନ୍‌ର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ୪ ୱିକେଟ୍ ହରାଇ ୧୯.୧ ଓଭରରେ ଏହାକୁ ହାସଲ କରି ନେଇଥିଲା।

Advertisment

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୩ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା। ଏଥିରେ ସବୁଠୁ ବଡ଼ ଯୋଗଦାନ ରହିଥିଲା ବିରାଟ କୋହଲିଙ୍କର। ସେ ୭୨ଟି ବଲ୍‌ରୁ ୧୨ଟି ଚୌକା ଓ ୪ଟି ଛକା ସହାୟତାରେ ୧୧୩ ରନ୍ କରିଥିଲେ। ସେ ଅପରାଜିତ ରହି ଏହି ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ଫାଫ ଡୁପ୍ଲେସିସି ୩୩ଟି ବଲ୍‌ରୁ ୪୪ ରନ୍ କରିଥିଲେ। ତା’ ମଧ୍ୟରେ ରହିଥିଲା ୨ଟି ଚୌକା ଓ ୨ଟି ଛକା।

ପ୍ରଥମ ୱିକେଟ୍‌ରେ ବିରାଟ କୋହଲି ଓ ଫାଫ ଡୁପ୍ଲେସିସ ଦଳ ପାଇଁ ୧୩.୬ ଓଭରରେ ୧୨୫ ରନ୍ ଯୋଡ଼ିଥିଲେ। ୪୪ ରନ୍ କରିଥିବା ବେଳେ ଆଉଟ୍ ହୋଇଯାଇଥିଲେ ଡୁପ୍ଲେସିସ। ଏହି ଦୁଇ ବ୍ୟାଟରଙ୍କ ଛାଡ଼ିଦେଲେ ଖେଳିବାକୁ ଆସିଥିବା ଅନ୍ୟ ତିନି ବ୍ୟାଟର ଦୁଇ ଅଙ୍କ ଛୁଇଁ ନଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ୧ ଓ ସୌରଭ ଚୌହ୍ୱାନ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। କ୍ୟାମେରୁନ ଗ୍ରୀନ ୬ଟି ବଲ୍‌ରୁ ଅପରାଜିତ ରହି ୫ ରନ୍ କରିଥିଲେ।

Advertisment

ଅନ୍ୟପକ୍ଷରେ ୧୮୪ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ରାଜସ୍ଥାନ ରୟାଲ୍‌ସ ଭଲ ଖେଳିଥିଲା। ଯଦିଓ ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ବଡ଼ ଝଟକା ଲାଗିଥିଲା, ତଥାପି ଦଳ ଚାପଗ୍ରସ୍ତ ହୋଇନଥିଲା। ଯଶସ୍ୱୀ ଜୟସୱାଲ ଶୂନରେ ଆଉଟ୍ ହେବା ପରେ ଜୋଶ ବଟଲର ଓ ଅଧିନାୟକ ସଞ୍ଜୁ ସାମସନ ସୁନ୍ଦର ପାଳି ଖେଳିଥିଲେ।

ଜୋଶ ବଟଲର ୫୮ଟି ବଲ୍‌ରୁ ୯ଟି ଚୌକା ଓ ୪ଟି ଛକା ମାରି ୧୦୦ ରନ୍ କରିଥିଲେ। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ସେହିପରି ସଞ୍ଜୁ ସାମସନ ୪୨ଟି ବଲ୍‌ରୁ ୮ ଚୌକା ଓ ୨ ଛକା ସହାୟତାରେ ୬୯ ରନ୍ କରି ଥିଲେ। ସେ ମହମ୍ମଦ ସିରାଜଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିୟାନ ପରାଗ ୪ ରନ୍ କରିଥିବା ବେଳେ ଧ୍ରୁବ ଜୁରେଲ ୨ ଓ ଶିମରନ ହେଟ୍‌ମାୟର ଅପରାଜିତ ୧୧ ରନ୍ କରିଥିଲେ।

ବିରାଟ ଗତକାଲି ତାଙ୍କ ଆଇପିଏଲ କ୍ୟାରିୟରରେ ଅଷ୍ଟମ ଶତକ ମାରିଥିବା ବେଳେ ଜୋଶ ବଟଲର ମାରିଥିଲେ ଷଷ୍ଠ ଶତକ। ଏହା ସହିତ ବଟଲର କ୍ରିସ୍‌ ଗେଲ୍‌ଙ୍କ ସମକକ୍ଷ ହୋଇଯାଇଛନ୍ତି। ସେହିପରି ଗତକାଲି ଆଇପିଏଲରେ ନିଜର ଶହେତମ ମ୍ୟାଚ୍‌ରେ ଜୋଶ ବଟଲର ଶତକ ହାସଲ କରିଥିବା ବେଳେ ଏପରି କରିବାରେ କେ.ଏଲ୍ ରାହୁଲଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଖେଳାଳି।

Virat Kohli IPL 2024 Jos Buttler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe